ETV Bharat / state

ଅସୁରକ୍ଷିତ ବନ କର୍ମଚାରୀ: ଲାଠିରେ ଚାଲିଛି ଜଙ୍ଗଲ ବନ୍ୟଜନ୍ତୁ ସୁରକ୍ଷା

author img

By

Published : Jun 20, 2023, 9:40 AM IST

ଲାଠିରେ ଚାଲିଛି ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା । ଶିକାରୀଙ୍କ ହାତରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ରହୁଥିବା ବେଳେ ଖଣ୍ଡିଏ ଲାଠିରେ କାମ ଚଳାଉଛନ୍ତି ବନ କର୍ମଚାରୀ । ଅଧିକ ପଢନ୍ତୁ

ଅସୁରକ୍ଷିତ ବନ କର୍ମଚାରୀ
ଅସୁରକ୍ଷିତ ବନ କର୍ମଚାରୀ
ଅସୁରକ୍ଷିତ ବନ କର୍ମଚାରୀ

ଭୁବନେଶ୍ବର: ବର୍ଷ ବର୍ଷ ଧରି ବନ କର୍ମଚାରୀମାନେ ଜଙ୍ଗଲ ମଧ୍ୟରେ କର୍ତ୍ତବ୍ୟ ପାଳନ କରୁଛନ୍ତି । ଜଙ୍ଗଲ ଓ ଜୀବଜନ୍ତୁଙ୍କୁ ସୁରକ୍ଷା ଦେଉଛନ୍ତି । ହେଲେ ନିଜର ସୁରକ୍ଷା ଶୂନ୍ୟ । ନା ସେମାନଙ୍କ ପାଖରେ ଅଛି ବନ୍ଧୁକ ନା ଅଛି କୌଣସି ଅସ୍ତ୍ରଶସ୍ତ୍ର । ଶିକାରୀଙ୍କ ପାଖରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଥିବାବେଳେ କେବଳ ହାତରେ ଲାଠି ଖଣ୍ଡେ ଧରି ଜଙ୍ଗଲ ମଧ୍ୟରେ ଡ୍ୟୁଟି କରୁଛନ୍ତି ବନ କର୍ମଚାରୀ । ଯେଉଁଥିପାଇଁ ଶିକାରୀ ଗୁଳିରେ ପ୍ରାଣ ହରାଉଛନ୍ତି । ବନ କର୍ମଚାରୀଙ୍କୁ ଅସ୍ତ୍ରଶସ୍ତ୍ର ଦିଆଯାଉନଥିବା ନେଇ ଅସନ୍ତୋଷ ଦେଖାଦେଇଥିବା ବେଳେ ଏପଟେ କିନ୍ତୁ ବନ ଅଧିକାରୀ ଭିନ୍ନ କଥା କହିଛନ୍ତି । ବନ କର୍ମଚାରୀମାନଙ୍କୁ ବନ୍ଧୁକ ଯୋଗାଇ ଦିଆଯାଉଛି । ଯେଉଁମାନେ ବିପଦ ଅଞ୍ଚଳରେ କାର୍ଯ୍ୟ କରୁଛନ୍ତି, ସେମାନଙ୍କୁ ଅସ୍ତ୍ରଶସ୍ତ୍ର ଦିଆଯାଉଥିବା ପିସିସିଏଫ ସୁଶୀଲ କୁମାର ପୋପଲି କହିଛନ୍ତି ।

ପିସିସିଏଫ କହିଛନ୍ତି ଯେ, ଯେଉଁ ବନ କର୍ମଚାରୀଙ୍କୁ ଗୁଳିମାଡ କରାଗଲା ତାଙ୍କ ନିକଟରେ ବନ୍ଧୁକ ରହିଥିଲା । କିନ୍ତୁ ଶିକାରୀ କୌଶଳ କ୍ରମେ ତାଙ୍କ ଉପରକୁ ଗୁଳିଚାଳନା କରିଥିଲେ । ଯାହାଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣା ଘଟିବା ପରେ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ପାଟ୍ରୋଲିଂ ପାଇଁ 27ଟି ଗାଡି ଦିଆଯାଇଛି । ଖୁବଶୀଘ୍ର ଆଉ 15ଟି ଗାଡି ଦେବାର ବ୍ୟବସ୍ଥା କରାଯାଉଛି । ଅନ୍ୟପଟେ ବନ କର୍ମଚାରୀ ଓଲଟା କଥା କହିଛନ୍ତି । ସମସ୍ତ କର୍ମଚାରୀଙ୍କୁ ବନ୍ଧୁକ ଯୋଗାଇ ଦିଆଯାଉନାହିଁ । ରେଞ୍ଜର ଏବଂ ଅନ୍ୟ କର୍ମଚାରୀଙ୍କୁ କୌଣସି ଅସ୍ତ୍ରଶସ୍ତ୍ର ଦିଆଯାଉନାହିଁ । କେବଳ ଖଣ୍ଡିଏ ଲାଠି ସାହାରରେ ଜଙ୍ଗଲ ମଧ୍ୟରେ ଜୀବନ କଟୁଛି । ପାଟ୍ରୋଲିଂ ପାଇଁ ଗାଡି ଦିଆଯାଉଥିବା ବେଳେ ତାହାର ଅପବ୍ୟବହାର କରାଯାଉଥିବା ସେ ଅଭିଯୋଗ କରିଛନ୍ତି ।

ଜଙ୍ଗଲ ମଧ୍ୟରେ ଅନେକ ବନ କର୍ମଚାରୀ କାମ କରୁଛନ୍ତି । ସେମାନଙ୍କ ମଧ୍ୟରେ ୫୩୭୬ ଜଣ ଫରେଷ୍ଟ ଗାର୍ଡ, ୨୫୩୦ ଫରେଷ୍ଟର, ୨୮୨ ଡେପୁଟି ରେଞ୍ଜର ରହିଛନ୍ତି । ବନ କର୍ମଚାରୀମାନେ ଜଙ୍ଗଲ ମଧ୍ୟରେ ଦିନରାତି ଏକ କରି ଜଙ୍ଗଲ ଜଗିବା ସହ ଜୀବଜନ୍ତୁଙ୍କୁ ସୁରକ୍ଷା ଦେଉଛନ୍ତି । ତେବେ ଶିକାରୀମାନେ ବହୁ ଆଧୁନିକ ଅସ୍ତ୍ରଶସ୍ତ୍ର ରଖୁଥିବା ବେଳେ ବନ କର୍ମଚାରୀ କେବଳ ଲାଠିରେ କାମ ଚଳାଉଛନ୍ତି । ଯେଉଁ କାରଣରୁ ଶିକାରୀଙ୍କ ସହ ମୁହାଁମୁହିଁ ସମୟରେ ସେମାନଙ୍କ ପ୍ରାଣ ଯାଉଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ମାସକ ମଧ୍ୟରେ ଶିମିଳିପାଳରେ ଶିକାରୀଙ୍କ ଗୁଳିମାଡ଼ରେ ଦୁଇ ଜଣ ବନ କର୍ମଚାରୀଙ୍କ ମୃତ୍ୟୁ ହେଲାଣି । ୩ ଦିନ ତଳେ ଜଣେ ଭାରପ୍ରାପ୍ତ ରେଞ୍ଜରଙ୍କୁ ଶିକାରୀ ହତ୍ୟା କରିଥିଲେ । ଏହାପୂର୍ବରୁ ଗତ ମାସ ୨୩ ତାରିଖରେ ଫରେଷ୍ଟ ଗାର୍ଡ ବିମଲ କୁମାର ଜେନାଙ୍କ ମୃତ୍ୟୁ ହୋଇଥିଲା । ବନ କର୍ମଚାରୀମାନେ ଜଙ୍ଗଲ ମଧ୍ୟରେ ଜୀବନକୁ ବାଜି ଲଗାଇ କାର୍ଯ୍ୟ କରୁଥିବାବେଳେ କେବଳ ଲାଠି ହିଁ ସେମାନଙ୍କ ସାହା ଭରସା ସାଜିଛି । ଲାଠି ଧରି ଅସୁରକ୍ଷିତ ଭାବେ ଜଙ୍ଗଲରେ ପାଟ୍ରୋଲିଂ କରୁଛନ୍ତି । ଯେଉଁ କାରଣରୁ ଗୋଟାକ ପରେ ଗୋଟିଏ ଅଘଟଣ ଘଟୁଥିବା ଅଭିଯୋଗ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.