ETV Bharat / state

ଓଡିଶାର ବିପର୍ଯ୍ୟୟ ପରିଚାଳନା ମଡେଲକୁ ବିଦେଶୀ ପ୍ରତିନିଧିଙ୍କ ପ୍ରଶଂସା - ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ

ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ ପକ୍ଷରୁ ଆୟୋଜିତ ଜେନ ନେକ୍ସଟ ଡେମୋକ୍ରାସି ନେଟଓ୍ୱାର୍କ ଅନ୍ତର୍ଭୁକ୍ତ କାର୍ଯ୍ୟକ୍ରମରେ ଭାରତ ଗସ୍ତରେ ଆସିଛନ୍ତି ୮ଟି ଦେଶର ପ୍ରତିନିଧି । ଅଧିକ ପଢନ୍ତୁ

international young leaders
international young leaders
author img

By

Published : Apr 18, 2023, 8:06 AM IST

ବିପର୍ଯ୍ୟୟ ପରିଚାଳନା ମଡେଲକୁ ବିଦେଶୀ ପ୍ରତିନିଧିଙ୍କ ପ୍ରଶଂସା

ଭୁବନେଶ୍ବର : ଭାରତ ଗସ୍ତରେ ୮ ଟି ଦେଶର ପ୍ରତିନିଧି । ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ ପକ୍ଷରୁ ଆୟୋଜିତ ଜେନ ନେକ୍ସଟ ଡେମୋକ୍ରାସି ନେଟଓ୍ୱାର୍କ ଅନ୍ତର୍ଭୁକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ପ୍ରତିନିଧି ଦଳ । ଏହି ପ୍ରତିନିଧି ଦଳ ଓଡିଶା ଆସି ରାଜ୍ୟର ବିପର୍ଯ୍ୟୟ ପରିଚାଳନା ବାବଦରେ ଅବଗତ ହୋଇଛନ୍ତି । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ପ୍ରତିନିଧିଙ୍କୁ ଓଡିଶାର ବିପର୍ଯ୍ୟୟ ପରିଚାଳନା ବାବଦରେ ଅବଗତ କରାଇଛନ୍ତି । ବ୍ରାଜିଲ, ବେଲଜିୟମ, ବୁଲଗେରିଆ, କ୍ରୋଏସିଆ, ଗାଏନା, ମଙ୍ଗୋଲିଆ, ପର୍ତ୍ତୁଗାଲ୍‌ ଓ ଦକ୍ଷିଣ ଆଫ୍ରିକା ସମେତ ୮ଟି ଦେଶକୁ ୨୬ ଜଣ ପ୍ରତିନିଧି ଅଂଶଗ୍ରହଣ କରିଛନ୍ତି । ଓସଡମାର ପରିଚାଳନା ନିର୍ଦ୍ଦେଶକ ଜ୍ଞାନ ଦାସ ପାୱାର ପଏଣ୍ଟ ଉପସ୍ଥାପନ ଜରିଆରେ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ସଂପର୍କରେ ସବିଶେଷ ତଥ୍ୟ ରଖିଛନ୍ତି।

ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସହଯୋଗରେ ‘ସୋଆ’ ସଂଯୋଜନାରେ ଲୋକସେବା ଭବନ କନଭେନସନ ସେଣ୍ଟରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଏଥିରେ ମୁଖ୍ୟ ଶାସନ ସଚିବ ଯୋଗ ଦେଇଛନ୍ତି । ୨୦୦୦ ମସିହା ପରଠାରୁ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା କିପରି ବିପର୍ଯ୍ୟୟ ସଫଳତାର ସହ ପରିଚାଳନା କରିପାରିଛି, ସେ ସଂପର୍କରେ ସୂଚନା ଦେଇଛନ୍ତି ।

ଅନ୍ୟପଟେ ମୁଖ୍ୟ ଶାସନ ସଚିବ ଅଂଶଗ୍ରହଣ କରିଥିବା ବିଭିନ୍ନ ଦେଶର ଯୁବ ପ୍ରତିନିଧିଙ୍କୁ ଅବଗତ କରି କହିଛନ୍ତି ଯେ, ୧୯୯୯ ରେ ସଂଘଠିତ ମହାବାତ୍ୟା ଆମର ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ବାତ୍ୟା ସଂପର୍କରେ ଅସ୍ପଷ୍ଟ ଆକଳନ, ଅଗୁଆ ପ୍ରସ୍ତୁତି ଅଭାବ, ୨୬୯ ରୁ ୩୦୦ କିମି ପ୍ରତି ଘଣ୍ଟା ପବନର ବେଗକୁ ସମ୍ମୁଖୀନ ହେବାରେ କ୍ଷମତା ଏବଂ ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମିର ଅଭାବ ରହିଥିଲା । ଏଥି ଯୋଗୁଁ ଓଡ଼ିଶାରେ ପ୍ରାୟ ୧୦ ହଜାର ଜୀବନ ହାନି ଘଟିବା ସହ ୧୮ ଲକ୍ଷ ହେକ୍ଟର ଫସଲ ନଷ୍ଟ ଓ ୨୦ ଲକ୍ଷ ଘର ଭାଙ୍ଗିଥିଲା ।

ସେହିପରି ପରିବହନ ବ୍ୟବସ୍ଥା, ଟେଲିଫୋନ, ବିଦ୍ୟୁତ ସରବରାହ ଓ ରାସ୍ତାଘାଟର ବହୁ କ୍ଷୟକ୍ଷତି ହୋଇଥିଲା । ଏହି ମହାବାତ୍ୟା ପରଠାରୁ ଏପର୍ଯ୍ୟନ୍ତ ୧୦ଟି ବାତ୍ୟା ସମ୍ମୁଖୀନ ହୋଇ ଆମେ ଏଥିରୁ ବହୁତ କିଛି ଶିକ୍ଷା ଲାଭ କରିଛୁ । ପ୍ରତିଟି ବାତ୍ୟାର ଅନୁଭୂତି ଭିନ୍ନଭିନ୍ନ ରହିଥିଲା । ୨୦୧୩ ମସିହାରେ ‘ଫାଇଲିନ’ ବାତ୍ୟାରେ ୨୧ ଜଣ, ୨୦୧୪ରେ ‘ହୁଡହୁଡ’ରେ ୩ ଜଣ, ୨୦୧୮ ‘ତିତିଲି’ରେ ଭୂସ୍ଖଳନ ଯୋଗୁଁ ୭୨ ଜଣ ଓ ୨୦୧୯ ରେ ‘ଫନୀ’ ଗ୍ରୀଷ୍ମକାଳୀନ ଆକସ୍ମିକ ବାତ୍ୟାରେ ୬୪ ଜଣଙ୍କର ଜୀବନ ହାନି ଘଟିଥିବାବେଳେ ପରବର୍ତ୍ତୀ ସମୟରେ ଆମର ସୁଦୃଢ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ଯୋଗୁଁ ଆମେ ୨୦୧୯ ‘ବୁଲୁବୁଲ’ ବାତ୍ୟାଠାରୁ ଆଜି ପର୍ଯ୍ୟନ୍ତ ଜିରୋ କାଜୁଆଲିଟିକୁ ନିଶ୍ଚିତ କରିଆସିଛୁ । ଏବେ ବିପର୍ଯ୍ୟୟ ପରିଚାଳନା ପାଇଁ ଆମର ଯୋଗାଯୋଗ ଓ ସୂଚନା ସରବରାହ ବ୍ୟବସ୍ଥାରେ ଉନ୍ନତି ଘଟିଛି । ନିର୍ଦ୍ଦିଷ୍ଟ ସୂଚନା ନିର୍ଦ୍ଦିଷ୍ଟ ଅଂଚଳକୁ ପ୍ରେରଣ କରାଯାଉଛି । ସାମାଜିକ ଗଣମାଧ୍ୟମ ସହିତ ବୈଦ୍ୟୁତିକ ଓ ମୁଦ୍ରଣ ଗଣମାଧ୍ୟମର ସହଯୋଗ ଆମର ବିପର୍ଯ୍ୟୟ ମୁକାବିଲା ପରିଚାଳନାକୁ ସୁଦୃଢ଼ କରିଛି ।

ବାତ୍ୟା ସମ୍ପର୍କରେ ପ୍ରାକ ସୂଚନା ପାଇବା କ୍ଷଣି ଆକଳନ ଅନୁସାରେ ସମ୍ଭାବ୍ୟ ପ୍ରଭାବିତ ଲୋକମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳ ଓ ନିରାପଦ ସ୍ଥାନକୁ ସ୍ଥାନାନ୍ତରଣ କରାଯାଉଛି । ୩୨ ପ୍ରକାର ବିପର୍ଯ୍ୟୟ ପରିଚାଳନାରୋଧୀ ଉପକରଣ ସାଙ୍ଗକୁ ବିପର୍ଯ୍ୟୟ ସମୟରେ ଜେନେରଟର, ଟାୱାର ଆଲୋକ, ଯଥେଷ୍ଟ ପରିମାଣର ପିଇବା ପାଣି ବନ୍ୟା ବା ବାତ୍ୟା ଆଶ୍ରୟ ସ୍ଥଳରେ ରଖାଯାଉଛି । ବିଭିନ୍ନ ଗୋଷ୍ଠୀଭିତ୍ତିକ ସ୍ୱେଚ୍ଛାସେବୀ ଆମର ସମ୍ବଳ ହୋଇଛନ୍ତି । ବିପର୍ଯ୍ୟୟ ସମୟରେ ରାଜ୍ୟ ସରକାରଙ୍କ ପ୍ରତିଟି ବ୍ୟବସ୍ଥା ସାମୁହିକ ଭାବେ କାର୍ଯ୍ୟ କରିଥାନ୍ତି । ଏନଡିଆରଏଫ, ଓଡ୍ରାଫ, ଅଗ୍ନିଶମ ସେବା ବ୍ୟବସ୍ଥା ସହ ଭାରତୀୟ ପ୍ରତିରକ୍ଷା ବାହିନୀର ସେବା ଆମର ବିପର୍ଯ୍ୟୟ ପରିଚାଳନାର ମୂଳପୁଞ୍ଜି । ବନ୍ୟା-ବାତ୍ୟା ସମୟରେ ଆଶ୍ରୟସ୍ଥଳୀରେ ରନ୍ଧା ଖାଦ୍ୟ ବ୍ୟବସ୍ଥା କରାଯିବା ସହ ଗ୍ରାମ୍ୟ କମିଟିମାନେ ସର୍ବାଧିକ କ୍ରିୟାଶୀଳ ହୋଇ ବିପର୍ଯ୍ୟୟ ପରିଚାଳନାରେ ସହାୟତା ଦେଉଛନ୍ତି । ସେହିପରି କୋଭିଡ ମୁକାବିଲା ଆହ୍ୱାନପୂର୍ଣ୍ଣ ଥିଲା । ଆବଶ୍ୟକତା ସମୟରେ ରାଜ୍ୟରୁ ଲିକ୍ୟୁଇଡ ଅକ୍ସିଜେନ ବିଭିନ୍ନ ରାଜ୍ୟକୁ ପ୍ରେରଣ କରାଯିବା ଯୋଗୁଁ ବହୁ ଜୀବନ ବଞ୍ଚାଇବାରେ ଓଡ଼ିଶା ସକ୍ଷମ ହୋଇଥିବା ନେଇ ସେ କହିଛନ୍ତି।

ଏନେଇ ଅଂଶଗ୍ରହଣ କରିଥିବା ବିଦେଶୀ ପ୍ରତିନିଧିମାନେ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ମଡେଲକୁ ପ୍ରଶଂସା କରିଥିବା ସହ ଏ ସଂପର୍କରେ ଅଧିକ ଜାଣିବା ପାଇଁ ଉତ୍କଣ୍ଠାର ସହ ବିଭିନ୍ନ ପ୍ରଶ୍ନ ମଧ୍ୟ ପଚାରିଛନ୍ତି । ରିଲିଫ ପରିଚାଳନାରେ ଆର୍ଥିକ ସ୍ୱଚ୍ଛତା ଅବଲମ୍ବନ, ହିତାଧିକାରୀଙ୍କୁ ଆର୍ଥିକ ସହାୟତା ସିଧାସଳଖ ସେମାନଙ୍କର ବ୍ୟାଙ୍କ ଖାତାକୁ ସ୍ଥାନାନ୍ତରଣ ବ୍ୟବସ୍ଥା, ସାମାଜିକ ଅଡିଟ ଏବଂ ରିଲିଫ ପରିଚାଳନା ସଂପର୍କିତ ସବିଶେଷ ତଥ୍ୟ ୱେବସାଇଟରେ ଉପଲବ୍ଧ ବ୍ୟବସ୍ଥା ସଂପର୍କରେ ସୂଚନା ଦେଇଥିଲେ । ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ପରିଚାଳନା ନିର୍ଦ୍ଦେଶକ ଜ୍ଞାନ ଦାସ ପାୱାର ପଏଣ୍ଟ ଉପସ୍ଥାପନ ଜରିଆରେ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ସଂପର୍କରେ ସବିଶେଷ ତଥ୍ୟ ରଖିଛନ୍ତି । କାର୍ଯ୍ୟକ୍ରମରେ ଆଇସିଆରଆରର ବରିଷ୍ଠ କାର୍ଯ୍ୟକ୍ରମ ଅଧିକାରୀ ଏବଂ ଓସଡମାର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.