ETV Bharat / state

ଚଳଚଞ୍ଚଳ ଖୋର୍ଦ୍ଧା, ସହରରେ ୩୧ଟି ମଣ୍ଡପରେ ପୂଜା ପାଉଛନ୍ତି ଧନଦାତ୍ରୀ

author img

By

Published : Oct 10, 2022, 10:58 PM IST

ରବିବାରଠାରୁ ଆରମ୍ଭ ହୋଇଯାଇଛି ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା । ଖୋର୍ଦ୍ଧାରେ ମୋଟ 31ଟି ମଣ୍ଡପରେ ପୂଜା ପାଉଛନ୍ତି ଧନଦାତ୍ରୀ । ଅଧିକ ପଢନ୍ତୁ

ସହରରେ ୩୧ଟି ମଣ୍ଡପରେ ପୂଜା ପାଉଛନ୍ତି ଧନଦାତ୍ରୀ

ଖୋର୍ଦ୍ଧା : ପବିତ୍ର କୁମାର ପୂର୍ଣ୍ଣିମାରେ ଧରାବତାରଣ କରିଛନ୍ତି ମା’ ଗଜଲକ୍ଷ୍ମୀ(khorda gaja laxmi puja) । ଏନେଇ ଚଳଚଞ୍ଚଳ ହୋଇଉଠିଛି ପୁରପଲ୍ଲୀ । ମା’ ଗଜଲକ୍ଷ୍ମୀ ପୁଜାର୍ଚ୍ଚନା ମହା ଆଡ଼ମ୍ବରରେ ଆରମ୍ଭ ହୋଇଛି । ଖୋର୍ଦ୍ଧା ସହରରେ ମୋଟ 31 ଗୋଟି ମଣ୍ଡପରେ ମା’ ଧନଲକ୍ଷ୍ମୀ ଗଜ ବାହାନରେ ପୂଜା ପାଉଛନ୍ତି । ପୂଜା ଦେଖିବାକୁ ଶହଶହ ଭକ୍ତଙ୍କ ସମାଗମ ହେଉଥିବାବେଳେ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ସହରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ଏ ଅବସରରେ ପୂଜା ମଣ୍ଡପରେ ହୋମଯଜ୍ଞ ଅନୁଷ୍ଠିତ ହୋଇଛି । ଖୋର୍ଦ୍ଧା ସହରର ଲକ୍ଷ୍ମୀ ମାକେର୍ଟ, ଗୋପବନ୍ଧୁ ବାଣିଜ୍ୟ ପରିଷଦ, ପଞ୍ଚସଖା ମାକେର୍ଟ, ସୁନ୍ଦରୀବର, ନବଯୋତି ଗଜଲକ୍ଷ୍ମୀ ପୂଜା କମିଟି ଆଦି ପୂଜା କମିଟି ପକ୍ଷରୁ ଝିଲିମିଲି ଆଲୋକ ମାଳରେ ଖୋର୍ଦ୍ଧା ସହର ସଜେଇ ହୋଇଛି । ଦୁଇବର୍ଷ ଧରି କୋରୋନା କଟକଣା ପାଇଁ କେବଳ ବିଧି ବଞ୍ଚାଇ ବିନା ଭକ୍ତଙ୍କ ମେଳରେ ପୂଜା ଅନୁଷ୍ଠିତ ହେଉଥିଲା । କିନ୍ତୁ ଚଳିତ ବର୍ଷ କଟକଣା ହଟିବା ପରେ ବେସ୍‌ ଆଡମ୍ବର ସହକାରେ ଧନଦାତ୍ରୀଙ୍କ ପୂଜାକୁ ଉପଭୋଗ କରୁଛନ୍ତି ଶ୍ରଦ୍ଧାଳୁ ।

ଏହା ମଧ୍ୟ ପଢନ୍ତୁ: ଅର୍ଚ୍ଚନାଙ୍କ ଠାରୁ ଜବତ ହାର୍ଡ ଡିସ୍କରେ କାହାର ଭିଡିଓ, ପାଓ୍ବାର କରିଡରରେ ଛନକା !

ସେହିପରି ଆସନ୍ତା 16ତାରିଖରେ ସାମୂହିକ ଭଷାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସୁଉଚ୍ଚ ତୋରଣ ସାଙ୍ଗକୁ ଚିକମିକ ଆଲୋକ ସହରକୁ ରଙ୍ଗୀନ କରିଛି । ସେହିଭଳି ପ୍ରତିଦିନ ସନ୍ଧ୍ୟାରେ ବିଭିନ୍ନ ପୂଜା କମିଟି ପକ୍ଷରୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ବେସ ଉପଭୋଗ କରୁଛନ୍ତି ଲୋକ । ଖୋର୍ଦ୍ଧା ସହରରେ ମୋଟ 31ଟି ମଣ୍ଡପରେ ମା’ ଧନଲକ୍ଷ୍ମୀ ଧରାପୁଷ୍ଠକୁ ଅବତରଣ କରିଛନ୍ତି ।

ଏନେଇ ପୂଜା କମିଟି ସଦସ୍ୟ ପ୍ରସନ୍ନ କୁମାର ସାହୁ କହିଛନ୍ତି,"ଗତକାଲି ଠାରୁ ମା'ଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ମା'ଙ୍କ ଧରାବତରଣ ନେଇ ଆମେ ଉତ୍ସାହିତ । ଦୀର୍ଘ ଦୁଇବର୍ଷ ହେଲା କୋରୋନା ମହାମାରୀ ଯୋଗୁଁ ପୂଜା ବନ୍ଦ ହୋଇଥିଲା । ଖାଲି ବିଧି ଅନୁସାରେ ବିନା ଭକ୍ତରେ ପୂଜା କରାଯାଇଥିଲା । କିନ୍ତୁ ଚଳିତ ବର୍ଷ କୌଣସି କଟକଣା ନାହିଁ । ଏବର୍ଷ ଜାକଜକମରେ ପୂଜା କରୁଛୁ । ମା'ଙ୍କ ଆର୍ଶୀବାଦ ଯୋଗୁଁ ମଣ୍ଡପରେ ସବୁକିଛି ଶାନ୍ତିଶୃଙ୍ଖଳାର ସହ ଚାଲିଛି । ଆଗାମୀ ୭ ଦିନ ପର୍ଯ୍ୟନ୍ତ ଆମେ ପ୍ରସାଦର ବ୍ୟବସ୍ଥା ରଖିଛୁ । ଏବର୍ଷ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇନାହିଁ । ପ୍ରତ୍ୟେକ ବର୍ଷ ୩୧ରୁ ୩୨ ମେଢ ହେଉଛି । ଏବର୍ଷ ଭସାଣିରେ ମଧ୍ୟ ଅନେକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଆସନ୍ତା 16ତାରିଖରେ ସାମୂହିକ ଭଷାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।"

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.