ETV Bharat / state

MLA Surjya Narayana Patro Passes Away: ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ - MLA Surjya Narayana Patro passes away

ବରିଷ୍ଠ ରାଜନେତା ପୂର୍ବତନ ମନ୍ତ୍ରୀ ତଥା ଦିଗପହଣ୍ଡିର ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ । ଦୀର୍ଘଦିନ ଧରି କିଡନୀ ଜନିତ ରୋଗରେ ଥିଲେ ପୀଡିତ । ଅଧିକ ପଢନ୍ତୁ

MLA Surjya Narayana Patro Passes Away: ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ

author img

By ETV Bharat Odisha Team

Published : Sep 2, 2023, 8:05 PM IST

Updated : Sep 2, 2023, 8:50 PM IST

ଭୁବନେଶ୍ବର: ବରିଷ୍ଠ ରାଜନେତା ପୂର୍ବତନ ମନ୍ତ୍ରୀ ତଥା ଦିଗପହଣ୍ଡିର ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ । ଦୀର୍ଘଦିନ ଧରି କିଡନୀ ଜନିତ ରୋଗରେ ଥିଲେ ପୀଡିତ । ସଂଧ୍ୟା 07.30 ମିନିଟରେ ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ । 74 ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କଲେ ସୂର୍ଯ୍ୟ । ୧୯୯୦ ମସିହାରେ ପ୍ରଥମ ଥର ବିଧାୟକ ଭାବେ ବିଧାନସଭାକୁ ହୋଇଥିଲେ ନିର୍ବାଚିତ । ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀରୁ ଜନତା ଦଳ ଟିକଟରୁ ନିର୍ବାଚନ ଲଢି ହୋଇଥିଲେ ବିଧାୟକ । ରାଜନୀତି ଜୀବନରେ ମୋହନାରୁ 4 ଥର ଦିଗପହଣ୍ଡିରୁ 3 ଥର ବିଧାନସଭାକୁ ହୋଇଥିଲେ ନିର୍ବାଚିତ । 1990 ମସିହାରୁ 2019 ଯାଏଁ ଲଗାତାର 7 ଥର ହୋଇଥିଲେ ବିଧାୟକ ।

  • #BREAKING
    ବରିଷ୍ଠ ରାଜନେତା ପୂର୍ବତନ ମନ୍ତ୍ରୀ ତଥା ଦିଗପହଣ୍ଡିର ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ । ଦୀର୍ଘଦିନ ଧରି କିଡନୀ ଜନିତ ରୋଗରେ ଥିଲେ ପୀଡିତ । ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ । #SuryaNarayanPatro #ExSpeaker #Odisha #EtvBharat pic.twitter.com/4nGLe76C17

    — ETVBharat Odisha (@ETVBharatOD) September 2, 2023 " class="align-text-top noRightClick twitterSection" data=" ">

ଏହାବି ପଢନ୍ତୁ- ସୂର୍ଯ୍ୟ ନାରାୟଣ ପାତ୍ର ଅସୁସ୍ଥ, ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ସୂର୍ଯ୍ୟ ନାରାୟଣ ପାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ମନ୍ତ୍ରୀ ମଣ୍ଡଳରେ ରାଜସ୍ବ, ଶକ୍ତି, ଯୋଗାଣ, ପରିବେଶ, ସଂସ୍କୃତି ଓ ସୂଚନା ଲୋକସଂପର୍କ ଭଳି ବିଭାଗର ମନ୍ତ୍ରୀ ରହିଥିଲେ। 2019 ନିର୍ବାଚନରେ ବିଜୟୀ ହେବା ପରେ ଷୋଡଶ ବିଧାନସଭାର ବାଚସ୍ପତି ହୋଇଥିଲେ ସୂର୍ଯ୍ୟ ନାରାୟଣ ପାତ୍ର । ସୂର୍ଯ୍ୟ ଗତ ୨୦୧୯ ଜୁନ ୧ରୁ ୨୦୨୨ ଜୁନ ୪ ତାରିଖ ପର୍ଯ୍ୟନ୍ତ ବାଚସ୍ପତି ଥିଲେ। ପରେ ସ୍ବାସ୍ଥ୍ୟଗତ କାରଣରୁ ଇସ୍ତଫା ଦେଇଥିଲେ । ନିଜ ବାଚସ୍ପତି କାର୍ଯ୍ୟକାଳ ସମୟରେ ସୂର୍ଯ୍ୟ ନାରାୟଣ ପାତ୍ର ବିଧାନସଭାକୁ ପୁରା ଡିଜିଟାଇଜେସନ କରିବାକୁ ବଡ ଭୂମିକା ତୁଳାଇଥିଲେ । ଏହାସହ ବିଧାନସଭା କାର୍ଯ୍ୟାବଳୀରେ ବିଭିନ୍ନ ସଂସ୍କାର ଆଣିବାକୁ ଉଦ୍ୟମ କରିଥିଲେ ।

୧୯୭୭ ରେ ରାଜନୈତିକ ଜୀବନ ଆରମ୍ଭ କରିଥିବା ସୂର୍ଯ୍ୟ ଜଣେ ସଫଳ ରାଜନେତା ଭାବେ ପ୍ରତିଷ୍ଠିତ ହୋଇଥିଲେ । ବ୍ରହ୍ମପୁର ମ୍ୟୁନିସିପାଲଟିର କାଉନସିଲ ଭାବେ ରାଜନୀତିରେ ପ୍ରବେଶ କରିଥିଲେ ସୂର୍ଯ୍ୟ। ସୂର୍ଯ୍ୟ ନାରାୟଣ ପାତ୍ର ଅବିଭକ୍ତ ଗଞ୍ଜାମ ଜିଲ୍ଲାର ଜଣେ ଅପ୍ରଦ୍ବନ୍ଦିତ ରାଜନେତା ଥିଲେ । ବିଜୁ ଜନତା ଦଳର ଜଣେ ବରିଷ୍ଠ ରାଜନେତା ଭାବେ ବେଶ ପ୍ରଭାବଶାଳୀ ହୋଇପାରିଥିଲେ ।

ଏହାବି ପଢନ୍ତୁ- ସୂର୍ଯ୍ୟ ନାରାୟଣ ପାତ୍ର ଗୁରୁତର ଅସୁସ୍ଥ, ଆଜି ବାଚସ୍ପତି ପଦରୁ ଦେଇଥିଲେ ଇସ୍ତଫା

ରାଜନୀତି ଜୀବନରେ ମୋହନାରୁ 4 ଥର ଦିଗପହଣ୍ଡିରୁ 3 ଥର ବିଧାନସଭାକୁ ହୋଇଥିଲେ ନିର୍ବାଚିତ । 1990 ମସିହାରୁ 2019 ଯାଏଁ ଲଗାତାର 7 ଥର ହୋଇଥିଲେ ବିଧାୟକ । ପ୍ରଥମଥର ପାଇଁ ଜନତା ଦଳ ଟିକେଟରୁ ୧୯୯୦ ଓ ୧୯୯୫ ରେ ଗଜପତି ଜିଲ୍ଲାର ମୋହନା ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ। ପରେ ବିଜୁ ଜନତା ଦଳ ଗଠନ ହେବା ପରେ ୨୦୦୦ ଓ ୨୦୦୪ ମସିହା ବିଧାନସଭା ନିର୍ବାଚନରେ ମଧ୍ୟ ମୋହନା ଆସନରୁ ବିଜେଡି ଟିକେଟରେ ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ଏହାପରେ 2009 ରେ ସୀମା ପୁନଃ ନିର୍ଦ୍ଧାରଣ ସହ ବଦଳି ଯାଇଥିଲେ ଗଞ୍ଜାମ ଟାଇଗର ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବିଧାନସଭା କ୍ଷେତ୍ର । ସୂର୍ଯ୍ୟ ୨୦୦୯, ୨୦୧୪ ଓ ୨୦୧୯ ନିର୍ବାଚନରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଆସନରୁ ବିଜେଡି ଟିକେଟରୁ ବିଜୟୀ ହୋଇ ଆସୁଥିଲେ ।

ଏହାବି ପଢନ୍ତୁ- ଦେହରେ ମାଟି ମାଖି ଫିଟନେସ ମନ୍ତ୍ର ଦେଲେ ବାଚସ୍ପତି

ଦିଂବଗତ ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର ୨୪ ଡିସେମ୍ବର 1948 ମସିହା ରେ ଜନ୍ମ ଗ୍ରହଣ କରିଥିଲେ । ଉଚ୍ଚ ଶିକ୍ଷିତ ସୂର୍ଯ୍ୟ ନାରାୟଣ ପାତ୍ର ଆଇନରେ ଡିଗ୍ରୀ ହାସଲ କରିଥିବା ବେଳେ ପଞ୍ଜାବର ଦେଶଭଗତ ବିଶ୍ବବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ ଉପାଧି ମିଳିଥିଲା । ସୂର୍ଯ୍ୟ ପାତ୍ର ଦୁଇ ପୁଅଙ୍କ ସମେତ ପରିବାରକୁ ଛାଡି ଯାଇଛନ୍ତି ।

Last Updated : Sep 2, 2023, 8:50 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.