ETV Bharat / state

ବର୍ଷା ନହୋଇ ମଧ୍ୟ ବନ୍ୟା ଘେରରେ ଖୋର୍ଦ୍ଧା - ଜଳମଗ୍ନ ଖୋର୍ଦ୍ଧା

ହୀରାକୁଦ ଜଳ ଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାରୁ ଏବେ ମହାନଦୀରେ ବନ୍ୟା ଆସିଛି । ଯଦ୍ବାରା ମହାନଦୀକୁ ସଂଯୋଗ କରୁଥିବା ସମସ୍ତ ଛୋଟ ନଦୀରେ ବନ୍ୟା ଜଳ ବଢି ଛୋଟ ଛୋଟ ନଦୀର ଜଳସ୍ତର ବୃଦ୍ଧି ପାଇଛି । ଫଳରେ ଖୋର୍ଦ୍ଧା ଓରବରସିଂହ ଗ୍ରାମପଞ୍ଚାୟତର ହରିମୂଳ ଏବଂ ଡିହଖଳା ଗ୍ରାମରେ ପଶି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
author img

By

Published : Aug 16, 2019, 3:28 PM IST

ଖୋର୍ଦ୍ଧା: ହୀରାକୁଦ ଜଳ ଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାରୁ ଏବେ ମହାନଦୀରେ ବନ୍ୟା ଆସିଛି । ଯଦ୍ବାରା ମହାନଦୀକୁ ସଂଯୋଗ କରୁଥିବା ସମସ୍ତ ଛୋଟ ନଦୀରେ ବନ୍ୟା ଜଳ ବଢିବାରେ ଲାଗିଛି । ଏହି କ୍ରମରେ ରାଜୁଆ ନଦୀର ବନ୍ୟା ଜଳ ଖୋର୍ଦ୍ଧା ଓରବରସିଂହ ଗ୍ରାମପଞ୍ଚାୟତର ହରିମୂଳ ଏବଂ ଡିହଖଳା ଗ୍ରାମରେ ପଶି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଉଭୟ ଗ୍ରାମ ଏବେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି । ଗତକାଲି ରାତିରେ ଏହି ନଦୀର ବନ୍ୟା ଜଳ ଗାଁରେ ପଶିଥିଲା । ଏବେ ଗାଁରେ ଆଣ୍ଠୁଏ ଉଚ୍ଚାର ପାଣି ପ୍ରବାହିତ ହେଉଛି । ସେପଟେ ପ୍ରଶାସନ ପକ୍ଷରୁ ଗ୍ରାମବାସୀଙ୍କୁ ଗୋଟିଏ ଡଙ୍ଗା ଯୋଗାଇ ଦିଆଇଥିବାବେଳେ ଏକ ଡାକ୍ତରୀ ଟିମ ଏବେ ଗାଁରେ ପହଞ୍ଚିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ବିନା ବର୍ଷାରେ ଖୋର୍ଦ୍ଧା ଅଂଚଳରେ ବନ୍ୟା

ଖୋର୍ଦ୍ଧା : ରାଜୁଆ ନଦୀର ବନ୍ୟା ଜଳ ଖୋର୍ଦ୍ଧା ଜିଲ୍ଲା ଓରବରସିଂହ ଗ୍ରାମ ପଂଚାୟତର ହରିମୂଳ ଏବଂ ଡିହଖଳା ଗ୍ରାମରେ ପସିଯିବାରୁ ଏହି ଗାଁ ଏବେ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି । Body:ଗତକାଲି ସନ୍ଧ୍ୟାରୁ ରାଜୁଆ ନଦୀର ଜଳ ଏହି ଗାଁରେ ପଶି ରାସ୍ତା ଓ ଗାଁ ଦାଣ୍ଡରେ ଆଣ୍ଠୁଏ ଆଣ୍ଠୁଏ ପାଣି ଚାଲିଛି । ଫଳରେ ଏହି ଗାଁ ଏବେ ବାହ୍ୟଜଗତରୁ ବିଛିନ୍ନ ହୋଇଛି । ପ୍ରଶାସନ ପକ୍ଷରୁ ଗୋଟିଏ ଡ଼ଙ୍ଗା ଯୋଗାଇ ଦେଇଥିବା ବେଳେ ଗ୍ରାମରେ ଏକ ଡାକ୍ତରୀ ଦଳ ପହଞ୍ଚିଛନ୍ତି । Conclusion:ସେପଟେ ବନ୍ୟା ଜଳ ଘରେ ପସିଯିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.