ଖୋର୍ଦ୍ଧା: ଦିନକୁ ଦିନ ବଢି ଚାଲିଛି ନିଶା ବ୍ୟବସାୟୀଙ୍କ ରାଜ । ଏହି ନିଶା ବ୍ୟବସାୟୀଙ୍କ ଉପରେ କଡା ନଜର ରଖିଛି ଅବକାରୀ ବିଭାଗ । ବେଆଇନ ଗଞ୍ଜେଇ କାରବାର ନେଇ ଜଣଙ୍କୁ ଗିରଫ କରିବା ସହ 7 କିଲୋ ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ ।

ଆଜି(ଶୁକ୍ରବାର) ଖୋର୍ଦ୍ଧା ବୋଲଗଡ଼ ଥାନା ଅନ୍ତର୍ଗତ ଫାସିଓଦା ପଞ୍ଚାୟତର ଟାଙ୍ଗିସାହିରେ ବେଆଇନ ଗଞ୍ଜେଇ କାରବାର ହେଉଥିବା ବିଶ୍ବସ୍ତ ସୂତ୍ରରୁ ଖବର ପାଇ ସେଠାରେ ଖୋର୍ଦ୍ଧା ଅବକାରୀ ବିଭାଗର ଏକ ଟିମ ଚଢ଼ାଉ କରିଥିଲା ।
ଚଢ଼ାଉ ସମୟରେ ଅବକାରୀ ବିଭାଗ 7 କିଲୋ ଗଞ୍ଜେଇ ଜବତ କରିବା ସହ ଜଣେ ବ୍ୟବସାୟୀଙ୍କୁ ଗିରଫ କରିଛି । ଗିରଫ ବ୍ୟବସାୟୀ ଜଣକ ଉକ୍ତ ଗ୍ରାମର ନିରଞ୍ଜନ ସାହୁ ବୋଲି ଖୋର୍ଦ୍ଧା ଅବକାରୀ ନିରୀକ୍ଷକ ସୂଚନା ଦେଇଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ