ETV Bharat / state

Free Wi-Fi in College: କଲେଜ କ୍ୟାମ୍ପସରେ ମିଳିବ ମାଗଣା ୱାଇଫାଇ - ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ

କଲେଜ ଛାତ୍ରଛାତ୍ରୀଙ୍କ ଲାଗି ଖୁସି ଖବର। କଲେଜ କ୍ୟାମ୍ପସରେ ମାଗଣା ୱାଇଫାଇ ସେବା ପାଇବେ ଛାତ୍ର ଛାତ୍ରୀ। ଚଳିତ ଶିକ୍ଷା ବର୍ଷରେ ଦିନକୁ 1GB ଡାଟା ର ସୁବିଧା ପାଇବେ ଛାତ୍ର ଛାତ୍ରୀ। ବୈଷୟିକ ମହାବିଦ୍ୟାଳୟ ଓ ଜେନେରାଲ କଲେଜ ଓ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଏହାର ଲାଭ ନେଇ ପାରିବେ। ଏହାକୁ କାର୍ଯ୍ୟକାରୀ କରିବା ଲାଗି ଇଲିକ୍ଟ୍ରୋନିକ୍ସ ଓ ଆଇଟି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଅଧିକ ପଢନ୍ତୁ

କଲେଜ କ୍ୟାମ୍ପସରେ ମିଳିବ ମାଗଣା ୱାଇଫାଇ
କଲେଜ କ୍ୟାମ୍ପସରେ ମିଳିବ ମାଗଣା ୱାଇଫାଇ
author img

By

Published : May 25, 2023, 4:35 PM IST

କଲେଜ କ୍ୟାମ୍ପସରେ ମିଳିବ ମାଗଣା ୱାଇଫାଇ

ଭୁବନେଶ୍ବର: ଆସନ୍ତା ଶିକ୍ଷା ବର୍ଷରୁ ରାଜ୍ୟର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା WIFI । ମାଗଣା WIFI ସମେତ 1 ଜିବି ଡାଟା ବି ଦେବେ ସରକାର। ଏନେଇ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗର ସମୀକ୍ଷା ବୈଠକ ପରେ ଘୋଷଣା କରିଛନ୍ତି ବିଭାଗୀୟ ମନ୍ତ୍ରୀ ରୋହିତ ପୂଜାରୀ।

କଲେଜ ଛାତ୍ରଛାତ୍ରୀଙ୍କ ଲାଗି ଖୁସି ଖବର। କଲେଜ କ୍ୟାମ୍ପସରେ ମାଗଣା ୱାଇଫାଇ ସେବା ପାଇବେ ଛାତ୍ର ଛାତ୍ରୀ। ଚଳିତ ଶିକ୍ଷା ବର୍ଷରେ ଦିନକୁ 1GB ଡାଟା ର ସୁବିଧା ପାଇବେ ଛାତ୍ର ଛାତ୍ରୀ। ବୈଷୟିକ ମହାବିଦ୍ୟାଳୟ ଓ ଜେନେରାଲ କଲେଜ ଓ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଏହାର ଲାଭ ନେଇ ପାରିବେ। ଏହାକୁ କାର୍ଯ୍ୟକାରୀ କରିବା ଲାଗି ଇଲିକ୍ଟ୍ରୋନିକ୍ସ ଓ ଆଇଟି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଉଚ୍ଚ ଶିକ୍ଷା ବିଭାଗର ରିପୋର୍ଟ କାର୍ଡ ଉପସ୍ଥାପିତ କରିବା ସମୟରେ ଏଭଳି ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ରୋହିତ ପୂଜାରୀ। ଏଥିରେ 8 ଲକ୍ଷ ଛାତ୍ର ଛାତ୍ରୀ ଉପକୃତ ହେବେ।

ଏହାବି ପଢନ୍ତୁ- Jugal Darshan Tonight: ସମ୍ପନ୍ନ ହେଲା ଦେବ ବିବାହ; ଆଜି ମହାଦେବ ଓ ମାତା ପାର୍ବତୀଙ୍କ ଯୁଗଳ ଦର୍ଶନ

ରାଜ୍ୟରେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ନିରନ୍ତର ପ୍ରୟାସ ଜାରି ରଖିଛି। ରାଜ୍ୟର ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡିକରେ କଳାତ୍ମକ ଭିତ୍ତିଭୂମିର ସୁବିଧାପ୍ରଦାନ କରି ବିଭାଗର ନିରବଚ୍ଛିନ୍ନ ଉଦ୍ୟମ ଜାରି ରହିଛି ଯାହାକି ଛାତ୍ରଛାତ୍ରୀମାନଙ୍କର ଶୈକ୍ଷିକ ବାତାବରଣରେ ଉତ୍କର୍ଷତା ଆଣିବାରେ ଉପଯୋଗୀ ହୋଇପାରିଛି। ୨୦୨୦-୨୧ ମସିହାଠାରୁ ରାଜ୍ୟ ବୃତ୍ତି ପୋର୍ଟାଲ କାର୍ଯ୍ୟ କରୁଛି। ଯେଉଁଥିରେ ୬ ଗୋଟି ବିଭାଗ ଅନ୍ତର୍ଭୁକ୍ତ ହୋଇଛନ୍ତି। ଉଚ୍ଚଶିକ୍ଷା ବିଭାଗର ବୃତ୍ତିଗତ ଯୋଜନା କାର୍ଯ୍ୟର ତଦାରଖ ପାଇଁ ଜଣେ ଉପଦେଷ୍ଟା ନିଯୁକ୍ତ ହୋଇଛନ୍ତି। ୨୦୧୬-୧୭ ଠାରୁ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକ ମାଧ୍ୟମରେ ଶତକଡା ୧ ସୁଧ ହାରରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଋଣ ଯୋଗାଇ ଦିଆଯାଉଛି। ବଳକା ସୁଧର ଭାର ସରକାର ବହନ କରୁଛନ୍ତି। ସମସ୍ତ ଉଚ୍ଚଶିକ୍ଷା ଅନୁଷ୍ଠାନ ପାଇଁ ଶତକଡା ଶତ ପ୍ରତିଶତ ବାୟୋମେଟ୍ରିକ ଉପସ୍ଥାନର ବ୍ୟବସ୍ଥା ନିଶ୍ଚିତ କରାଯାଇଛି। ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ମାଗଣା ଲାପଟପ ଯୋଗାଇଦେବା ନିମନ୍ତେ ମାର୍ଗଦର୍ଶିକାରେ ଥିବା ରାଜ୍ୟସ୍ତରୀୟକୁ ଜିଲ୍ଲା ଓ ମଣ୍ଡଳରେ ପରିବର୍ତ୍ତନ କରାଯାଇଛି। ଏହା ସମ୍ପୂର୍ଣ ରୂପେ କାର୍ଯ୍ୟକାରୀ କରାଯାଇଛି। ଜିଲ୍ଲା ସ୍ତରରେ ମେଧା ତାଲିକା ପ୍ରସ୍ତୁତ କରିବା ପାଇଁ ବୃଦ୍ଧି ମାର୍ଗଦର୍ଶିକାରେ ପରିବର୍ତ୍ତନ ଅଣାଯାଇଅଛି ।

ଏହା “ମୁଖ୍ୟମନ୍ତ୍ରୀ ଛାତ୍ର ପ୍ରୋତ୍ସାହନ ଯୋଜନା” ମାଧ୍ୟମରେ କାର୍ଯ୍ୟକାରୀ ହେଉଅଛି । ସର୍ବଭାରତୀୟ ସେବା ପରୀକ୍ଷା ନିମନ୍ତେ ଓଡ଼ିଆ ଛାତ୍ରଛାତ୍ରୀମାନଙ୍କୁ ତାଲିମ ପ୍ରଦାନ ବ୍ୟବସ୍ଥ କରାଯାଇଛି। ସମସ୍ତ ବର୍ଗର ୨୦୦ ମେଧାବୀ ବେସାମରିକ ସେବା ଆଶାୟୀମାନଙ୍କ ପାଇଁ ମାଗଣାରେ ତାଲିମ ବ୍ୟବସ୍ଥା ସହ ରହିବା ଓ ଖାଇବାର ବ୍ୟବସ୍ଥା କରାଯାଇଅଛି। ରାଜ୍ୟ ଛାତ୍ର ବୃତ୍ତି ପୋର୍ଟାଲ ଗଠନ କରାଯାଇଛି ଏବଂ ରାଜ୍ୟର ୬ ଗୋଟି ପ୍ରମୁଖ ବିଭାଗ ତାଙ୍କର ବୃତ୍ତି ଯୋଜନାଗୁଡିକୁ ଏହି ସାଧାରଣପ୍ଲାଟଫର୍ମରେ ସାମିଲ କରିଛନ୍ତି ଯଦ୍ବାରାକି ଯୋଗ୍ୟ ଛାତ୍ରଛାତ୍ରୀମାନଙ୍କର ବୃତ୍ତି ସମ୍ବନ୍ଧୀୟ ଏକକ ସମାଧାନ କରାଯାଉଛି।

ସାରା ରାଜ୍ୟରେ ୧୧ ଗୋଟି ଉତ୍କର୍ଷ କେନ୍ଦ୍ର (ସିଓଇ) କାର୍ଯ୍ୟ କରୁଅଛି। ମୋ' କଲେଜ ପ୍ଲାଟଫର୍ମ ପ୍ରତିଷ୍ଠା ୨୦୧୯ ମସିହାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମଟି ୨୮୨୧୯ ରୁ ଉର୍ଦ୍ଧ୍ବ ପୁରାତନ ଛାତ୍ରଛାତ୍ରୀ ୱେବ ପୋର୍ଟାଲ ମାଧ୍ୟମରେ ପଞ୍ଜିକୃତ ହୋଇଛନ୍ତି। ଶିକ୍ଷା କ୍ଷେତ୍ରରେ ପଛୁଆ ବ୍ଲକର ଦ୍ବାଦଶ ଶ୍ରେଣୀ ପାସ କରିଥିବା ଛାତ୍ରଛାତ୍ରୀମାନେ ବିଶେଷ କରି ବିଜ୍ଞାନ ଡିଗ୍ରୀ ପାଠ୍ୟକ୍ରମରେ ପଢିବା ପାଇଁ ଆଶା ରଖୁଥିବାଛାତ୍ରଛାତ୍ରୀମାନଙ୍କର ଯତ୍ନ ନେବା। ଶିକ୍ଷା କ୍ଷେତ୍ରରେ ପଛୁଆ ବ୍ଲକରେ ବିଜ୍ଞାନ ଡିଗ୍ରୀ ମହାବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ପଦକ୍ଷେପ ନିଆଯାଇଛି। ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀଙ୍କ ପାଇଁ ସମାନ ବଦଳି ନିୟମା। ସାଧାରଣ ବିଭାଗର ବଦଳି ନିୟମ ଅନୁସରଣ କରାଯାଉଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.