ETV Bharat / state

ଓଡ଼ିଶା ବିକାଶର ବିଶ୍ବକର୍ମା ଥିଲେ ଜାନକୀ ବାବୁ: ସୁର - Sura Routray

Janaki Ballabh Patnaik: ଆଜି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ 98ତମ ଜୟନ୍ତୀ । ଖୋର୍ଦ୍ଧା ଜାନକୀ ବଲ୍ଲଭ ଉଦ୍ୟାନରେ ପୂର୍ବ ମୁଖ୍ୟମନ୍ତ୍ରୀଙ୍କ ସ୍ମୃତି ଚାରଣ କଲେ ବରିଷ୍ଠ ନେତା ଓ ପ୍ରଶଂସକ । ଅଧିକ ପଢ଼ନ୍ତୁ...

ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜୟନ୍ତୀ
ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜୟନ୍ତୀ
author img

By ETV Bharat Odisha Team

Published : Jan 3, 2024, 6:24 PM IST

ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜୟନ୍ତୀ

ଖୋର୍ଦ୍ଧା: ଓଡ଼ିଶା ବିକାଶର ବିଶ୍ଵକର୍ମା ଥିଲେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ । ତାଙ୍କ ପାଇଁ ଓଡ଼ିଶାରେ ହଜାରେ ଦିନରେ ହଜାରେ କୋଟିରେ ହଜାରେ ଶିଳ୍ପ ପ୍ରତିଷ୍ଠା ହୋଇପାରିଥିଲା । କେବଳ ସେତିକି ନୁହେଁ, କଳାହାଣ୍ଡି ଭୋକର ଭୁଗୋଳକୁ ପରିବର୍ତ୍ତନ କରି ଚାଷ ସମୃଦ୍ଧ କରିପାରିଥିଲେ ଜାନକୀ ବାବୁ । ଆଜି ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ 98 ତମ ଜୟନ୍ତୀ ଅବସରରେ ଖୋର୍ଦ୍ଧା ଜାନକୀ ବଲ୍ଲଭ ଉଦ୍ୟାନ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏପରି କହିଥିଲେ କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ।

କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଦିଲ୍ଲୀପ ଶ୍ରୀଚନ୍ଦନ ଜାନକୀ ବାବୁଙ୍କୁ ମନେ ପକାଇ କହିଛନ୍ତି, "ଜାନକୀ ବାବୁଙ୍କର ଅନେକ କ୍ଷେତ୍ରରେ ପାରଦର୍ଶିତା ଥିଲା । ସାହିତ୍ୟ, ସଂସ୍କୃତି, ରାଜନୀତି ଓ ସାମ୍ବାଦିକତା କ୍ଷେତ୍ରରେ ସେ ଦକ୍ଷ ଥିଲେ । ଜାନକୀ ବାବୁ ବିଭିନ୍ନ ପୌରାଣିକ ପୁସ୍ତକକୁ ଓଡ଼ିଆରେ ଅନୁବାଦ କରି ପାଠକଙ୍କ ପାଖରେ ବେଶ ପରିଚିତ ହୋଇପାରିଥିଲେ । ବିଶେଷ କରି ଖୋର୍ଦ୍ଧା ପାଇଁ ତାଙ୍କ ଅବଦାନ ଅତୁଳନୀୟ । ସେହିଭଳି ସେ ଜଣେ ବିଦ୍ବାନ ମୁଖ୍ୟମନ୍ତ୍ରୀ ଥିଲେ । କେବଳ ସେତିକି ନୁହେଁ, ଆସାମ ରାଜ୍ୟପାଳ ଥିବା ସମୟରେ ଆସାମରେ ଓଡ଼ିଆ ଭାଷାର ପ୍ରଚାର ପ୍ରସାର କରିବା ସହ ଜଗନ୍ନାଥ ମନ୍ଦିର ନିର୍ମାଣ କରି ଜଗନ୍ନାଥଙ୍କ ଲୀଳା ସର୍ବବ୍ୟାପୀ କରିଥିଲେ ।"

ଏହା ମଧ୍ୟ ପଢ଼ନ୍ତୁ...ଉନ୍ମୋଚନ ହେଲା ଜାନକୀ ବାବୁଙ୍କ ପ୍ରତିମୂର୍ତ୍ତି, ବ୍ୟକ୍ତିତ୍ବକୁ ଭଲପାଇବାକୁ ସୌମ୍ୟଙ୍କ ପରାମର୍ଶ

ଏହି କାର୍ଯ୍ୟକ୍ରମରେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଜାନକୀ ବାବୁଙ୍କ ସ୍ମୃତିକୁ ମନେ ପକାଇ କହିଛନ୍ତି, "ସାହିତ୍ୟ, ସାମ୍ବାଦିକତା ଏବଂ ରାଜନୀତି କ୍ଷେତ୍ରର ସେ ଥିଲେ ତ୍ରିବେଣୀ ସଙ୍ଗମ । ମାଟିକୁ ଭଲ ପାଉଥିବା ମଣିଷ ଥିଲେ ଏବଂ ସଫଳ କାହାଣୀର ନାୟକ ଥିଲେ ସେ ।" ସେହିପରି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି, ଖୋର୍ଦ୍ଧା ପୌରାଧ୍ୟକ୍ଷା କନକଲକ୍ଷ୍ମୀ ମହାନ୍ତି ଏବଂ ଜାନକୀ ବଲ୍ଲଭ ସ୍ମୃତି କମିଟି ସମ୍ପାଦକ ସଞ୍ଜୟ ପଟ୍ଟନାୟକଙ୍କ ଏବଂ ବହୁ ଜାନକୀ ପ୍ରେମୀ ଉପସ୍ଥିତ ରହି ଜାନକୀ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାଞ୍ଜଳି ଅର୍ପଣ କରି ତାଙ୍କ ସ୍ମୃତିଚାରଣ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ନିଜ ଅନୁଷ୍ଠାନର ବାର୍ଷିକ ଉତ୍ସବରେ ଯୋଗଦେଲେନି ସୌମ୍ୟ, ସୁର କହିଲେ ତାଙ୍କର ମନ ପରିବର୍ତ୍ତନ ହୋଇଛି

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.