ETV Bharat / state

Free UPSC coaching: ମାଗଣା ସିଭିଲ ସର୍ଭିସ୍ କୋଚିଂ ପାଇଁ ଆଜି ପ୍ରବେଶିକା ପରୀକ୍ଷା - ଆସନ୍ତା କାଲି ପ୍ରବେଶିକା ପରୀକ୍ଷା

ଦୀର୍ଘ ବର୍ଷ ଧରି ରାଜ୍ୟରୁ ବହୁତ କମ ପ୍ରଶାସନିକ ସେବା କ୍ଷେତ୍ରରେ ଉତ୍ତୀର୍ଣ୍ଣ ହେଉଛନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି । ଯାହା ବିନା ମୂଲ୍ୟରେ ସିଭିଲ ସର୍ଭିସ କୋଚିଂ ନେଇପାରିବେ ଯୁବକ ଯୁବତୀ । ଏହା କେବଳ ରାଜ୍ୟର ୨୦୦ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ କୋଚିଂ ପ୍ରଦାନ କରାଯିବ । ମାଗଣା ସିଭିଲ ସର୍ଭିସ କୋଚିଂ ପାଇଁ ଆଜି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Mar 26, 2023, 6:43 AM IST

ଭୁବନେଶ୍ବର: ମାଗଣା ସିଭିଲ ସର୍ଭିସ କୋଚିଂ ପାଇଁ ଆଜି(ରବିବାର) ପ୍ରବେଶିକା ପରୀକ୍ଷା । ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ରାଜ୍ୟର ସଫଳତା ହାର କମିବାରେ ଲାଗୁଛି । ତେଣୁ ଏନେଇ ମାଗଣାରେ କୋଚିଂ ଦେବାକୁ ରାଜ୍ୟ ସରକାର ସ୍ଥିର କରିଛନ୍ତି । ଏଥିପାଇଁ ଆଜି ହେବ ପ୍ରବେଶିକା ପରୀକ୍ଷା ।

ଦୀର୍ଘ ବର୍ଷ ଧରି ରାଜ୍ୟରୁ ବହୁତ କମ ପ୍ରଶାସନିକ ସେବା କ୍ଷେତ୍ରରେ ଉତ୍ତୀର୍ଣ୍ଣ ହେଉଛନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି । ଯାହା ବିନା ମୂଲ୍ୟରେ ସିଭିଲ ସର୍ଭିସ କୋଚିଂ ନେଇପାରିବେ ଯୁବକ ଯୁବତୀ । ଏଥିରେ କେବଳ ରାଜ୍ୟର ୨୦୦ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ କୋଚିଂ ପ୍ରଦାନ କରାଯିବ । ମାଗଣା ସିଭିଲ ସର୍ଭିସ କୋଚିଂ ପାଇଁ ଆଜି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ ।

ଏନେଇ ଫେବୃଆରୀ ମାସରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ରାଜ୍ୟରେ ଥିବା 5ଟି ସହରରେ ଏହି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ଭୁବନେଶ୍ୱର, ବାଲେଶ୍ୱର, ବ୍ରହ୍ମପୁର, ଜୟପୁର ଓ ସମ୍ବଲପୁର ସହରରେ ପରୀକ୍ଷା ସେଣ୍ଟର ରହିଛି । ଏହି ପରୀକ୍ଷାକୁ ଷ୍ଟେଟ ସିଲେକ୍ସନ ବୋର୍ଡ (SSB) ପରିଚାଳନା କରିବ । ୨ ଘଣ୍ଟାର ଏହି ପ୍ରବେଶିକା ପରୀକ୍ଷା । ପରୀକ୍ଷାରେ ଯେଉଁମାନେ କୃତକାର୍ଯ୍ୟ ହେବେ ସେମାନଙ୍କୁ ମାଗଣାରେ କୋଚିଂ ପ୍ରଦାନ କରାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

ପରୀକ୍ଷାରେ ଉଭୟ ପ୍ରିଲିମିନାରୀ ଓ ମେନ ପରୀକ୍ଷା ପାଇଁ ଆଶାୟୀଙ୍କୁ ଏସକ୍ୟୁ ଆଇଏଏସ ଏକାଡେମୀ ପ୍ରଶିକ୍ଷଣ ପ୍ରଦାନ କରିବ । ଅଫଲାଇନ ମୋଡ଼ରେ ହେବାକୁ ଥିବା ଏହି ପରୀକ୍ଷାରେ ୨୦୦ ମାର୍କର କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନ ରହିବ । ମଲ୍ଟିପୁଲ ଚଏସ ସହିତ ମାଇନସ ମାର୍କିଂ ବ୍ୟବସ୍ଥା ରହିଛି । ଏହି ପ୍ରବେଶିକା ପରୀକ୍ଷାରେ ଲୋକସେବା ଆୟୋଗ ଢାଞ୍ଚାର ପ୍ରଶ୍ନପତ୍ର କରାଯାଇଛି । ତେବେ ଏହାର ନିୟମ ଅନୁଯାୟୀ 2023 ଅଗଷ୍ଟ 1 ତାରିଖ ସୁଦ୍ଧା ଛାତ୍ରଛାତ୍ରୀଙ୍କର ବୟସ 21ରୁ 30 ବର୍ଷ ମଧ୍ୟରେ ରହିବା ଆବଶ୍ୟକ । ଯେଉଁ ଛାତ୍ରଛାତ୍ରୀମାନେ ଏହି ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହେବେ ସେମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଭୁବନେଶ୍ଵରରେ ମାଗଣାରେ ସିଭିଲ ସର୍ଭିସ କୋଚିଂ ପ୍ରଦାନ କରାଯିବ ।

ସୂଚନା ଅନୁଯାୟୀ, ପ୍ରତିବର୍ଷ ରାଜ୍ୟରୁ ପ୍ରାୟ 5ରୁ 6 ଲକ୍ଷ ଛାତ୍ର ଛାତ୍ରୀମାନେ ଉଚ୍ଚଶିକ୍ଷା ଲାଭ କରୁଛନ୍ତି । ହେଲେ ବହୁତ କମ ଓଡ଼ିଆ ପିଲା ୟୁପିଏସସିରେ ସଫଳ ହେଉଥିବା ଦେଖାଯାଉଛି । ଏନେଇ ଛାତ୍ରୀଛାତ୍ରମାନଙ୍କୁ ଦକ୍ଷ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମାଗଣାରେ ଆଇଏଏସ କୋଚିଂ ବ୍ୟବସ୍ଥା କରାଯାଇଥିଲା । ୨୦୧୬-୧୭ରେ ବିଶ୍ବବିଦ୍ୟାଳୟ ସ୍ତରରେ ଏଭଳି ମାଗଣା କୋଚିଂ ଆରମ୍ଭ ହୋଇଥିଲା । ହେଲେ ଦୁର୍ଭାଗ୍ୟର କଥା, ସରକାରୀ କୋଚିଂ ନେଇଥିବା ଜଣେ ବି ପିଲା ଆଇଏଏସ ପାଇଲେ ନାହିଁ । ପରବର୍ତ୍ତୀ ସମୟରେ ୨୦୧୯-୨୦ରେ ସରକାର ପୁଣି ମାଗଣା କୋଚିଂ ବ୍ୟବସ୍ଥା କରିଥିଲେ । ହେଲେ ତାହା ବି ବିଫଳ ହୋଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.