ETV Bharat / state

ନୂଆ ଦେହ ପାଇବ ସୂର୍ଯ୍ୟଙ୍କ ଆଖି, ଅନୁମତି ଦେଲେ ପୁଅ

ମୃତ୍ୟୁ ପରେ ବି ଦୁନିଆ ଦେଖିବେ ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ସୂର୍ଯ୍ୟଙ୍କ ଚକ୍ଷୁଦାନ କଲେ ପରିବାର ଲୋକେ । ଅଧିକ ପଢନ୍ତୁ

ସୂର୍ଯ୍ୟ ପାତ୍ରଙ୍କ ଚକ୍ଷୁଦାନ
ସୂର୍ଯ୍ୟ ପାତ୍ରଙ୍କ ଚକ୍ଷୁଦାନ
author img

By ETV Bharat Odisha Team

Published : Sep 3, 2023, 6:53 AM IST

Updated : Sep 3, 2023, 1:49 PM IST

ସୂର୍ଯ୍ୟ ପାତ୍ରଙ୍କ ଚକ୍ଷୁଦାନ

ଭୁବନେଶ୍ବର: ମୃତ୍ୟୁ ପରେ ବି ଅମର ହୋଇରହିବେ ପୂର୍ବତନ ବାଚସ୍ପତି ତଥା ବରିଷ୍ଠ ରାଜନେତା ସୂର୍ଯ୍ୟ ନାରାୟଣ ପାତ୍ର । ଦେହତ୍ୟାଗ ପରେ ମଧ୍ୟ ଦୁନିଆ ଦେଖିପାରିବେ ସୂର୍ଯ୍ୟ । କିନ୍ତୁ ଅନ୍ୟ ଜଣଙ୍କ ଦେହରେ । କାରଣ ପରିବାର ଲୋକ ସୂର୍ଯ୍ୟ ପାତ୍ରଙ୍କ ଚକ୍ଷୁଦାନ କରିଛନ୍ତି । ବଡ଼ ପୁଅ ବିପ୍ଳବ ପାତ୍ରଙ୍କ ଅନୁମତି ପରେ ଭୁବନେଶ୍ୱର ପଟିଆରେ ଅବସ୍ଥିତ ଏଲ. ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ ପକ୍ଷରୁ ତାଙ୍କର ଆଖି ସଂଗ୍ରହ ହୋଇଛି ।

ବରିଷ୍ଠ ରାଜନେତା ସୂର୍ଯ୍ୟ ପାତ୍ର ଇହଧାମରୁ ଫେରିବେ ନାହିଁ । କିନ୍ତୁ ତାଙ୍କ ଆଖିରେ ଆଉ ଜଣେ କେହି ନିଶ୍ଚୟ ଦୁନିଆ ଦେଖିପାରିବ । ପରିବାର ଲୋକ ବରିଷ୍ଠ ରାଜନେତାଙ୍କ ଦେହାନ୍ତ ପରେ ଚକ୍ଷୁଦାନ କରିବେ ବୋଲି ପୂର୍ବରୁ ପଞ୍ଜିକରଣ କରିଥିଲେ । ଗତକାଲି ତାଙ୍କର ଚକ୍ଷୁଦାନ ପାଇଁ ବଡ଼ ପୁଅ ବିପ୍ଳବ ପାତ୍ର ଅନୁମତି ଦେଇଛନ୍ତି । ପୂର୍ବରୁ ସୂର୍ଯ୍ୟ ପାତ୍ରଙ୍କ ମାଆଙ୍କ ମୃତ୍ୟୁ ପରେ ମଧ୍ୟ ପରିବାର ଲୋକେ ଚକ୍ଷୁଦାନ କରିଥିଲେ ।

ଏହାମଧ୍ୟ ପଢନ୍ତୁ: MLA Surjya Narayana Patro Passes Away: ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ

ସୂର୍ଯ୍ୟ ନିଜେ ସିନା ସବୁଦିନ ପାଇଁ ଆଖି ବୁଜିଦେଲେ । କିନ୍ତୁ ଆଉ କାହାକୁ ଆଲୁଅ ଦେଇଗଲେ । ଶରୀର ଦାନ ପାଇଁ ସୂର୍ଯ୍ୟଙ୍କର ଇଚ୍ଛା ଥିଲା ବୋଲି ତାଙ୍କ ପୁଅ ବିପ୍ଳବ କହିଛନ୍ତି । କିନ୍ତୁ ଦୀର୍ଘ ଦିନ ଅସୁସ୍ଥ ହୋଇ ହସ୍ପିଟାଲରେ ପଡି ରହିଥିବାରୁ ଶରୀର ଦାନ ସମ୍ଭବ ହୋଇପାରିନାହିଁ । ସୂର୍ଯ୍ୟଙ୍କ ମୃତଦେହ ଘରେ ପହଞ୍ଚିବା ପରେ ତାଙ୍କ ଚକ୍ଷୁଦାନ ପାଇଁ ପରିବାର ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଥିଲା । ଭୁବନେଶ୍ବର ପଟିଆରେ ଅବସ୍ଥିତ ଏଲ. ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ ସହ ଯୋଗାଯୋଗ କରାଯାଇଥିଲା । ସଂସ୍ଥାର ପକ୍ଷରୁ ନିଳାଦ୍ରୀ ବିହାରୀ ଦାସ ସୂର୍ଯ୍ୟଙ୍କ ଆଖି ସଂଗ୍ରହ କରିଛନ୍ତି ।

ପ୍ରକାଶଥାଉ କି, ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗତକାଲି(ଶନିବାର) ସନ୍ଧ୍ୟାରେ ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବିଧାୟକ ଥିଲେ ସୂର୍ଯ୍ୟ । ତାଙ୍କର ବିୟୋଗରେ ଗଞ୍ଜାମ ଜିଲ୍ଲା ସମେତ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି । ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଠାରୁ ଆରମ୍ଭ କରି ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 3, 2023, 1:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.