ETV Bharat / state

କୋଣାର୍କ ଓ ଉଦୟଗିରି ବୁଲିବେ G20 ଅତିଥି, କମିଶନରେଟ ପୋଲିସର ଟ୍ରାଫିକ ଓ ସୁରକ୍ଷା ପ୍ରସ୍ତୁତି - କମିଶନରେଟ ପୋଲିସର ଟ୍ରାଫିକ ଓ ସୁରକ୍ଷା ପ୍ରସ୍ତୁତି

ଓଡଶାର ଐତିହ୍ୟସ୍ଥଳି ବୁଲିବେ G20 ପ୍ରତିନିଧୀ । ବିଶ୍ବ ପ୍ରସିଦ୍ଧ ବ୍ଲାକ ପାଗୋଡା ବା କୋଣାର୍କ ମନ୍ଦିର ବୁଲି ଦେଖିବେ ପ୍ରତିନିଧୀ ଦଳ । ଅଧିକ ପଢ଼ନ୍ତୁ

କମିଶନରେଟ ପୋଲିସର ଟ୍ରାଫିକ ଓ ସୁରକ୍ଷା ପ୍ରସ୍ତୁତି

author img

By

Published : May 13, 2023, 7:41 PM IST

ଭୁବନେଶ୍ବର: ଓଡଶାର ଐତିହ୍ୟସ୍ଥଳି ବୁଲିବେ G20 ପ୍ରତିନିଧୀ । ବିଶ୍ବ ପ୍ରସିଦ୍ଧ ବ୍ଲାକ ପାଗୋଡା ବା କୋଣାର୍କ ମନ୍ଦିର ବୁଲି ଦେଖିବେ ପ୍ରତିନିଧୀ ଦଳ । ଏହାସହ ଜୈନ କୀର୍ତ୍ତିରାଜି ରାଜା ଖାରବେଳଙ୍କ ସମୟର ଉଦୟଗିରି ପାହାଡ଼ର କୀର୍ତ୍ତିରାଜି ମଧ୍ୟ ବୁଲି ଦେଖିବାର କାର୍ଯକ୍ରମ ରହିଛି । ଏନେଇ ଆସନ୍ତା 14ରୁ 17ପର୍ଯ୍ୟନ୍ତ ଭୁବନେଶ୍ବର ହେବାକୁ ଥିବା G20 ବୈଠକର ପ୍ରସ୍ତୁତି ପାଇଁ ଆୟୋଜନ ଆରମ୍ଭ କରିଛି କମିଶନରେଟ ପୋଲିସ । ସେମାନଙ୍କ ରହିବାଠାରୁ ଆରମ୍ଭ କରି ତାଙ୍କର ଯାତାୟାତର ସମସ୍ତ ପ୍ରସ୍ତୁତି ନେଇ ବୈଠକରେ ଆଲୋଚନା କରାଯାଇଛି ।

ପ୍ରଥମ ପର୍ଯ୍ୟାୟ G20 ସଫଳ ଆୟୋଜନ ପରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରସ୍ତୁତି ଜୋର ସୋରରେ ଚାଲିଛି । ଦ୍ୱିତୀୟ ପର୍ଯ୍ୟାୟରେ ସଫଳ ଆୟୋଜନ ପାଇଁ କମିଶନରେଟ ପୋଲିସର ବରିଷ୍ଠ ଅଧିକାରୀଙ୍କ ଦ୍ବାରା ରୋଡ୍‌ ମ୍ୟାପ୍‌ ପ୍ରସ୍ତୁତି ହୋଇଛି । ଏଥର ଐତିହ୍ୟ ସାଂସ୍କୃତିକ ପର୍ଯଟନ ଉପରେ ହେବ ଆଲୋଚନା । ଏନେଇ ୟୁରୋପ ୟୁନିୟନର ପ୍ରତିନିଧିଙ୍କ ସମେତ ୨୦ଟି ଦେଶର G20 ପ୍ରତିନିଧି ସହ ଅତିଥି ପ୍ରତିନିଧି ମଧ୍ୟ ଉପସ୍ଥିତ ରହିବେ । ଏନେଇ ୧୪ ତାରିଖରେ ଆଗମନ ସହ ଭୁବନେଶ୍ବରର ବିଭିନ୍ନ ତାରକା ହୋଟେଲରେ ସେମାନଙ୍କ ରହଣି ପାଇଁ ବ୍ୟବସ୍ଥା କରାଯାଇଛି ।

୧୫ ତାରିଖରେ ଖଣ୍ଡଗିରି କଳାଭୂମିରେ ଥିବା ମୁକ୍ତାକାଶ ଆଦିବାସୀ ସଂଗ୍ରହାଳୟରେ ପ୍ରଥମ ଦିନରେ ବୈଠକ ଅନୁଷ୍ଠିତ ହେବ । ପରେ ୧୬ ତାରିଖରେ ତାଜ ଭିଭିନ୍ତ ହୋଟେଲ୍‌ରେ ଦ୍ୱିତୀୟ ଦିନର ବୈଠକର କାର୍ଯ୍ୟକ୍ରମ ରହିଛି । ଏହାସହ ଅପରାହ୍ନ ୪ଟାରେ ପୁରୀ କୋଣାର୍କ ସ୍ଥିତ ସୂର୍ଯ୍ୟମନ୍ଦିର ପରିଦର୍ଶନ ପାଇଁ ଗସ୍ତ କରିବେ । କମିଶନରେଟ ପୋଲିସ୍‌ ଜରିଆରେ ସ୍ବତନ୍ତ୍ର ବସ ଯୋଗେ କୋଣାର୍କରେ ପହଞ୍ଚିବେ । ସେଠାରେ ପୁରୀ ପୋଲିସର ସୁରକ୍ଷା ମଧ୍ୟରେ ମନ୍ଦିର‌ ପରିଦର୍ଶନ କରିବେ ।

ଲାଙ୍ଗୁଳା ନରସିଂହ ଦେବ ସମୟରେ ପ୍ରସ୍ତୁତି ଏହି ଐତିହ୍ୟ ସ୍ଥଳୀର ପଥର ଖୋଦିତ ମୂର୍ତ୍ତି ଓ କାରୁକାର୍ଯ୍ୟ ସମ୍ପର୍କରେ ବିସ୍ତୃତକ ଜ୍ଞାନ ଆହୋରଣ କରିବେ ପ୍ରତିନିଧୀ ଦଳ । ସେହିପରି ୧୭ ତାରିଖରେ ସକାଳ ୫ଟାରୁ ଭୁବନେଶ୍ବରର ଉଦୟଗିରି ଗସ୍ତ କରିବେ । ଜୈନ କୀର୍ତ୍ତିରାଜି ଉଦୟଗିରି ପାହାଡ଼ ଭିତରେ ଥିବା ରାଜା ଖାରବେଳ ସମୟର କୀର୍ତ୍ତିରାଜି ବୁଲି ଦେଖିବେ । ଏନେଇ ଟ୍ରାଫିକ ପରିଚାଳନାଠୁ ଆରମ୍ଭ କରି ସୁରକ୍ଷା ପ୍ରସ୍ତୁତି କରାଯାଇଛି । ପୋଲିସ କମିଶନର କହିଛନ୍ତି ସଂସ୍କୃତି ବିଭାଗର ନିର୍ଦ୍ଦେଶକ୍ରମେ କିଛି ସମୟ ପାଇଁ ଅତିଥିଙ୍କ ସେବା ନିମନ୍ତେ ସାଧାରଣ ଲୋକଙ୍କ ପାଇଁ କିଛି ସମୟ‌‌ କଟକଣା ରହିବ । ତେବେ ଅପରାହ୍ନରେ ସେମାନେ ଭୁବନେଶ୍ବର ଛାଡିବାର କାର୍ଯକ୍ରମ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.