ଭୁବନେଶ୍ୱର: ପାର୍ବଣ ପାଇଁ ଆକ୍ସନ ମୋଡରେ ବିଏମସି । ଖାଦ୍ୟ ସୁରକ୍ଷା ଏବଂ ସ୍ୱଚ୍ଛତା ଉପରେ ଅଧିକା ସଚେତନ ପାଇଁ କଡାକଡା ନିର୍ଦ୍ଦେଶ । ଏଥିପାଇଁ ଆଜି ବିଏମସିର ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସହରର ଖାଦ୍ୟ ସୁରକ୍ଷାକୁ ନେଇ ବିଏମସି ଆଜି ବିଭିନ୍ନ ଉଠା ଦୋକାନିମାନଙ୍କୁ ନେଇ ଏକ କର୍ମଶାଳା ଆୟୋଜନ କରାଯାଇଥିଲା । ଏଥିରେ ବିଏମ୍ସିର ମେୟର ଏବଂ କମିଶନର ଉପସ୍ଥିତ ଥିଲେ । ବ୍ୟବସାୟୀମାନଙ୍କୁ ପଞ୍ଚସୁତ୍ରୀ ପରାମର୍ଶ ଦେବା ସହ ସେମାନଙ୍କୁ ଶପଥ ପାଠ ମଧ୍ୟ କରାଯାଇଛି । ବ୍ୟବସାୟୀମା ମଧ୍ୟ ପଞ୍ଚସୁତ୍ରୀ ପରାମର୍ଶ ପଳନ କରି କିଭଳି ସହରକୁ ସ୍ୱଚ୍ଛ ରଖିବାରେ ସହଭାଗିତାକୁ ହୋଇପାରିବ ସେ ନେଇ ଆଲୋଚନା କରିଥିଲେ ମେୟର ଓ କମିଶନର । ପାର୍ବଣ ଋତୁ ଚାଲିଥିବାରୁ ଲୋକମାନଙ୍କ ସାସ୍ଥ୍ୟକୁ ଦୃଷ୍ଟିରେ ରଖି ଏହି ସଚେତନତା କାର୍ଯ୍ୟକ୍ରମ କରାଯାଇଛି ।
ବିଶେଷ ଭାବେ ପାର୍ବଣର ସମୟ ଚାଲିଥିବା ବେଳେ ଗ୍ରାହକଙ୍କୁ କିଭଳି ବାସି ଖାଦ୍ୟ ଦିଆଯିବ ନାହିଁ ସ୍ୱଚ୍ଛତା ପରିପାଳନ କରି ଖାଦ୍ୟ ପରସିବେ ସେ ନେଇ ବୁଝାଇଥିଲେ ବିଏମ୍ସି ମେୟର । 'ମୋ ସହର ମୋ ଦାୟିତ୍ୱ ବାର୍ତ୍ତା' ନେଇ ସହରକୁ ସ୍ଵଚ୍ଛ ସୁନ୍ଦର ଓ ସୁରକ୍ଷିତ ରଖିବାର ସଂକଳ୍ପକୁ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ଭୁବନେଶ୍ୱର ମେୟର । ଆଉ ଏନେଇ ଭେଣ୍ଡରଙ୍କୁ ଏକ ସଂକଳ୍ପ ପାଠ ବା ଶପଥ କରାଯାଇଛି । ଅନ୍ୟପଟେ ଖାଦ୍ୟ ସୁରକ୍ଷାରେ ଅବହେଳାକୁ ନେଇ ଜରିମାନା ସହ ନିୟମର ନମାନିଲେ ଦୋକାନକୁ ବାଧ୍ୟ ହୋଇ ବନ୍ଦ କରାଯିବ ବୋଲି ତାଗିତ୍ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ...ଦଶହରା ପୂର୍ବରୁ ଷ୍ଟ୍ରିଟ ଫୁଡ଼ ଉପରେ ସିଏମସିର ଚଢାଉ
ତେବେ ପଞ୍ଚସୁତ୍ରୀ ପରାମର୍ଶକୁ ନେଇ ପ୍ରଥମ ସୂତ୍ରୀରେ ବିଏମସି କମିଶନର କହିଛନ୍ତି,"ଖାଦ୍ୟ ରାନ୍ଧିବା, ସୁରକ୍ଷିତ ରଖିବା ଏବଂ ପରଷିବା ବେଳେ ପରିଛନ୍ନତା ରକ୍ଷା କରନ୍ତୁ । ସେହିପରି ଖାଦ୍ୟ ପାଇଁ ଏକକ ବ୍ୟବହାର ପ୍ଲାଷ୍ଟିକ ଓ ଫାଓମ ଇତ୍ୟାଦି ଆଦୌ ବ୍ୟବହାର କରନ୍ତୁ ନାହିଁ । ଆବଶ୍ୟକିୟ ଆକାରର ଡଷ୍ଟବିନ ରଖନ୍ତୁ , ସର୍ବସାଧାରଣ ସ୍ଥାନରେ ଅଳିଆ ପକାନ୍ତୁ ନାହିଁ କି ଜଳାନ୍ତୁ ନାହିଁ ଏବଂ ପୃଥକ ବର୍ଯ୍ୟବସ୍ତୁକୁ ବିଏମ୍ସି ସଫେଇ ଗାଡିକୁ ଦିଅନ୍ତୁ ଓ ନିଜ ବ୍ୟବସାୟ ସ୍ଥାନର ୫ ମିଟର ପରିଧିକୁ ସଫା ରଖନ୍ତୁ ।"
ବ୍ୟବସାୟୀମାନେ ମଧ୍ୟ ନିଜର ପ୍ରତିକ୍ରୀୟା ଦେଇଛନ୍ତି ଯେ, ସେମାନେ ବିଏମ୍ସିର ଏହି ନିଷ୍ପତ୍ତିକୁ ଗ୍ରହଣ କରିବା ସହ ଅନୁପାଳନ କରିବେ । ଲୋକଙ୍କୁ ହାଇଜେନିକ ଓ ସୁସ୍ଥ ଖାଦ୍ୟ ପ୍ରଦାନ କରିବେ । ଏହାସହ ଆପ୍ରୋନ ଗ୍ଳୋବ୍ସ ମାସ୍କ ଓ କ୍ୟାପ ଲଗେଇ ସୁରକ୍ଷିତ ଢଙ୍ଗରେ ଖାଦ୍ୟ ପ୍ରଦାନ କରିବେ ବୋଲି ।
ଇଟିଭି ଭାରତ,ଭୁବନେଶ୍ୱର