ETV Bharat / state

ଶଙ୍ଖ ଭବନରେ ମିଶ୍ରଣ ପର୍ବ, ବିଜେଡିରେ ମିଶିଲେ ପୂର୍ବତନ ଅତିରିକ୍ତ ଏସପି ନୃପଚରଣ ଦଣ୍ଡସେନା - ଶଙ୍ଖ ଭବନରେ ମିଶ୍ରଣ ପର୍ବ

Former Additional SP Nrupa Charan Dandasena Joins BJD: ଶଙ୍ଖ ଭବନରେ ମିଶ୍ରଣ ପର୍ବ । ବିଜେଡିରେ ସାମିଲ ହୋଇଛନ୍ତି ସୁନ୍ଦରଗଡ଼ ଜିଲ୍ଲାର ଅବସରପ୍ରାପ୍ତ ଅତିରିକ୍ତ ଏସପି ନୃପଚରଣ ଦଣ୍ଡସେନା । ଅଧିକ ପଢ଼ନ୍ତୁ

ବିଜେଡିରେ ମିଶ୍ରଣ ପର୍ବ
ବିଜେଡିରେ ମିଶ୍ରଣ ପର୍ବ
author img

By ETV Bharat Odisha Team

Published : Dec 30, 2023, 7:35 PM IST

ଶଙ୍ଖ ଭବନରେ ମିଶ୍ରଣ ପର୍ବ

ଭୁବନେଶ୍ବର: ଶଙ୍ଖ ଭବନରେ ମିଶ୍ରଣ ପର୍ବ । ବିଜେଡିରେ ସାମିଲ ହୋଇଛନ୍ତି ସୁନ୍ଦରଗଡ଼ ଜିଲ୍ଲାର ଅବସରପ୍ରାପ୍ତ ଅତିରିକ୍ତ ଏସପି ନୃପଚରଣ ଦଣ୍ଡସେନା । ଆଜି ଶଙ୍ଖଭବନରେ ବରିଷ୍ଠ ବିଜେଡ଼ି ଉପସଭାପତି ତଥା ବଡ଼ମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର ଓ ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କ ଉପସ୍ଥିତିରେ ନୃପଚରଣ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍ ହୋଇଥିବା ନୃପଚରଣଙ୍କୁ ଉପଢୌକନ ଦେଇ ଦେବୀ ଓ ମାନସ ଦଳକୁ ସ୍ବାଗତ କରିଛନ୍ତି । ନୃପଚରଣ ଦଣ୍ଡସେନାଙ୍କ ଯୋଗଦାନ ଫଳରେ ବିଶେଷକରି ସୁନ୍ଦରଗଡ଼ ଜିଲ୍ଲାରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି କହିଛି ଦଳ ।

ଶଙ୍ଖ ଭବନରେ ମିଶ୍ରଣ ପର୍ବରେ ଯୋଗଦେଇ ନୃପଚରଣ ଦଣ୍ଡସେନା କହିଛନ୍ତି, "ମୁଁ 35 ବର୍ଷ ଧରି ପୋଲିସ ଚାକରି କରିଥିଲି । ମୁଁ ମୁଖ୍ୟମନ୍ତ୍ରୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେବାକୁ ଅନୁରୋଧ କରିଥିଲି । ଏହାକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିବାରୁ ଧନ୍ୟବାଦ । ଜନସେବା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜଣକଲ୍ୟାଣକାରୀ ଯୋଜନା ଗାଁ ଗାଁରେ ପହଞ୍ଚାଇବାକୁ ଚେଷ୍ଟା କରିବି । ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀଙ୍କ ବିକାଶମୂଳକ କାର୍ଯ୍ୟକୁ ଗ୍ରାମାଞ୍ଚଳରେ ପହଞ୍ଚାଇବା ସହ ଦଳ ଯେଉଁ ଦାୟିତ୍ୱ ଦେବ ତାକୁ ସୂଚାରୁ ରୂପେ ତୁଲାଇବି ।"

ଏପଟେ ସାଂସଦ ମାନସ ମଙ୍ଗରାଜଙ୍କୁ ମିଳିଛି ଆଉ ଏକ ନୂଆ ଦାୟିତ୍ବ । ସମ୍ବଲପୁର ସଂସଦୀୟ କ୍ଷେତ୍ର ବିଜେଡି ପର୍ଯ୍ୟବେକ୍ଷକ ଭାବେ ତାଙ୍କୁ ଦାୟିତ୍ବ ଦିଆଯାଇଛି । ପୂର୍ବରୁ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ଦାୟିତ୍ବ ତୁଲାଉଛନ୍ତି । ମାନସ ରଞ୍ଜନ ମଙ୍ଗରାଜ କହିଛନ୍ତି " ମୁଖ୍ୟମନ୍ତ୍ରୀ ମତେ ଯେତେବେଳେ ଯେଉଁ ଦାୟିତ୍ୱ ଦେଇଛନ୍ତି, ମୁଁ ସୁଚାରୁ ଭାବେ କାର୍ଯ୍ୟ କରିଛି । ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶର ଧାରା ଜାରୀ ରହିଛି । ସେଥିରେ ଆକୃଷ୍ଟ ହୋଇ ବହୁ ଲୋକ ଦଳରେ ସାମିଲ ହେଉଛନ୍ତି । ଅବସରପ୍ରାପ୍ତ ଅତିରିକ୍ତ ଏସପି ନୃପଚରଣ ଦଣ୍ଡସେନାଙ୍କ ନେତୃତ୍ୱରେ ବହୁ ଲୋକ ଦଳରେ ସାମିଲ ହୋଇଛନ୍ତି । ଜଣେ ଶୃଙ୍ଖଳିତ ଅଧିକାରୀ ଭାବେ ନୃପଚରଣ ଦଣ୍ଡସେନାଙ୍କର ଖ୍ୟାତି ରହିଛି । ସେହିପରି ସେ ଦଳରେ ରହି ମଧ୍ୟ କାର୍ଯ୍ୟ କରିବେ । ବିଜେଡିରେ ସାମିଲ ହେବା ଲାଗି ସେ ବିଜେଡ଼ି ସୁପ୍ରିମୋଙ୍କ ନିକଟରେ ଆବେଦନ କରିଥିଲେ । ସୁପ୍ରିମୋଙ୍କ ଅନୁମୋଦନ ପରେ ଆଜି ସେ ଦଳରେ ସାମିଲ ହୋଇଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ.....ସଶକ୍ତ ହେଲା ବାଲେଶ୍ଵର ସଂଗଠନ, ବିଜେଡ଼ିରେ ସାମିଲ ହେଲେ କଂଗ୍ରେସ ନେତା

ମାନସଙ୍କ ଭଳି ସୌଭାଗ୍ୟ ନାୟକଙ୍କୁ ସମ୍ବଲପୁର, ରେଙ୍ଗାଳି ବିଧାନସଭା କ୍ଷେତ୍ର ପର୍ଯ୍ୟବେକ୍ଷକ ଦାୟିତ୍ବ ଦିଆଯାଇଛି । ଗୌତମବୁଦ୍ଧ ଦାସଙ୍କୁ ଦେବଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକ, ଅମରେଶ ଜେନାଙ୍କୁ ବୌଦ୍ଧ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ବ ଦିଆଯାଇଛି । ଏହି ମିଶ୍ରଣ ପର୍ବରେ ଖଡ଼ିଆ ସମାଜର ଜିଲ୍ଲା ଉପସଭାପତି ଉଗ୍ରସେନ ପ୍ରଧାନ, ଖଡ଼ିଆ ସମାଜର ରାଜ୍ୟ ଉପସଭାପତି ବିଶେଶ୍ୱର ଦଣ୍ଡସେନା, ଅବସରପ୍ରାପ୍ତ କୃଷି ଅଧିକାରୀ ଦୁର୍ଜନ କୁମାର ବାଗ, ଅବସରପ୍ରାପ୍ତ କୋଲ ଇଣ୍ଡିଆ ଅଫିସର ତୁଲାରାମ ନାୟକ, ସମିତି ସଭ୍ୟ ସିଆପତି ମୁଣ୍ଡ, ସରପଞ୍ଚ ଶକୁନ୍ତଳା ବାଗ, ପୂର୍ବତନ ସରପଞ୍ଚ ଝରଣା ଦଣ୍ଡସେନା, ନାଏବ ସରପଞ୍ଚ ପରମେଶ୍ୱର ଗଣ୍ଡ, ପୂର୍ବତନ ବଡ଼ଗାଁ ବ୍ଲକ ଚେୟାରମ୍ୟାନ ସାରଥି ପାଣ୍ଡେ, ପୂର୍ବତନ ସମିତି ସଭ୍ୟ ସୁନ୍ଦରମଣି ସିଂହ, ପୂର୍ବତନ ସରପଞ୍ଚ ଦୁଷ୍ମନ୍ତ ନାୟକ, ହେମନ୍ତ ମାଝୀ, ୱାର୍ଡ଼ ମେମ୍ବର ଭିକ୍ଟୋରିଆ କୁଲୁ, ପ୍ରତିମା ବିଲୁମ, ସମାଜସେବୀ ସସ୍ମିତା ମଲ୍ଲିକ, ବିନୋଦ ଦଣ୍ଡସେନା, ଦୀପକ ପ୍ରଧାନ, ରମାନନ୍ଦ ମଲ୍ଲିକ, ମନୋଜ ପୃସେଟ, ଅମୂଲ୍ୟ ବେହେରା ପ୍ରମୁଖ ବିଜେଡ଼ିରେ ସାମିଲ ହୋଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.