ETV Bharat / state

'ଫନି' ସହାୟତା ନାଁରେ ଲୁଟିଥିଲା ଗହଣା, ଗିରଫ ହେଲା ଠକ - arrested  by tangi thana police

ଫନି ସହାୟତା ବାବଦରେ ଘର ଭଙ୍ଗା ଟଙ୍କା କରେଇ ଦେବା ନାଁରେ ଠକେଇ । ଏଭଳି ଜଣେ ଠକ ଟାଙ୍ଗୀ ଥାନା ପୋଲିସ ହାତରେ ଧରା ପଡିଛି । 'ଫନି' ସହାୟତା ନାଁରେ ଲୁଟିଥିଲା ଗହଣା ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
author img

By

Published : Jul 26, 2019, 2:26 PM IST

ଖୋର୍ଦ୍ଧା: ଠକିବା ପାଇଁ ନୂଆ ନୂଆ ଗେମ୍‌ ପ୍ଲାନ କରୁଛନ୍ତି ଠକ । ଉଦ୍ଦେଶ୍ୟରେ ସଫଳ ହେବା ପାଇଁ ନୀରିହ ଲୋକଙ୍କୁ କରୁଛନ୍ତି ସପ୍ଟ ଟାର୍ଗେଟ । ଠକମାନେ ଘର ଘର ବୁଲି ଲୋକଙ୍କୁ ଠକିବା ଆରମ୍ଭ କରିଦେଲେଣି । ଏମିତି ଏକ ଘଟଣା ଶୁଣିଲେ ଜାଲିଆତି ଆଉ ଠକାମୀର ନୂଆ ଏକ ଘଟଣା ଶୁଣିବେ । ଘର ଭଙ୍ଗା ଟଙ୍କା କରେଇ ଦେବା ନାଁରେ ଠକେଇ । ଏଭଳି ଜଣେ ଠକ ଟାଙ୍ଗୀ ଥାନା ପୋଲିସ ହାତରେ ଧରା ପଡିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଏ ହେଉଛି ଭୁବନେଶ୍ବର ନନ୍ଦନକାନନ ଧାଉଆ ଅଞ୍ଚଳ ଦୀପକ ଭୋଇ । ଠକିବା ପାଇଁ ଆପଣାଇଥିଲେ ନୂଆ ଫର୍ମୁଲା । ଟାଙ୍ଗୀ ଥାନା ଛକଡିପୁର ଗ୍ରାମର ନାରୁ ପ୍ରଧାନ ନାମକ ଜଣେ ମହିଳାଙ୍କର ବାତ୍ୟା 'ଫନି'ରେ ଘର ଭଙ୍ଗା ସହାୟତା ବାବଦରେ ୧ଲକ୍ଷ ୨୦ ହଜାର ଟଙ୍କା ଆସିଥିବା କହି ଆରମ୍ଭ କରିଥିଲେ ଠକିବାର ପ୍ରଥମ ସୋପାନ । ଟଙ୍କା ପାଇବା ଆଶାରେ ଠକ ଦୀପକଙ୍କ କଥାକୁ ସତ ମାନି ଥିଲେ ନାରୁ ପ୍ରଧାନ । ଏକ ଅଟୋ ରିକ୍ସା ଭଡା କରି ନିଜ ବୋହୁକୁ ସାଙ୍ଗରେ ନେଇ ଗତ ୨୨ ତାରିଖ ରେ ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟକୁ ଯାଇଥିଲେ ।

ସେଠାରେ ଦୀପକ ଏହି ମହିଳାଙ୍କ ଠାରୁ ନିଜ କମିଶନ ବାବଦରେ ୧୨ ହଜାର ଟଙ୍କା ଦାବି କରିଥିଲା । ଶାଶୁ ବୋହୁଙ୍କ ନିକଟରେ ଏତେ ପରିମାଣର ଟଙ୍କା ନଥିବାରୁ ଦୀପକକୁ ମହିଳା ଜଣକ ନିଜ ପାଖରେ ଥିବା ସୁନା ଓ ରୂପା ଅଳଙ୍କାର ବନ୍ଧକ ରଖି ଟଙ୍କା ଆଣିବା ପାଇଁ ଦେଇଥିଲେ । ଏହି ଘଟଣା ପରେ ଦୀପକ ଅଳଙ୍କାର ନେଇ ଛୁ ମାରିଥିଲା । ଏହାପରେ ମହିଳା ଜଣକ ଟାଙ୍ଗୀ ଥାନାରେ ଅଭିଯୋଗ କରିଥିଲେ ।

ଟାଙ୍ଗୀ ପୋଲିସ ଅଭିଯୋଗ ପାଇ ଦୀପକ ମୋବାଇଲ୍ ନମ୍ବରକୁ ଟ୍ରାକ କରି ତାକୁ ଗିରଫ କରିବାରେ ସକ୍ଷମ ହୋଇଛି । ଏହାସହ ମହିଳାଙ୍କ ସୁନା ଅଳଙ୍କାର ଫେରାଇଛି ପୋଲିସ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ଠକ ଗିରଫ

ଖୋର୍ଦ୍ଧା : ସାବଧାନ ଆପଣ ଘର ଭଙ୍ଗା ଟଙ୍କା ପାଇବାପାଇଁ ଦଲାଲଙ୍କ ସାହାର୍ଯ୍ୟ ନେଉଛନ୍ତିକି । ତେବେ ଆପଣ ଠକାମୀରେ ପଡିପାରନ୍ତି । ଠକ ମାନେ ଘର ଘର ବୁଲି ଲୋକଙ୍କୁ ଠକିବା ଆରମ୍ଭ କରିଦେଲେଣି । ଏଭଳି ଜଣେ ଠକ କୁ ଟାଙ୍ଗୀ ଥାନା ପୋଲିସ ଗିରଫ କରି ଜେଲକୁ ପଠାଇଛି । Body:ଟାଙ୍ଗୀ ଥାନା ଛକଡିପୁର ଗ୍ରାମର ନାରୁ ପ୍ରଧାନ ନାମକ ଜଣେ ମହିଳାଙ୍କର ଫୋନି ସହାୟତା ବାବଦରେ ୧ଲକ୍ଷ ୨୦ ହଜାର ଟଙ୍କା ଆସିଥୀବା କହି ଭୁବନେଶ୍ୱର ନନ୍ଦନକାନନ ଧାଉଆ ଅଂଚଳର ଦୀପକ ଭୋଇ ନାମକ ଯୁବକ ତାଙ୍କ ମନରେ ବିଶ୍ୱାସ ଜନ୍ମାଇଥୀଲା । ଏହି ଘଟଣା ଠକ ଦୀପକ ଠାରୁ ମହିଳା ଜଣକ ଶୁଣିବା ପରେ ଏକ ଅଟୋ ରିକ୍ସା ଭଡା କରି ନିଜ ବୋହୁକୁ ସାଙ୍ଗରେ ନେଇ ଗତ ୨୨ ତାରିଖ ରେ ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟକୁ ଯାଇଥୀଲେ । ସେଠାରେ ଦୀପକ ଏହି ମହିଳାଙ୍କ ଠାରୁ ନିଜ କମିଶନ ବାବଦରେ ୧୨ ହଜାର ଟଙ୍କା ଦାବି କରିଥିଲା । ଶାଶୁ ବୋହୁଙ୍କ ନିକଟରେ ଏତେ ପରିମାଣର ଟଙ୍କା ନଥୀବାରୁ ଦୀପକକୁ ମହିଳା ଜଣକ ନିଜ ପାଖରେ ଥିବା ସୁନା ଓ ରୂପା ଅଳଙ୍କାର ବନ୍ଧକ ରଖି ଟଙ୍କା ଆଣିବା ପାଇଁ ଦେଇଥୀଲେ । ଏହି ଘଟଣା ପରେ ଦୀପକ ଅଳଙ୍କାର ନେଇ ଛୁ ମାରିଥିବା ମହିଳା ଜଣକ ଟାଙ୍ଗୀ ଥାନାରେ ଅଭିଯୋଗ କରିଥିଲେ । Conclusion:ଟାଙ୍ଗୀ ପୋଲିସ ଅଭିଯୋଗ ପାଇ ଦୀପକ ମୋବାଇଲ୍ ନଂକୁ ଟ୍ରାକ କରି ତାକୁକୁ ଗିରଫ କରିବାରେ ସକ୍ଷମ ହୋଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.