ନିଆଳି: ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ତହସିଲ ଅଧୀନ ବନମାଳୀପୁର ବଜାରରୁ ଜବରଦଖଲ ଉଚ୍ଛେଦ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ପ୍ରଶାସନ ତତ୍ତ୍ବାବଧାନରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ । ଶତାଧିକ ଦୋକାନୀଙ୍କ ଜୀବନ ଜୀବିକା ପ୍ରଭାବିତ । ସରକାର ଉଠା ଦୋକାନୀଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରିବା ପାଇଁ ବଜାର କମିଟି ପକ୍ଷରୁ ଦାବି ।
ସୂଚନା ଅନୁସାରେ ଅଠାନ୍ତର ନିଆଳି ରାସ୍ତାକୁ ମାଡ଼ି ଅନେକ ବେଆଇନ ଭାବେ ସ୍ଥାୟୀ ଓ ଅସ୍ଥାୟୀ ଦୋକାନ ଘର ନିର୍ମାଣ କରିଥିଲେ । ଯାହା ଫଳରେ ଅନେକ ସମୟରେ ବଜାରରେ ଅସମ୍ଭାଳ ଭିଡ଼ ହେବା ସହ ଟ୍ରାଫିକ ସମସ୍ୟା ଉପୁଜୁଥିଲା । ତେବେ ଆଜି(ସୋମବାର) ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ତହସିଲଦାର, ଅତିରିକ୍ତ ତହସିଲଦାର, ରାଜସ୍ବ ନିରୀକ୍ଷକ, ବାଲିପାଟଣା ଥାନା ଏବଂ ବନମାଳିପୁର ଫାଣ୍ଡି ପୁଲିସ ଉପସ୍ଥିତିରେ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ବଜାର କମିଟି ଓ ସ୍ଥାନୀୟ ଲୋକେ ଉଚ୍ଛେଦ କାର୍ଯ୍ୟରେ ପ୍ରଶାସନକୁ ସହଯୋଗ କରୁଥିବାରୁ ଶାନ୍ତି ଶୃଙ୍ଖଳାର ସହ ଉଚ୍ଛେଦ କାର୍ଯ୍ୟ ଚାଲୁ ରହିଛି ।
ଇଟିଭି ଭାରତ, ନିଆଳି