ETV Bharat / state

ସିଏମଓର ମୁଖ୍ୟ ପରାମର୍ଶଦାତା ହେଲେ ସୁରେଶ ମହାପାତ୍ର, କିଏ ହେବେ ଓଇଆରସି ଅଧ୍ୟକ୍ଷ

author img

By ETV Bharat Odisha Team

Published : Nov 17, 2023, 8:12 PM IST

Updated : Nov 17, 2023, 8:20 PM IST

CMOର ମୁଖ୍ୟ ପରାମର୍ଶଦାତା ହେଲେ ସୁରେଶ । ସୁରେଶଙ୍କୁ ଓଡିଶା ବିଦ୍ୟୁତ ନିୟାମକ ଆୟୋଗ ଅଧ୍ୟକ୍ଷ ପଦରୁ ଅବ୍ୟାହତି ଦେଲେ ରାଜ୍ୟ ସରକାର । ସେହିପରି ଅବସରପ୍ରାପ୍ତ ଆଇଏଏସ ଆର ବାଲକ୍ରୀଷ୍ଣନଙ୍କୁ ସିଏମଓ ମୁଖ୍ୟ ପରାମର୍ଶଦାତା ଅତିରିକ୍ତ ଦାୟିତ୍ବରୁ ମୁକ୍ତି । ଅଧିକ ପଢନ୍ତୁ

ସିଏମଓର ମୁଖ୍ୟ ପରାମର୍ଶଦାତା ହେଲେ ସୁରେଶ ମହାପାତ୍ର, କିଏ ହେବେ ଓଇଆରସି ଅଧ୍ୟକ୍ଷ
ସିଏମଓର ମୁଖ୍ୟ ପରାମର୍ଶଦାତା ହେଲେ ସୁରେଶ ମହାପାତ୍ର, କିଏ ହେବେ ଓଇଆରସି ଅଧ୍ୟକ୍ଷ

ଭୁବନେଶ୍ବର: ପୂର୍ବତନ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କୁ ନୂଆ ଦାୟିତ୍ବ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ହୋଇଛନ୍ତି ସୁରେଶ । ସୁରେଶଙ୍କୁ ଓଇଆରସି ଅଧ୍ୟକ୍ଷ ପଦରୁ ଅବ୍ୟାହତି ଦିଆଯାଇଛି । ଏନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ(ଓଇଆରସି)ର ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ମିଳିଛି ନୂଆ ନିଯୁକ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମୁଖ୍ୟ ପରାମର୍ଶଦାତା ଭାବେ ସୁରେଶଙ୍କୁ ନିଯୁକ୍ତି ଦିଆଯାଇଛି । ସୁରେଶଙ୍କ ଅନୁରୋଧକ୍ରମେ ଆଜିଠାରୁ ତାଙ୍କୁ ଓଇଆରସି ଅଧ୍ୟକ୍ଷ ପଦରୁ ଅବ୍ୟାହତି ଦିଆଗଲା ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମୁଖ୍ୟ ପରାମର୍ଶଦାତା ଭାବେ ଅତିରିକ୍ତ ଦାୟିତ୍ବରେ ଥିବା ଅବସରପ୍ରାପ୍ତ ଆଇଏଏସ ଆର. ବାଲକ୍ରିଷ୍ଣନଙ୍କୁ ସେହି ପଦବୀରୁ ଅବ୍ୟାହତି ଦିଆଯାଇଛି । ସେ ମୁଖ୍ୟ ପରାମର୍ଶଦାତା (ସ୍ପେଶାଲ ଇନିସିଏଟିଭ) ଭାବେ ପୂର୍ବଭଳି କାର୍ଯ୍ୟ କରିବେ । ଏହି ପଦବୀ ମୁଖ୍ୟ ଶାସନ ସଚିବ ପାହ୍ୟାର । ସେହିପରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଥିବା ପ୍ରମୁଖ ପରାମର୍ଶଦାତା ଅସିତ ତ୍ରିପାଠୀଙ୍କ ଅନୁରୋଧକ୍ରମେ ତାଙ୍କୁ ସେହି ପଦରୁ ଅବ୍ୟାହତି ଦିଆଯାଇଛି । ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅଛନ୍ତି ।

ଅଧିକ ପଢନ୍ତୁ- OERC ଅଧ୍ୟକ୍ଷ ଭାବେ ଶପଥ ନେଲେ ସୁରେଶ ଚନ୍ଦ୍ର ମହାପାତ୍ର

ଓଇଆରସି ଅଧ୍ୟକ୍ଷ ଭାବେ ଗତ ମାର୍ଚ୍ଚ ମାସ ୧ ତାରିଖରେ ସୁରେଶ ଚନ୍ଦ୍ର ମହାପାତ୍ର ଶପଥ ଗ୍ରହଣ କରିଥିଲେ । ମୁଖ୍ୟ ଶାସନ ସଚିବ ଭାବେ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କାର୍ଯ୍ୟକାଳ ଗତ ଫେବ୍ରୁଆରୀ ୨୮ରେ ଶେଷ ହୋଇଛି । ସୁରେଶ ମହାପାତ୍ର ୨୦୨୧ ମସିହା ଜାନୁଆରୀ ୧ ତାରିଖରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । ୨୦୨୨ ଫେବୃଆରୀ ପର୍ଯ୍ୟନ୍ତ ତାଙ୍କୁ ଏହି ଦାୟିତ୍ବରେ ରହିବାର ଥିଲା । ମାତ୍ର ସରକାର ତାଙ୍କ କାର୍ଯ୍ୟକାଳକୁ ଦୁଇ ଥର ବୃଦ୍ଧି କରିଥିଲେ । କୋଭିଡ ମୁକାବିଲାରେ ସୁରେଶଙ୍କ ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ ରହିଥିଲା । ସେହିଭଳି ଗତ ପଞ୍ଚାୟତ ଓ ପୌର ନିର୍ବାଚନ ତାଙ୍କ ନେତୃତ୍ବରେ ପରିଚାଳନା ହୋଇଥିଲା । ଜଙ୍ଗଲ ଏବଂ ପରିବେଶ ଓ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ବିଭାଗ ଦାୟିତ୍ବରେ ଥିବାବେଳେ ସୁରେଶ ବହୁ ଲୋକପ୍ରିୟ ନିଷ୍ପତ୍ତି ନେଇଛନ୍ତି । ଓଡିଶାରେ ଇକୋ ରିଟ୍ରିଟ ସୁରେଶଙ୍କ ମାନସ ସନ୍ତାନ । ଏଥିପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ପ୍ରିୟ ଭାଜନ ହୋଇପାରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 17, 2023, 8:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.