ETV Bharat / state

ଆଜି କଂଗ୍ରେସରେ ମିଶିବେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ - ହାତ ଧରିବେ ବିଜୟ ପଟ୍ଟନାୟକ

ଆଜି କଂଗ୍ରେସରେ ମିଶିବେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ । ସୂଚନା ଦେଲେ ପିସିସି ସଭାପତି ଶରତ ପଟ୍ଟନାୟକ । ଅଧିକ ପଢନ୍ତୁ

କଂଗ୍ରେସରେ ମିଶିବେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ

author img

By

Published : Feb 10, 2023, 2:12 PM IST

ଭୁବନେଶ୍ବର: ହାତ ଧରିବେ ବିଜୟ ପଟ୍ଟନାୟକ । ଓଡି଼ଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ଆଜି ନୂଆଦିଲ୍ଲୀ ସ୍ଥିତ ଏଆଇସିସି କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ କଂଗ୍ରେସ ଦଳରେ ଯୋଗ ଦେବେ । ଅପରାହ୍ନ ୩ଟା ସମୟରେ ସେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଉପସ୍ଥିତିରେ ଦଳରେ ସାମିଲ ହେବେ ବୋଲି ସୂଚନା ମିଳିଛି । ତାଙ୍କ ସହ କିଛି ଯୁବନେତା ମଧ୍ୟ କଂଗ୍ରେସରେ ଯୋଗ ଦେବେ । ଏହି ସମୟରେ ଓଡ଼ିଶା ପ୍ରଭାରୀ ଡ଼ା ଚେଲାକୁମାର ଓ ପିସିସି ସଭାପତି ଶରତ ପଟ୍ଟନାୟକ ଉପସ୍ଥିତ ରହିବେ।

ରାଜ୍ୟର ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ କଂଗ୍ରେସରେ ଯୋଗଦେବେ ବୋଲି କିଛି ଦିନ ହେଲା ଚର୍ଚ୍ଚା ଜୋର ଧରିଥିଲା । ଯାହାକି ସତ ହୋଇଛି । ତେବେ କେବଳ ବିଜୟ ନୁହଁନ୍ତି, ତାଙ୍କ ସହ ପୂର୍ବତନ ପ୍ରଶାସକ ପ୍ୟାରୀ ମହାପାତ୍ର ଓ ଏକ ବଡ଼ ଟିମ୍‌ କଂଗ୍ରେସରେ ଯୋଗ ଦେବା ପାଇଁ ଯୋଗାଯୋଗରେ ରହିଥିବା ପୂର୍ବରୁ କହିଥିଲେ କଂଗ୍ରେସ ବିଧାୟକ ସୁର ରାଉତରାୟ । ଏହାମଧ୍ୟ ଶୁଣିବାକୁ ମିଳୁଛି, ପୂର୍ବତନ ପ୍ରଶାସକ ପ୍ୟାରୀ ମହାପାତ୍ରଙ୍କ ସହ ଯେଉଁମାନେ ଆଗ ଧାଡିରେ ଥିଲେ ସେମାନେ ମଧ୍ୟ କଂଗ୍ରେସରେ ମିଶିବା ପାଇଁ ଯୋଗ ସୂତ୍ରରେ ରହିଛନ୍ତି ।

ଏହାମଧ୍ୟ ପଢନ୍ତୁ: Gyana Prava Mission foundation day: ସାଧୁସନ୍ଥଙ୍କ ଗହଣରେ ରାଷ୍ଟ୍ରପତି, ଗାନ କଲେ ଜାତୀୟ ସଙ୍ଗୀତ

କଂଗ୍ରେସକୁ ଅଧିକ ଶକ୍ତିଶାଳୀ କରିବା ଲକ୍ଷ୍ୟ ନେଇ ପିସିସି ସଭାପତି, ପ୍ରଭାରୀ ଚେଲ୍ଲା କୁମାର ସମସ୍ତେ ଲାଗିପଡିଛନ୍ତି । ଦଳରେ ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷ ସାମିଲ ପାଇଁ ବ୍ଲ୍ୟୁପ୍ରିଣ୍ଟ ପ୍ରସ୍ତୁତ କରିବା ସହ ଅନେକ ନେତାଙ୍କ ଯୋଗାଯୋଗରେ ମଧ୍ୟ କଂଗ୍ରେସ ରହିଛି । ବିଜୟ ପଟ୍ଟନାୟକ କଂଗ୍ରେସରେ ଯୋଗଦେବାକୁ କଂଗ୍ରେସ ପାଇଁ ଭଲ ବାର୍ତ୍ତା ବୋଲି କହିଛନ୍ତି ରାଜନୀତି ସମୀକ୍ଷକ ଅକ୍ଷୟ ସାହୁ । ସେ କହିଛନ୍ତି, "ବିଜୟ ପଟ୍ଟନାୟକ କଂଗ୍ରେସରେ ଯୋଗଦେଲେ କଂଗ୍ରେସ ସଂଗଠନ ଅଧିକ ଶକ୍ତିଶାଳୀ ହେବ । ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କଂଗ୍ରେସ ଅଧିକ ସଫଳତା ପାଇପାରିବ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.