ETV Bharat / state

କଳାହାଣ୍ଡି ବିକାଶରେ ନୂଆ ଫର୍ଦ୍ଦ: ଭୁବନେଶ୍ବରରୁ ଉତକେଲାକୁ ଉଡିଲା ବିମାନ, ଜାଣନ୍ତୁ କେତେ ଟିକେଟ୍ ଦାମ

author img

By ETV Bharat Odisha Team

Published : Aug 31, 2023, 10:59 AM IST

Updated : Aug 31, 2023, 1:22 PM IST

କଳାହାଣ୍ଡି ଉତକେଲା ବିମାନ ବନ୍ଦରକୁ ଉଡିଲା ବିମାନ । କେନ୍ଦ୍ର ବେସାମରିକ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଭିସି ଜରିଆରେ ଏହାର ଶୁଭାରମ୍ଭ କରିଛନ୍ତି । ଅଧିକ ପଢନ୍ତୁ

ଭୁବନେଶ୍ବରରୁ ଉତକେଲାକୁ ଉଡିଲା ବିମାନ
flight service from bhubaneswar to kalahandi

ଭୁବନେଶ୍ବର: ସ୍ବପ୍ନ ହେଲା ସାକାର । କଳାହାଣ୍ଡି ବିକାଶରେ ଯୋଡି ହେଲା ନୂଆ ଫର୍ଦ୍ଦ । କଳାହାଣ୍ଡିର ଉତକେଲାକୁ ଆରମ୍ଭ ହେଲା ବିମାନ ସେବା । ଭୁବନେଶ୍ବରରୁ ଉତକେଲାକୁ ଉଡିଲା ବିମାନ । ଭୁବନେଶ୍ବର ବିମାନ ବନ୍ଦରରୁ ପ୍ରଥମ ବିମାନ ଉଡାଣ ଭରିଛି । କେନ୍ଦ୍ର ବେସାମରିକ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଭିସି ଜରିଆରେ ଏହି ବିମାନ ସେବାର ଶୁଭାରମ୍ଭ କରିଛନ୍ତି । ଭୁବନେଶ୍ବରରେ ଫ୍ଲାଗଅଫ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

  • Glad to flag off first flight between #Bhubaneswar and newly inaugurated Utkela Airport in #Kalahandi district. The airport has added yet another golden chapter to #Odisha's aviation sector. It will boost connectivity, commerce & tourism, fulfilling aspirations of people of the… pic.twitter.com/5TbWvei7qM

    — Naveen Patnaik (@Naveen_Odisha) August 31, 2023 " class="align-text-top noRightClick twitterSection" data=" ">

ସପ୍ତାହକୁ 2 ଥର ଏହି ବିମାନ ସେବା ଉପଲବ୍ଧ ହେବ । ପ୍ରାଥମିକ ପର୍ଯ୍ୟାୟରେ ମଙ୍ଗଳବାର ଓ ଗୁରୁବାର ଦୁଇଦିନ ବିମାନ ଉଡିବ । ପରବର୍ତ୍ତୀ ସମୟରେ ପ୍ରତ୍ୟେକ ଦିନ ଚଳାଚଳ କରିବ ଏହି ବିମାନ । କଳାହାଣ୍ଡିରୁ ଭୁବନେଶ୍ବରକୁ 1 ଘଣ୍ଟା 10ମିନିଟ ସମୟ ଲାଗିବ । ଏଥିରେ 9ଟି ସିଟ ରହିବ । ଏହାକୁ ଇଣ୍ଡିଆ ୱାନ ଚଳାଇବ । ଟିକେଟ ଦାମ୍ 999 ଟଙ୍କା ରହିଛି । ପରବର୍ତ୍ତୀ ସମୟରେ ଭୁବନେଶ୍ବର-ଉତକେଲା ଓ ରାୟପୁରକୁ ଯୋଡିବାର ଯୋଜନା ରହିଛି ।

ଭୁବନେଶ୍ବରରୁ ସକାଳ 7 ଟା 15 ମିନିଟରେ ଛାଡ଼ି 8 ଟା 25 ମିନିଟରେ କଳାହାଣ୍ଡିର ଉତକେଲାରେ ପହଞ୍ଚିବ । ସେହିପରି ଉତକେଲାରୁ ସକାଳ 8 ଟା 50 ମିନିଟରେ ବାହାରି 10ଟାରେ ଭୁବନେଶ୍ୱରେ ପହଞ୍ଚିବ ବିମାନ । ଗତକାଲି (ବୁଧବାର) ଏହାର ଟ୍ରାଏଲ ଲାଣ୍ଡିଂ କରାଯାଇଥିଲା । ଯାହା ସଫଳ ହୋଇଥିଲା । ଆଜି ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଭିସିରେ ଏହି ବିମାନ ସେବାର ଉଦଘାଟନ କରିଛନ୍ତି । ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫ୍ଲାଗ ଅଫ କରିଛନ୍ତି । ଏହା ରାଜ୍ୟର ପଞ୍ଚମ ବିମାନ ବନ୍ଦର । ଯାହା 7 ଦିନ ଯାକ ବିମାନ ସେବା ଯୋଗାଇବ ବୋଲି ଯୋଜନା ରହିଥିବା ବେଳେ ବର୍ତ୍ତମାନ ସମୟରେ ସପ୍ତାହକୁ 2ଦିନ ଉଡାଣ କରିବ ।

ଏହା ବି ପଢନ୍ତୁ...ପ୍ରତୀକ୍ଷାର ଅନ୍ତ, ମନ୍ଦିର ମାଳିନୀରୁ ରେଶମ ସହରକୁ ଉଡିଲା ବିମାନ

ଏହା ବି ପଢନ୍ତୁ...ଅଗଷ୍ଟ ୩୧ରୁ ଉତ୍‌କେଲା ବିମାନ ବନ୍ଦରରୁ ଉଡ଼ିବ ବିମାନ, ଟ୍ରାଏଲ୍ ଶେଷ

ଅନ୍ୟପଟେ ନୂଆ ATCର ପାରାଲାଲ ଅପରେସନ ଆରମ୍ଭ ହୋଇଛି । ଏହା ଏକ ମାସ ପରୀକ୍ଷାମୂଳକ ଭାବେ ଚାଲିଵ । ସଫଳ ହେଲେ ଅପରେସନ ଆରମ୍ଭ ହେବ । ଏଥିରେ ସୁରକ୍ଷା ବଢିବ । ଗତ 24 ତାରିଖରେ ଏହା ଉଦଘାଟନ ହୋଇଥିଲା । BHEL ଓ ଭୁବନେଶ୍ୱର ବିମାନ ବନ୍ଦର ଏହାକୁ ପରୀକ୍ଷାମୂଳକ ଭାବେ ଆରମ୍ଭ କରିଛନ୍ତି । ଏହା ଦେଶର ଅନନ୍ୟ ATC ଅଟେ । ପୂର୍ବରୁ ଝାରସୁଗୁଡ଼ା, ବ୍ରହ୍ମପୁର ରଙ୍ଗେଇଲୁଣ୍ଡା ଓ ଜୟପୁରକୁ ବିମାନ ଯୋଗାଯୋଗ କରୁଥିବା ବେଳେ ଏବେ ଏଥିରେ ଯୋଡ଼ି ହୋଇଛି ଭବାନୀପାଟଣା । ରାଜ୍ୟରେ ଉତକେଲା ବିମାନ ବନ୍ଦରକୁ ମିଶାଇ ରାଜ୍ୟରେ ୫ଟି ବିମାନ ବନ୍ଦର ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 31, 2023, 1:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.