ପଶିଲା ବନ୍ୟାଜଳ: ହିରିମୂଳ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ - ପଶିଲା ବନ୍ୟାଜଳ
ଖୋର୍ଦ୍ଧା ହିରିମୂଳ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ। ଏକର ଏକର ଚାଷଜମିର ଫସଲ ଧୋଇ ହୋଇଯିବା ନେଇ ଆଶଙ୍କା । ଜଳବନ୍ଦୀ ଅଞ୍ଚଳ ଉପରେ ନଜର ରଖିଛି ପ୍ରଶାସନ । ଅଧିକ ପଢନ୍ତୁ...
ପଶିଲା ବନ୍ୟାଜଳ : ହିରିମୂଳ ଗାଁ ବାହ୍ୟ ଜଗତରୁ ବିଛିନ୍ନ
ଖୋର୍ଦ୍ଧା: ଖୋର୍ଦ୍ଧା ବ୍ଲକରେ ପସିଲା ରାଜୁଆ ନଦୀର ବନ୍ୟାଜଳ । ଖୋର୍ଦ୍ଧା ଓରବରସିଂ ପଞ୍ଚାୟତ ହିରିମୁଳ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ନଦୀରେ ଜଳସ୍ତର ବୃଦ୍ଧି ପାଇଲେ ତିନୋଟି ପଞ୍ଚାୟତରେ ପାଣି ପସିବାର ସମ୍ଭାବନା ରହିଛି । ଫଳରେ ଏକର ଏକର ଚାଷଜମିର ଫସଲ ଧୋଇ ହୋଇଯିବା ନେଇ ଆଶଙ୍କା ଦେଖାଦେଇଛି । ଜଳବନ୍ଦୀ ହୋଇ ରହିଥିବା ଓରବରସିଂ ପଞ୍ଚାୟତର ହିରିମୂଳ ଗାଁ ଉପରେ ଜିଲ୍ଲା ପ୍ରଶାସନ ନଜର ରଖିଛି ।
ଗାଁକୁ ଯାତାୟତ କରିବା ପାଇଁ ସରକାରୀ ବୋଟ ବ୍ୟବସ୍ଥା କରାଯାଇଛି । ସରପଞ୍ଚ ଓ ଖୋର୍ଦ୍ଧା ବିଡିଓ ସ୍ଥିତି ଉପରେ ନଜର ରଖିଛନ୍ତି । କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଲୋକଙ୍କ ସ୍ବାସ୍ଥ୍ୟ ଉପରେ ବିଶେଷ ନଜର ରଖାଯାଉଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ତା, ଇଟିଭି ଭାରତ