ETV Bharat / state

ମେ’ ୫ରେ ବର୍ଷର ପ୍ରଥମ ‘ଉପଛାୟା’ ଚନ୍ଦ୍ରଗ୍ରହଣ, ହେବନି ଦୃଶ୍ୟମାନ - ମେ ୫ରେ ଉପଛାୟା ଚନ୍ଦ୍ରଗ୍ରହଣ

ମେ’ ୫ରେ ବର୍ଷର ପ୍ରଥମ ‘ଉପଛାୟା’ ଚନ୍ଦ୍ରଗ୍ରହଣ । ଏହା ଖାଲି ଆଖିରେ ଦୃଶ୍ୟମାନ ହେବ ନାହିଁ । ଅଧିକ ପଢନ୍ତୁ

ଉପଛାୟା ଚନ୍ଦ୍ରଗ୍ରହଣ
ଉପଛାୟା ଚନ୍ଦ୍ରଗ୍ରହଣ
author img

By

Published : May 3, 2023, 9:11 AM IST

ଭୁବନେଶ୍ବର: ଚଳିତ ମାସରେ ସଙ୍ଗଠିତ ହେବ ବର୍ଷର ପ୍ରଥମ ‘ଉପଛାୟା’ ଚନ୍ଦ୍ରଗ୍ରହଣ । ଆସନ୍ତା ମେ’ ୫ ଏହି ଚନ୍ଦ୍ର ଗ୍ରହଣ ଲାଗିବ । ଏହା ଭାରତୀୟ ସମୟ ରାତି ୮.୪୪ରେ ଆରମ୍ଭ ହେବ । ଚନ୍ଦ୍ର ଉପଛାୟାରେ ପ୍ରବେଶ କରି ରାତି ୧୦.୫୨ ସମୟରେ ସଂପୂର୍ଣ୍ଣ (ସର୍ବାଧିକ ୧୦୦ %) ପ୍ରବେଶ କରିବ । ସେହିପରି ଚନ୍ଦ୍ର ଉପଛାୟାରୁ ମେ’ ୬ ତାରିଖ ଭୋର ୦୧.୦୧ ସମୟରେ ପୁରା ବାହାରିଯିବ ।

ଉପଛାୟା ଚନ୍ଦ୍ର ଗ୍ରହଣ
ଉପଛାୟା ଚନ୍ଦ୍ର ଗ୍ରହଣ

ଏହି ଉପଛାୟା ଚନ୍ଦ୍ରଗ୍ରହଣ ଏସିଆ, ଅଷ୍ଟ୍ରେଲିଆ, ଆଫ୍ରିକା, ପ୍ରଶାନ୍ତ ମହାସାଗର, ଭାରତ ମହାସାଗର ଏବଂ ଆଣ୍ଟାର୍କଟିକାର କିଛି ଅଞ୍ଚଳରେ ସଙ୍ଗଠିତ ହେବ । ଭାରତ ତଥା ଓଡିଶାରେ ଏହି ‘ଉପଛାୟା’ ଚନ୍ଦ୍ର ଗ୍ରହଣ ଆରମ୍ଭରୁ ଶେଷ ଯାଏଁ ଘଟୁଥିଲେ ମଧ୍ୟ ଏହା ଖାଲି ଆଖିରେ ଦୃଶ୍ୟମାନ ହେବ ନାହିଁ । ଚନ୍ଦ୍ର ଗ୍ରହଣ ସମୟରେ ‘ଚନ୍ଦ୍ର ଓ ସୂର୍ଯ୍ୟ’ ମଝିରେ ପୃଥିବୀ ଏକ ସରଳରେଖାରେ ରହିଥାଏ । ପୃଥିବୀର ଛାଇ ଚନ୍ଦ୍ର ଉପରେ ପଡିଥାଏ । ଚନ୍ଦ୍ର ଗ୍ରହଣ ତିନି ପ୍ରକାରର ହୋଇଥାଏ । ପୂର୍ଣ୍ଣ, ଆଶିଂକ ଓ ଉପଛାୟା । ପୃଥିବୀର ଦୁଇପ୍ରକାରର ଛାଇ ରହିଛି । ପ୍ରଥମଟି ଛାୟା ଯାହା ଏକ ଗାଢା କଳା ରଙ୍ଗର ଛାଇ । ଖାଲି ଆଖିରେ ପରିଷ୍କାର ଦେଖି ହୁଏ । ଦ୍ବିତୀୟଟି ଉପଛାୟା, ଏକ ଫିକା କଳା ଛାଇ । ଯାହା ଖାଲି ଆଖିରେ ଦେଖିବା କଷ୍ଟକର । ଉପଛାୟାଟି ବଡ ଓ ଅଧିକ ଅଞ୍ଚଳରେ ପଡୁଥିଲାବେଳେ ଛାୟାଟି ଛୋଟ ତ୍ରିଭୁଜ ବା ଶଙ୍କୁ ଆକାରର ।

ବିଜ୍ଞାନର ବ୍ୟାଖାନରେ ଚନ୍ଦ୍ର ଉପଛାୟାରେ ପ୍ରବେଶ କରିବା ସହ ଗ୍ରହଣ ଆରମ୍ଭ ହୁଏ । ଏଥିରୁ ପୁରା ବାହାରି ଗଲେ ଗ୍ରହଣ ଶେଷ ହୋଇଥାଏ । ଅନେକ ସମୟରେ ଚନ୍ଦ୍ର ଛାୟା ଭିତରେ ପ୍ରବେଶ ନକରି ଉପଛାୟାରେ ପ୍ରବେଶ କରି ସେଥିରୁ ବାହାରିଯାଇଥାଏ । ଚନ୍ଦ୍ର ଉପଛାୟାରେ ଥିବା ସମୟରେ ଖାଲି ଆଖିରେ ଦେଖି ହୁଏନାହିଁ । ବୋଧହୁଏ ସେଥିପାଇଁ ଶାସ୍ତ୍ରରେ ଏହାକୁ ଗ୍ରହଣ ରୂପେ ଗଣନା କରାଯାଏ ନାହିଁ ।

ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ ଗୋଟିଏ ଗୋଟିଏ ବିରଳ ମହାଜାଗତିକ ଘଟଣା । ଗ୍ରହଣ ଓ ପରାଗ ଏକ ଛାଇ ଆଲୁଅର ଖେଳ । ଯାହା ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀର ଏକ ବିଶେଷ ଅବସ୍ଥିତିରେ ଘଟିଥାଏ । ଏହି ସମୟରେ ବିଭିନ୍ନ ପରୀକ୍ଷା ନିରୀକ୍ଷା କରିବାକୁ ବିଶ୍ବର ଅନେକ ଦେଶର ବୈଜ୍ଞାନିକମାନେ ଏବେଠୁ ଲାଗିପଡିଲେଣି । କିନ୍ତୁ ଠିକ ଏତିକି ବେଳେ କିଛି ଲୋକ ସୋସିଆଲ ମିଡିଆରେ ଏ ବିଷୟରେ ଅପ ପ୍ରଚାର ଓ କିଛି ଭ୍ରମାତ୍ମକ ଖବର ଦ୍ବାରା ସାଧାରଣ ଲୋକଙ୍କ ମନରେ ଭୟ ସୃଷ୍ଟି ହେବାରେ ଲାଗିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.