ETV Bharat / state

ଖୋର୍ଦ୍ଧା ମାଟିରେ ଥାଇଲ୍ୟାଣ୍ଡ କୋଳି, ଚାଷ କରି ମାଲାମାଲ ହେଉଛନ୍ତି ଦୁଇ ଭାଇ - Thailand Fruits farming in khordha

Foreign Fruits Farming in Khordha: ଟାଙ୍ଗରା ଜମିରେ ଫଳୁଛି ରେଡ ଆପଲ, ଗ୍ରୀନ ଆପଲ ଓ ଥାଇଲାଣ୍ଡ ବରକୋଳି । ୟୁଟ୍ୟୁବ୍‌ରୁ ଚାଷ କୌଶଳ ଶିଖିବା ପରେ ଏବେ ଲକ୍ଷ ଲକ୍ଷ ରୋଜଗାର କରୁଛନ୍ତି ଦୁଇ ଭାଇ । ଅଧିକ ପଢ଼ନ୍ତୁ

ଖୋର୍ଦ୍ଧା ମାଟିରେ ଥାଇଲ୍ୟାଣ୍ଡ କୋଳି
ଖୋର୍ଦ୍ଧା ମାଟିରେ ଥାଇଲ୍ୟାଣ୍ଡ କୋଳି
author img

By ETV Bharat Odisha Team

Published : Dec 20, 2023, 7:10 AM IST

ଖୋର୍ଦ୍ଧା ମାଟିରେ ଥାଇଲ୍ୟାଣ୍ଡ କୋଳି

ଖୋର୍ଦ୍ଧା: ଓଡିଶା ମାଟିରେ ବିଦେଶୀ କୋଳି ଚାଷ । ଖୋର୍ଦ୍ଧାର ଦୁଇଜଣ ଚାଷୀ ଟାଙ୍ଗରା ଜମିରେ ଫଳାଇ ପାରିଛନ୍ତି ରେଡ ଆପଲ, ଗ୍ରୀନ ଆପଲ ଓ ଥାଇଲାଣ୍ଡ ବରକୋଳି । ଏହି ଚାଷ କରି ବେଶ ମାଲାମାଲ ହେଉଛନ୍ତି ଦୁଇଭାଇ ଅଶୋକ ସାହୁ ଓ ଅରୁଣ ସାହୁ । କୋଳି ବିକ୍ରି କରି ମାସିକ ଦୁଇରୁ ଅଢେଇ ଲକ୍ଷ ଟଙ୍କା ରୋଜଗାର କରୁଥିବା କହିଛନ୍ତି ।

କୋଳି ଚାଷ ଆକୃଷ୍ଟ କରିଥିଲା

ଗଛରେ ପେନ୍ଥାପେନ୍ଥା କୋଳି ଫଳିଥିଲା ବେଳେ କୋଳିର ଭାରରେ ନଇଁ ପଡିଛି ଗଛ । ଏହି ଲାଲ ସବୁଜ ରଙ୍ଗର କୋଳି ଦେଖିବାକୁ ଯେତିକି ମନଲୋଭା ଖାଇବା ପାଇଁ ସେତିକି ସ୍ବାଦିଷ୍ଟ । ତେବେ ଏହି ଛନଛନିଆ ଲାଲ ସବୁଜ ରଙ୍ଗର ଫଳକୁ ଦେଖିଲେ ଆଖି ଖୋସି ଯାଉଛି । ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଅନ୍ତର୍ଗତ ସାନବାଡ଼ ଗ୍ରାମରେ ଅଶୋକ ସାହୁ ଓ ଅରୁଣ ସାହୁଙ୍କ କଠିନ ପରିଶ୍ରମ ଖେଳାଇ ଦେଇଛି ଏହି ସବୁଜିମା । ୟୁଟ୍ୟୁବ ଅନୁସନ୍ଧାନରୁ ଥାଇଲାଣ୍ଡର ଏହି କୋଳି ପ୍ରଥମେ ଅରୁଣଙ୍କୁ ଆକୃଷ୍ଟ କରିଥିଲା । ତାହାପରେ ଚାଷ ସମ୍ପର୍କରେ ଭାଇ ଅଶୋକକୁ କହିବା ସହ ନିଜର ପଡ଼ିଆ ଜମିରେ ଚାଷ କରି ଭଲ ଦୁଇ ପଇସା ରୋଜଗାର କରିବା ତାଙ୍କର ଏକମାତ୍ର ଲକ୍ଷ୍ୟ ଥିଲା । ପ୍ରଥମେ କୋଲକାତାରୁ 400 ଚାରା ଆଣି ଚାଷ ଆରମ୍ଭ କରିଥିଲେ । ଏବେ ଏହି କୋଳିରୁ ସେ ମାସିକ ଦୁଇରୁ ଅଢ଼େଇ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ....ସଂକଟରେ ଧଳା ସୁନା ଚାଷୀ, ନା ଅଛି ଜଳସେଚନ ନା ବିକ୍ରିର ସୁବିଧା !

କୋଳି ଚାଷୀ ଭାବେ ନିଆରା ପରିଚୟ

ତେବେ ଯେଉଁ ଜାଗା ବର୍ଷବର୍ଷ ଧରି ଟାଙ୍ଗରା ହୋଇ ପଡୁଥିଲା ଏବେ ସେହି କ୍ଷେତରେ ଏବେ ହସୁଛି ନା ନା ରକମର ବିଦେଶୀ କୋଳି । ନିଜର ନିଷ୍ଠା ଓ ଏକାଗ୍ରତା ଯୋଗୁଁ ନିଜକୁ ଜଣେ ସଫଳ କୋଳି ଚାଷୀ ଭାବେ ନିଆରା ପରିଚୟ ସୃଷ୍ଟି କରିଛନ୍ତି ଦୁଇଭାଇ । ପାଠ ପଢିବା ପରେ ପିଚୁକୁଳି ବଜାରରେ ଦୁଇଟି ଦେକାନ କରିଛନ୍ତି । କିନ୍ତୁ ଦୁଇଭାଇଙ୍କ ନିଶା ଥିଲା ଅଲଗା । ଆଜିର ଦିନରେ ଦୁଇଭାଇ ଏହି କୋଳି ଚାଷରେ ରୋଜଗାର ସମସ୍ତଙ୍କୁ ଚକିତ କରି ଦେଇଛି । ଏହି କୋଳି ଚାଷ ତାଙ୍କୁ କମ ପରିଶ୍ରମ ଓ କମ ଖର୍ଚ୍ଚରେ ଖୁବ ଭଲ ଓ ଲାଭଦାୟକ ରୋଜଗାରର ପନ୍ଥା ଯୋଗାଇ ଦେଇଛି । ଯାହାକୁ ନେଇ ତାଙ୍କ ପରିବାର ଠାରୁ ଆରମ୍ଭ କରି ଗ୍ରାମବାସୀଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କର ଏହି ନିଆରା ପ୍ରୟାସକୁ ଭୁରିଭୁରି ପ୍ରଶଂସା କରୁଛନ୍ତି ।

ଅରୁଣ କହିଛନ୍ତି, ’’ଦିନେ ୟୁଟ୍ୟୁବ୍‌ରେ କୋଳି ଚାଷ ଦେଖି ମନ ବଳାଇଥିଲୁ ଦୁଇଭାଇ । କୌଳିକ ପେଶା ଚାଷ କାର୍ଯ୍ୟ ଆରମ୍ଭ କରିବାକୁ ଭାବି ପ୍ରଶିକ୍ଷଣ ନେଇ ଚାଷ କାର୍ଯ୍ୟ ଆରମ୍ଭ କରିଥିଲୁ । ଏବେ କୋଳି ବିକ୍ରି କରି ଏବେ ମାସିକ ଦୁଇରୁ ଅଢ଼େଇ ଲକ୍ଷ ଟଙ୍କା ରୋଜଗାର କରୁଛି । ଏହି କୋଳି ବଜାରରେ ବେଶ ଚାହିଦା ଥିବାରୁ ଭଲ ଲାଭ ମଧ୍ୟ ହେଉଛି ।’’

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.