ETV Bharat / state

ବେଆଇନ କରତକଳ ଉପରେ ବନବିଭାଗର ଚଢ଼ାଉ - ଲକ୍ଷାଧିକ ଟଙ୍କାର କାଠ ଜବତ

ବେଆଇନ କରତକଳ ଉପରେ ଟାଙ୍ଗୀ ବନବିଭାଗର ଚଢାଉ କରି ଏକ କାଠ ବୋଝେଇ ଟ୍ରାକ୍ଟରକୁ ଜବତ କରିଛି । ଅଧିକ ପଢନ୍ତୁ

ବେଆଇନ କରତ କଳ ଉପରେ ବନବିଭାଗର ଚଢ଼ାଉ, ଲକ୍ଷାଧିକ ଟଙ୍କାର କାଠ ଜବତ

author img

By

Published : Nov 20, 2021, 12:25 PM IST

ଖୋର୍ଦ୍ଧା: ବେଆଇନ କରତକଳ ଉପରେ ଟାଙ୍ଗୀ ବନବିଭାଗର ଚଢାଉ । ଟାଙ୍ଗୀ ରେଞ୍ଜ ତରାପି ଗ୍ରାମ ନିକଟରେ ଆମ୍ବ ଜଙ୍ଗଲରେ ଥିବା କରତ କଳରେ ଚଢାଉ କରି ଏକ କାଠ ବୋଝେଇ ଟ୍ରାକ୍ଟରକୁ ଜବତ କରିଛି ବନବିଭାଗ । ଜବତ କାଠର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବା ନେଇ ଅନୁମାନ କରାଯାଉଛି ।

ବେଆଇନ କରତ କଳ ଉପରେ ବନବିଭାଗର ଚଢ଼ାଉ, ଲକ୍ଷାଧିକ ଟଙ୍କାର କାଠ ଜବତ

ଏହି ଚଢାଉରେ ୩ ଜଣ ଫରେଷ୍ଟରଙ୍କ ସହ ବନ କର୍ମଚାରୀ ଏପିଆର୍ ଫୋର୍ସ ସାମିଲ ହୋଇଥିଲେ । ଦୀର୍ଘ ଦିନ ହେଲା ଏହି ଜଙ୍ଗଲରେ କେତେକ ସ୍ଥାନୀୟ କାଠ ମାଫିଆ ଟ୍ରାକ୍ଟର ସାହାର୍ଯ୍ୟରେ ବେଆଇନ କରତ କଳ ଦ୍ୱାରା ମୂଲ୍ୟବାନ କାଠ କାଟିବା ପରେ ସେଗୁଡିକୁ ଚୋରା ଚାଲାଣ କରି ବିପୁଳ ଅର୍ଥ ରୋଜଗାର କରି ଆସୁଥିଲେ ।

ଏ ନେଇ ସ୍ଥାନୀୟ ଲୋକେ ଟାଙ୍ଗୀ ବନ ବିଭାଗ ନିକଟରେ ଅଭିଯୋଗ କରିଆସୁଥିଲେ । ଏନେଇ ବନ ବିଭାଗ କିଛି ଦିନ ତଳେ ଚଢାଉ କରି ବେଆଇନ କରତ କଳ ଜବତ କରିଥିଲା । ତେବେ ଏହାର କିଛି ଦିନ ନିରବ ରହିବା ପରେ ପୁଣି ମାଫିଆ ମାନେ ସକ୍ରିୟ ଚୋରା କରତ କଳ ଚଳାଇବା ଆରମ୍ଭ କରିଥିଲେ । ଏନେଇ ଆଜି ଖବର ପାଇବା ପରେ ଟାଙ୍ଗୀ ବନାଞ୍ଚଳ ରେଞ୍ଜର ରବିନ୍ଦ୍ର ନାଥ ପଣ୍ଡାଙ୍କ ନିର୍ଦ୍ଧେଶରେ ପଟିଆ ଫରେଷ୍ଟର ଟାଙ୍ଗୀ ଫରେଷ୍ଟର ନାଚୁଣୀ ଫରେଷ୍ଟରଙ୍କ ସହ ଏପି ଆର ଫୋର୍ସ ବନ କର୍ମଚାରୀ ଚଢାଉ କରିଥିଲେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.