ଖୋର୍ଦ୍ଧା: ଜିଲ୍ଲା ଟାଙ୍ଗୀ ତହସିଲ ଅନ୍ତର୍ଗତ ପାତ୍ରପଡା ମୌଜା ବନବିଭାଗ ଅଧିନରେ ବେଆଇନ ମାଙ୍କଡା ପଥର ଖଣିରେ ବନବିଭାଗର ଚଢାଉ । ବହୁ ପୋଲିସ ଫୋର୍ସଙ୍କ ସହ ବନବିଭାଗ ଅଧିକାରୀଙ୍କୁ ଦେଖି ମାଫିଆମାନେ ଛତ୍ରଭଙ୍ଗ ଦେଇଥିଲେ । ଏହି ଚଢାଉ ନିରାକାରପୁର ଟାଙ୍ଗୀ ଥାନା ପୋଲିସ ସହ ଟାଙ୍ଗୀ ବନବିଭାଗ କର୍ମଚାରୀଙ୍କ ଦ୍ବାରା କରାଯାଇଥିଲା ।
ଏହି ମୌଜାରେ ଅନେକବାର ଟାଙ୍ଗୀ ତହସିଲ ତରଫରୁ ଚଢଉ କରାଯାଇଥିଲେ ମଧ୍ୟ ଜୋରିମାନା ଆଦାୟ କରି ଗାଡି ଛାଡି ଦିଆଯାଉଥିଲା । ବନବିଭାଗ ୫୬ ଧାରା ଏଥିରେ ଲାଗୁ କରାଯାଉନଥିଲା । ତେବେ ଶୁକ୍ରବାର ପ୍ରାୟ ୫୦ରୁ ଅଧିକ ସୁରକ୍ଷାକର୍ମୀଙ୍କୁ ନେଇ ଏହି ଚଢାଉରେ ବେଆଇନ ଖଣିରୁ ୨ଟି ପାୱାର ଟିଲର ଓ ଗୋଟିଏ ମାଙ୍କଡା ପଥର ବୋଝେଇ ଟ୍ରାକ୍ଟରକୁ ଜବତ କରାଯାଇଛି । ଆଗାମୀ ଦିନରେ ଚଢଉକୁ ଜୋରଦାର କରାଯିବ ବୋଲି ବନବିଭାଗ ସୂତ୍ରରୁ ଜଣାପଡିଛି।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ