ETV Bharat / state

ପଶୁ ନୁହେଁ ମାଲିକ ଉପରେ ହେଉ କାର୍ଯ୍ୟାନୁଷ୍ଠାନ: ତଥାଗତ - ପୋଷା ଜନ୍ତୁ ରଖିବା ନେଇ ଗାଇଡଲାଇନ ଜାରି କରିଛି ବିଏମସି

ଭୁବନେଶ୍ବରରେ ଶିଶୁକୁ ପୋଷା କୁକୁର କାମୁଡ଼ି ଲହୁଲୁହାଣ କରିବା ପରେ ପୋଷା ଜନ୍ତୁ ରଖିବା ନେଇ ଗାଇଡଲାଇନ ଜାରି କରିବାକୁ ଯାଉଛି ବିଏମସି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ସାଂସଦ ତଥାଗତ ସତପଥୀ । ଅଧିକ ପଢ଼ନ୍ତୁ

ପଶୁ ନୁହେଁ ମାଲିକ ଉପରେ ହେଉ କାର୍ଯ୍ୟାନୁଷ୍ଠାନ: ତଥାଗତ

author img

By

Published : Nov 18, 2022, 10:56 PM IST

ଭୁବନେଶ୍ବର: ଇନଫୋସିଟି ଅଞ୍ଚଳରେ ଶିଶୁକୁ ପୋଷା କୁକୁର କାମୁଡ଼ି ଲହୁଲୁହାଣ କରିବା ପରେ ରାଜଧାନୀରେ ବିତର୍କ ଆରମ୍ଭ ହୋଇଛି । ପୋଷା ଜନ୍ତୁ ରଖିବା ନେଇ ଭୁବନେଶ୍ବର ମହାନଗର ନିଗମ ଗାଇଡଲାଇନ ଜାରି କରିବା ନେଇ ସୂଚନା ରହିଛି । ଏପଟେ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପୂର୍ବତନ ସାଂସଦ ତଥା ପଶୁ ପ୍ରେମୀ ତଥାଗତ ସତପଥୀ । ପଶୁ ନୁହେଁ, ବରଂ ମାଲିକ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ତଥାଗତ ଦାବି କରିଛନ୍ତି ।

ପଶୁ ନୁହେଁ ମାଲିକ ଉପରେ ହେଉ କାର୍ଯ୍ୟାନୁଷ୍ଠାନ: ତଥାଗତ

ସେ କହିଛନ୍ତି, "ବିଏମସି କଣ ପାଇଁ ଏପରି ଗାଇଡ୍‌ଲାଇନ ଆଣୁଛି ମୁଁ ଜାଣିନି । ଯଦି କିଛି ଘଟଣା ଘଟିଥିବ ତେବେ ତାହା ବ୍ୟକ୍ତିଗତ ଘଟଣା । ମାଲିକ କୁକୁରକୁ ପାଳି ପାରିନଥିବେ । ମୁଁ ଭାବେ, କୁକୁର ଓ ବିଲେଇ ମାଲିକର ଆଇନା । କୁକୁର ରାଗି ହେବାର ମାଲିକ ହିଁ ଦାୟୀ । ମାଲିକ ଘରେ ଯଦି ଅଶାନ୍ତ ପରିବେଶ ବା ପରିସ୍ଥିତି ଥିବ ତେବେ ଏହାର ପ୍ରଭାବ ପଶୁଙ୍କ ଉପରେ ପଡେ । କୁକୁରକୁ ବିଦା କରିବା ପରିବର୍ତ୍ତେ ମାଲିକ ଉପରେ କାର୍ଯ୍ୟାନୁଷ୍ଠାନ ହେବାର ଆବଶ୍ୟକତା ରହିଛି ।"

ଏହା ମଧ୍ୟ ପଢ଼ନ୍ତୁ...Pet Animal Guidelines: ପାଳିତ କୁକୁରଙ୍କ ପାଇଁ ବିଏମସି ଆଣିବ ଗାଇଡଲାଇନ

ତଥାଗତ ଏନେଇ ଆହୁରି ମଧ୍ୟ କହିଛନ୍ତି ଯେ, ମାଲିକ ମାନେ ପୋଷା ପଶୁଙ୍କର ଯତ୍ନ ନିଅନ୍ତି ନାହିଁ କି ସେମାନଙ୍କୁ ଟ୍ରେନିଂ ଦିଅନ୍ତି ନାହିଁ । ସବୁବେଳେ ବାନ୍ଧିକି ରଖିବା ଫଳରେ କୁକୁର ରାଗି ହୁଅନ୍ତି । ତେଣୁ ଏଭଳି ଗୋଟିଏ ଘଟଣାକୁ ନେଇ ସମସ୍ତଙ୍କ ଉପରେ ବିଏମସି କଟକଣା ଲାଗୁ କରିବା ଉଚିତ ନୁହେଁ । ଯେଉଁମାନେ ପୋଷା କୁକୁରକୁ ପାଳନ କରି ପାରୁନାହାଁନ୍ତି ସେମାନଙ୍କ ଉପରେ ମୋଟା ଅଙ୍କର ଫାଇନ ପକାଇବା ଉଚିତ । ପଶୁଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଠିକ ନୁହେଁ । ମାଲିକ ଯେମିତି ପଶୁକୁ ରଖିବ, ପଶୁ ସେମିତି ହେବ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.