ETV Bharat / state

ହାତୀ-ମଣିଷ ଲଢେଇ; ଧନଜୀବନ ନଷ୍ଟ ରୋକିବାକୁ ବନ ବିଭାଗର ବହୁସୂତ୍ରୀ ଫର୍ମୁଲା - ବହୁସୂତ୍ରୀ ଫର୍ମୁଲା ଆପଣାଇଛି ବନ ବିଭାଗ

ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ହାତୀ ଉପଦ୍ରବ ବଢ଼ି ବଢ଼ି ଚାଲିଛି । ହାତୀ ମଣିଷ ଲଢ଼େଇରେ ଅନେକ ଧନଜୀବନ ନଷ୍ଟ ହେବାରେ ଲାଗିଛି । ତେବେ ଏହି ଲଢ଼େଇ ବନ୍ଦ କରିବା ପାଇଁ ବହୁସୂତ୍ରୀ ଫର୍ମୁଲା ଆପଣାଇଛି ବନ ବିଭାଗ । ଜାଣନ୍ତୁ କଣ ସେହି ଫର୍ମୁଲା...

ଧନଜୀବନ ନଷ୍ଟ ରୋକିବାକୁ ବନ ବିଭାଗର ବହୁସୂତ୍ରୀ ଫର୍ମୁଲା

author img

By

Published : Jul 17, 2023, 10:11 PM IST

ଭୁବନେଶ୍ବର: ହାତୀ ଓ ମଣିଷ ଲଢେଇ ଉଗ୍ର ରୂପ ନେଉଛି । ଅନେକ ଧନଜୀବନ ନଷ୍ଟ ହେବାପରେ ଚେତିଲା ବନ ବିଭାଗ । ଏହି ଲଢେଇରେ ଧନଜୀବନ ନଷ୍ଟ ରୋକିବାକୁ ବହୁସୂତ୍ରୀ ଫର୍ମୁଲା ଆପଣେଇଲା ବନ ବିଭାଗ । ଏଣିକି ହାତୀ ବେକରେ ଲାଗିବ ରେଡିଓ କଲାର । ଯାହା ସାହାଯ୍ୟରେ ଭବିଷ୍ୟତରେ ହାତୀ ଓ ମଣିଷ ଲଢେଇ ରୋକାଯାଇ ପାରିବ ଓ ଜୀବନ ରକ୍ଷା କରାଯାଇପାରିବ ବୋଲି ଲକ୍ଷ୍ୟ ରଖିଛି ବନ ବିଭାଗ ।

'ଗଜସାଥୀ' କାର୍ଯ୍ୟକ୍ରମ ସହ ଏଣିକି ଯୋଡ଼ି ହେଲା ଆଉ ୩ଟି ନୂଆ କାର୍ଯ୍ୟକ୍ରମ । ରେଡିଓ କଲାରିଂ, ସୋଲାର ପାୱାର ଫେନ୍ସିଂ, ହାଇମାସ୍କ ଲାଇଟ୍‌ ଲାଗିବ । ଚଳିତ ବର୍ଷ 'ଗଜସାଥୀ' କାର୍ଯ୍ୟକ୍ରମକୁ ଆହୁରି ସମ୍ପ୍ରସାରଣ କରିବାକୁ ଲକ୍ଷ୍ୟ ରଖିଛି ବନ ବିଭାଗ । ଏହି କାର୍ଯ୍ୟକ୍ରମ ଦୁଇ ହଜାର ଗ୍ରାମକୁ ସମ୍ପ୍ରସାରଣ କରାଯିବ । ହାତୀମାନଙ୍କର ଗତିବିଧି ଉପରେ ନଜର ଦେବା ପାଇଁ ହାତୀ ବେକରେ ଲାଗିବ ରେଡିଓ କଲାର ସିଷ୍ଟମ । ଏନେଇ ବେଙ୍ଗାଲୁରୁର ଏକ କମ୍ପାନୀ ସହିତ ଏମ୍‌ଓୟୁ ସ୍ବାକ୍ଷର କରିଛି ବନ ବିଭାଗ । ତେବେ ପ୍ରାଥମିକ ଭାବରେ ୩ଟି ହାତୀ ବେକରେ ଲାଗିବ ରେଡିଓ କଲାର । ପ୍ରଥମ କରି ମାଇ ହାତୀ କିମ୍ବା ଦନ୍ତାହାତୀ ଠାରେ ରେଡିଓ କଲାର ଲାଗିବା ନେଇ ଲକ୍ଷ୍ୟ ରଖାଯାଇଛି । ତେବେ ପୂର୍ବରୁ ଅନ୍ୟ ରାଜ୍ୟରେ ଏହାକୁ ପରୀକ୍ଷା କରାଯାଇଛି । ଯାହା ପରବର୍ତ୍ତୀ ସମୟରେ ମଧ୍ୟ ସଫଳତା ପାଇଛି । ତେବେ ଯଦି ଏହା ଓଡ଼ିଶାରେ ସଫଳ ହେଲା, ତେବେ ଅନ୍ୟ ହାତୀମାନଙ୍କ ଦେହରେ ମଧ୍ୟ ଲଗାଯିବ ବୋଲି ଜଣାପଡ଼ିଛି ।

ଏହା ମଧ୍ୟ ପଢ଼ନ୍ତୁ...ହାତୀ ମଣିଷ ଲଢେଇର ହେବ କି ଅନ୍ତ ! ସୁରକ୍ଷା ଅନୁଦାନ ଘୋଷଣା ପରେ ସାମାନ୍ୟ ଆଶ୍ବସ୍ତ ଲୋକେ

ଅନ୍ୟପଟେ ଅନୁଗୋଳର ବନ୍ତଳାରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଲାଗିବ ସୋଲାର ଫେନ୍ସିଂ । ଏଥିରେ ପାଖାପାଖି ୪୩ଟି ଗାଁରେ ସୋଲାର ପାୱାର ଫେନ୍ସିଂ ଲଗାଯିବା ନେଇ ଲକ୍ଷ୍ୟ ରଖିଛି ବନ ବିଭାଗ । ଏହା ସହିତ ଅଞ୍ଚଳରେ ୟର୍ଲି ୱାର୍ଣ୍ଣିଂ ସିଷ୍ଟମ ମଧ୍ୟ ଲଗାଯିବ । ଯେଉଁ ଅଞ୍ଚଳରେ ହାତୀ ପଶିବା ମାତ୍ରେ ୟର୍ଲି ୱାର୍ଣ୍ଣିଂ ସିଷ୍ଟମ ଅନ୍‌ କରିବ ଟ୍ରାକର । ୟର୍ଲି ୱାର୍ଣ୍ଣିଂ ସିଷ୍ଟମ ଅନ ହେଲେ ସାଇରନ୍‌ ସହ ରେଡ୍‌ ଲାଇଟ ଦେଖାଯିବ । ଯାହା ଫଳରେ ଲୋକମାନେ ସତର୍କ ହୋଇ ରହିପାରିବେ । ପ୍ରକାଶ ଥାଉକି, ରାଜ୍ୟରେ ହାତୀ ଓ ମଣିଷ ମଧ୍ୟରେ ଲଢେଇ ଅନେକ ସମୟରେ ଦେଖିବାକୁ ମିଳୁଛି । ହାତୀର ଆକ୍ରମଣରେ କାହାର ମୃତ୍ୟୁ ହେଲାଣି ତ ଆଉ କିଏ ଗୁରୁତର ଆହତ ହେଲାଣି । ଏଭଳି ପରିସ୍ଥିତିରେ ହାତୀଙ୍କ ଦାଉରୁ ଜନଜୀବନ ରକ୍ଷା କରିବା ପାଇଁ ଏହି ବହୁସୂତ୍ରୀ ଫର୍ମୁଲା ଆପଣାଇଛି ବନ ବିଭାଗ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.