ETV Bharat / state

ଖୁବଶୀଘ୍ର ଆରମ୍ଭ ହେବ ଫ୍ଲୋରି କଲଚର, ସ୍ପାଇସେସ ଓ ଛତୁ ମିଶନ

author img

By

Published : Feb 14, 2023, 9:55 PM IST

ରାଜ୍ୟରେ ଖୁବଶୀଘ୍ର ଆରମ୍ଭ ହେବ ଫ୍ଲୋରି କଲଚର, ସ୍ପାଇସେସ ଓ ମସରୁମ ମିଶନ । ଏନେଇ ସୂଚନା ଦେଲେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ କୃଷି ସଚିବ ଅରବିନ୍ଦ ପାଢ଼ୀ । ଅଧିକ ପଢ଼ନ୍ତୁ

କୃଷି ବିଭାଗର ଉଚ୍ଚସ୍ତରୀୟ ବୈଠକ
କୃଷି ବିଭାଗର ଉଚ୍ଚସ୍ତରୀୟ ବୈଠକ
ଆରମ୍ଭ ହେବ ଫ୍ଲୋରି କଲଚର, ସ୍ପାଇସେସ ଓ ଛତୁ ମିଶନ

ଭୁବନେଶ୍ବର: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ନେଇ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ତେବେ ଖୁବଶୀଘ୍ର ରାଜ୍ୟରେ ଆରମ୍ଭ ହେବ ଫ୍ଲୋରି କଲଚର, ସ୍ପାଇସେସ ଓ ମସରୁମ ମିଶନ । ଏନେଇ ସୂଚନା ଦେଇଛନ୍ତି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ କୃଷି ସଚିବ ଅରବିନ୍ଦ ପାଢ଼ୀ । ଚାଷୀଙ୍କୁ ଉତ୍ପାଦକ ମୂଲ୍ୟ ଦେବା ସହ ଲାଭବାନ କରିବା କୃଷି ବିଭାଗର ଲକ୍ଷ୍ୟ ବୋଲି କହିଛନ୍ତି କୃଷିମନ୍ତ୍ରୀ ।

ଏନେଇ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି, "ବରିଷ୍ଠ ଅଧିକାରୀ ସମ୍ମିଳନୀରେ କୃଷି ବିବିଧକରଣ ଉପରେ ଆଲୋଚନା ହୋଇଛି । ରାଜ୍ୟ କ୍ୟାବିନେଟ ଫସଲ ବିବିଧକରଣ କାର୍ଯ୍ୟକ୍ରମକୁ ଅନୁମୋଦନ କରିଛନ୍ତି । ରାଜ୍ୟର ମେଗା ଉଠା ଜଳସେଚନ ପ୍ରକଳ୍ପର ଆୟକର ଅଞ୍ଚଳରେ ଏହାକୁ କାର୍ଯ୍ୟକାରୀ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି । ରାଜ୍ୟ କ୍ୟାବିନେଟ ୨୦୨୬/୨୭ ବର୍ଷ ପର୍ଯ୍ୟନ୍ତ ୬ ବର୍ଷ ପାଇଁ ମିଲେଟସ ଚାଷର ପ୍ରୋତ୍ସାହନ ପାଇଁ 2808 କୋଟି ଟଙ୍କା ଅନୁମୋଦନ କରିଛନ୍ତି । ଆଗାମୀ ଦିନରେ ମିଲେଟ ଜାତୀୟ ଖାଦ୍ୟ ଖାଇବେ ଲୋକେ । ବର୍ତ୍ତମାନ ୧୯ଟି ଜିଲ୍ଲାରେ ମିଲେଟ ମିଶନ କାର୍ଯ୍ୟକ୍ଷମ ହୋଇଥିବା ବେଳେ ଆଗକୁ ୩୦ଟି ଜିଲ୍ଲାରେ ଏହାକୁ ଲାଗୁ କରାଯିବ । ରାଜ୍ୟର ୧୭୭ଟି ବ୍ଲକରେ ମିଲେଟ ମିଶନ କାର୍ଯ୍ୟକାରୀ କରିବାକୁ ଯୋଜନା ହୋଇଛି ।"

ଚାଉଳ ଉତ୍ପାଦନରେ ଓଡିଶା ଏକ ଅଗ୍ରୀଣ ରାଜ୍ୟ ବୋଲି କୃଷିମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ ରାଜ୍ୟରେ ପାଖାପାଖି ୪୦ ଲକ୍ଷ ମେଟ୍ରିକ ଟନ ଧାନ ଉତ୍ପାଦନ ହେଉଛି । ଡାଲି ଜାତୀୟ ଶସ୍ୟ, ହଟିକଲ୍‌ଚରକୁ ଗୁରୁତ୍ବ ଦିଆଯାଉଥିବା ମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି, "ଫ୍ଲୋରି କଲଚର, ସ୍ପାଇସେସ, ଛତୁ ମିଶନ ଆରମ୍ଭ କରିବାକୁ ଯାଉଛୁ । ଚାଷୀଙ୍କୁ ପ୍ରୋତ୍ସାହନ ଦେଉଛୁ । ଚାଷୀଙ୍କ ଆୟ ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ଯୋଜନା । ଏଣିକି ଧାନ ବଦଳରେ ଅନ୍ୟ ଫସଲ କଲେ ସରକାର ଇନସେଣ୍ଟିଭ ଦେବେ । ଚାଷୀଙ୍କୁ କାମ ଦେବା ସହ ରୋଜଗାର ବଢାଇବା ପାଇଁ ବିଭିନ୍ନ ଅଫର ଦେବାକୁ ସରକାର ଯୋଜନା କରିଛନ୍ତି ।" କେନ୍ଦ୍ର କୃଷି ବଜେଟରେ ଅର୍ଥ କମିଥିବା ବେଳେ ରାଜ୍ୟ କୃଷି ବଜେଟର ବ୍ୟୟ ବରାଦ ବଢ଼ିବ ବୋଲି କହିଛନ୍ତି କୃଷି ମନ୍ତ୍ରୀ ।

ସେହିଭଳି କୃଷି ସଚିବ ଅରବିନ୍ଦ ପାଢ଼ୀ କହିଛନ୍ତି, "ନିର୍ଦ୍ଦିଷ୍ଟ ଫସଲ ଚାଷ ନିମନ୍ତେ ଫାର୍ମ ପଣ୍ଡ ପ୍ଲସ ଏବଂ ସମନ୍ବିତ କୃଷି ଇତ୍ୟାଦି ଯୋଜନାଗୁଡ଼ିକର ଏକୀକରଣ ଉପରେ ଗୁରୁତ୍ବ ଦିଆଯାଇଛି । ନରେଗା ମାଧ୍ୟମରେ ଖୋଳାଯାଇଥିବା ଫାର୍ମପଣ୍ଡରେ ବିଭାଗ ଦ୍ବାରା କୃଷି, ଉଦ୍ୟାନ କୃଷି, ପ୍ରାଣୀପାଳନ ଓ ମାଛ ଚାଷକୁ ଏକତ୍ରୀକରଣ କରାଯିବାର ପ୍ରାରମ୍ଭିକ ପ୍ରୟାସ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ବିଭିନ୍ନ ବିଭାଗର ଯୋଜନାଗୁଡ଼ିକୁ ଏକତ୍ର କରି ସମନ୍ବିତ କୃଷି କାର୍ଯ୍ୟ କରିବା ଦିଗରେ ଫାର୍ମପଣ୍ଡ ପ୍ଲସ୍‌ ଏକ ମଡେଲ ଯୋଜନା ।"

ବୈଠକରେ ମୁଖ୍ୟମନ୍ତ୍ରୀ ସମସ୍ତ ଜିଲ୍ଲାପାଳଙ୍କୁ ଅଣଧାନ ଫସଲ ଚାଷ ବୃଦ୍ଧି ନିମନ୍ତେ ପରାମର୍ଶ ଦେଇଛନ୍ତି । ଏଥିରେ ସମସ୍ତ ପ୍ରକାରର ସମ୍ଭାବ୍ୟ ଅଣଧାନ, ଉଦ୍ୟାନ କୃଷି, ବୃକ୍ଷରୋପଣ କରିବା ସହିତ ଅଣୁ ଜଳସେଚନକୁ ପ୍ରୋତ୍ସାହନ, ସ୍ବୟଂ ସହାୟକ ଗୋଷ୍ଠି, କୃଷକ ଉତ୍ପାଦକ ଗୋଷ୍ଠି ଏବଂ ପିଜିଏସ ମାଧ୍ୟମରେ ପ୍ରାଥମିକ ଏବଂ ଦ୍ବିତୀୟ ପର୍ଯ୍ୟାୟ ପ୍ରକ୍ରିୟାକରଣ ୟୁନିଟ ସ୍ଥାପନ କରିବା, ମିଲେଟସ୍‌ ଶସ୍ୟ ସଂଗ୍ରହ କରିବା ଏବଂ ଅଣଧାନ ଫସଲ ନିମନ୍ତେ ସହାୟକ ମୂଲ୍ୟ ପ୍ରଦାନ କରିବା, ଅଣଧାନ ଶସ୍ୟ ବ୍ୟବହାର ନିମନ୍ତେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା, ମିଲେଟ୍‌ ଶକ୍ତି କାଫେ ପ୍ରତିଷ୍ଠା, ସରକାରୀ ବୈଠକରେ ମିଲେଟ୍‌ ସ୍ନାକ୍ସର ପରିବେଷଣ, କଫି ମିଶନ ନିମନ୍ତେ ସକ୍ରିୟ ନେତୃତ୍ବ ପ୍ରଦାନ, ବୃଷ୍ଟିପୁଷ୍ଟ ଅଞ୍ଚଳର ଉନ୍ନୟନ, ଫାର୍ମପଣ୍ଡ ପ୍ଲସର ବିକାଶ ଏବଂ କୃଷିର ଉନ୍ନତି ନିମନ୍ତେ ନରେଗା ମାଧ୍ୟମରେ ସମ୍ପଦ ନିର୍ମାଣ କରିବା ଉପରେ ବୈଠକରେ ଗୁରୁତ୍ବାରୋପ କରାଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.