ETV Bharat / state

ରାତିରେ ଉଡିବନି ବିମାନ, ଅକ୍ଟୋବର ପହିଲାରୁ ରନୱେ ମରାମତି - ଭୁବନେଶ୍ବର ବିମାନ ବନ୍ଦର ରନୱେର ହେବ ମରାମତି

ଆସନ୍ତା ଅକ୍ଟୋବର ପହିଲାରୁ ଆରମ୍ଭ ହେବ ଭୁବନେଶ୍ଵର ବିମାନବନ୍ଦର ରନୱେର ମରାମତି କାମ । ଏହି କାମ କୁ ତିନି ମାସ ମଧ୍ୟରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଅଧିକ ପଢନ୍ତୁ

ରାତିରେ ଉଡିବନି ବିମାନ, ଅକ୍ଟୋବର ପହିଲାରୁ  ରନୱେର ହେବ ମରାମତି

author img

By ETV Bharat Odisha Team

Published : Sep 7, 2023, 10:32 PM IST

ଭୁବନେଶ୍ବର: ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ରାତିରେ ଉଡିବନି ବିମାନ। ଆସନ୍ତା ଅକ୍ଟୋବର ପହିଲାରୁ ବିମାନବନ୍ଦରର ରନୱେର ହେବ ମରାମତି କାମ। ଅକ୍ଟୋବର ପହିଲାରୁ ଆରମ୍ଭ ହେବ ଭୁବନେଶ୍ଵର ବିମାନବନ୍ଦର ରନୱେର ମରାମତି କାମ। ଏହା ତିନି ମାସ ପର୍ଯ୍ୟନ୍ତ ଚାଲିବ । ଯାହା ଫଳରେ ରାତିରେ ୮ଘଣ୍ଟା ବନ୍ଦ ରହିବ ବିମାନସେବା।

ଆସନ୍ତା ଅକ୍ଟୋବର ପହିଲାରୁ ଆରମ୍ଭ ହେବ ଭୁବନେଶ୍ଵର ବିମାନବନ୍ଦର ରନୱେର ମରାମତି କାମ। ଏହି କାମ କୁ ତିନି ମାସ ମଧ୍ୟରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଯାହା ଫଳରେ ରାତିରେ ୮ ଘଣ୍ଟା ବନ୍ଦ ରହିବ ବିମାନସେବା। ବିଶେଷ ଭାବରେ ଏହି କାମ ସଠିକ ପାଣିପାଗ ଦେଖି କରାଯାଇଥାଏ। ଏହାରି ମଧ୍ୟରେ କ୍ୟାଟ ୨ ଲାଇଟର ଫିଟିଂ ମଧ୍ୟ ଏହି ସମୟରେ ରନୱେରେ ଲଗାଯିବ। ରନୱେ ରିକାର୍ପେଟିଂ ପାଇଁ ୭୨ କୋଟି ଓ କ୍ୟାଟ ୨ ଲାଇଟ ପାଇଁ ୧୯ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି କାର୍ଯ୍ୟ ସମୟରେ ରାତି ୧୦ ରୁ ସକାଳ ୬ ଟା କିମ୍ବା ରାତି ୧୧ ରୁ ସକାଳ ୭ ଟା ପର୍ଯ୍ୟନ୍ତ ଭୁବନେଶ୍ଵର ବିମାନ ବନ୍ଦରରେ ବିମାନ ସେବା ବନ୍ଦ ରଖିବାକୁ ନିଷ୍ପତି ହୋଇଥିବା ସୂଚନା ମିଳିଛି ।

ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଠାରେ ସ୍ଥାପିତ ହୋଇଛି ନୂତନ ଏୟାର ଟ୍ରାଫିକ କଣ୍ଟ୍ରୋଲ ଟାୱାର। ଯାହା ବର୍ତ୍ତମାନ ସମୟରେ ପରୀକ୍ଷାମୂଳକ ଭାବରେ ବ୍ୟବହାର କରାଯାଉଛି। ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଦ୍ବାରା ପରିଚାଳିତ ଏହା ହେଉଛି ସ୍ବଦେଶୀ ଜ୍ଞାନକୌଶଳରରେ ବ୍ୟବହାର କରାଯାଇଥିବା ଏଟିସି ଟାୱାର। ଭୁବନେଶ୍ବର ବିମାନ ବନ୍ଦରଠାରେ ଦୈନିକ ୧୪ ହଜାରରୁ ଅଧିକ ଯାତ୍ରୀ ବିମାନ ଯୋଗେ ଯାତ୍ରା କରିଥାନ୍ତି। ବିଶେଷ ଭାବରେ ରାତି ସମୟରେ ଏଟିସି ଯୋଗେ ବିମାନ ଚଳାଚଳ ସଂଖ୍ୟା ବୃଦ୍ଧି ପାଇଛି। ଆନ୍ତର୍ଜାତୀୟ ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି। ଏହି ସମସ୍ତ ଚାହିଦାକୁ ଦୃଷ୍ଟିରେ ରଖି ଏକ ନୂତନ ଏଟିସି ଟାୱାର ଆବଶ୍ୟକ ରହିଥିଲା। ନୂତନ ଏଟିସି ଟାୱାରଠାରେ ବିମାନବନ୍ଦରର ପୃଷ୍ଠଭୂମି ଗତି ମାର୍ଗଦର୍ଶନ ଏବଂ ନିୟନ୍ତ୍ରଣ ବ୍ୟବସ୍ଥା ବିମାନର ରହିବ।

ଅନ୍ୟପଟେ ଭୁବନେଶ୍ବରରୁ ଅନେକ ବଡ ବଡ ସହରକୁ ବିମାନ ସେବା ସଂଯୋଗ କରୁଛି। ଏମିତି କି ରାଜ୍ୟରେ ଥିବା ଛୋଟ ବଡ ବିମାନ ବନ୍ଦରକୁ ମଧ୍ୟ ସଂଯୋଗ କରୁଛି ଭୁବନେଶ୍ଵର ବିମାନ ବନ୍ଦର। ରାଜ୍ୟରେ ୫ ଟି ବିମାନ ବନ୍ଦରକୁ ସଂଯୋଗ କରୁଥିବା ବିମାନ ବନ୍ଦର ମଧ୍ୟ କିଛି ଦିନ ତଳେ ବିମାନ ସେବା ଆରମ୍ଭ ହୋଇଛି ଉତ୍କେଳାକୁ ବିମାନ ସେବା। କଳାହାଣ୍ଡିର ବିକାଶରେ ଯୋଡ଼ି ହୋଇଛି ନୂଆ ଫର୍ଦ୍ଦ । ସମୃଦ୍ଧିର ଆକାଶରେ ଉଡ଼ାଣ ଭରିଛି କଳାହାଣ୍ଡି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.