ETV Bharat / state

ସରକାରୀ କ୍ବାଟରରେ ଚାଲିଥିଲା ବାଣ ତିଆରି, ବିସ୍ଫୋରଣ ପରେ ଲାଗିଲା ନିଆଁ - ୟୁନିଟ୍ ୨ ସରାକରୀ କ୍ବାଟରରେ ଭୟାବହ ଅଗ୍ନିକାଣ୍ଡ

ୟୁନିଟ୍ ୨ ସରକାରୀ କ୍ବାଟରରେ ଭୟାବହ ଅଗ୍ନିକାଣ୍ଡ । ବାଣ ପ୍ରସ୍ତୁତ ସମୟରେ ବିସ୍ଫୋରଣ ହୋଇଥିବା ସୂଚନା । ଅଧିକ ପଢନ୍ତୁ

firecracker blast in govt quarters
firecracker blast in govt quarters
author img

By

Published : May 11, 2023, 11:27 AM IST

Updated : May 11, 2023, 1:40 PM IST

firecracker blast in govt quarters

ଭୁବନେଶ୍ବର: ରାଜଧାନୀର ଏକ ସରକାରୀ କ୍ବାଟରରେ ଭୟାବହ ଅଗ୍ନିକାଣ୍ଡ । ବାଣ ବିସ୍ଫୋରଣରୁ ଅଗ୍ନିକାଣ୍ଡ ହୋଇଥିବା ସୂଚନା । ୟୁନିଟ୍ ୨ରେ ଥିବା ସରକାରୀ ବାସଭବନରେ ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି । କେହି ମୃତାହତ ହୋଇଥିବା ବେଳେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ନିୟୋଜିତ ଅଛନ୍ତି । ସରକାରୀ ବାସଭବନରେ କିପରି ବେଆଇନ ଭାବେ ବାଣ ଭିଡା ଯାଇ ବିକ୍ରି କରାଯାଉଥିଲା ସେନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଆଜି ସକାଳ ସମୟରେ ୟୁନିଟ୍ ୨ ସରକାରୀ ବାସଭବନ ୧୩/୨ରେ ବାଣ ବିସ୍ଫୋରଣ ପରେ ଅଗ୍ନିକାଣ୍ଡ ଘଟିଥିଲା। ଏନେଇ ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଅନ୍ୟପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ ପୋଲିସ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରୁଛି । କେଉଁ ପରିସ୍ଥିତିରେ ଓ କିଭଳି ସରକାରୀ ବାସଭବନରେ ଅଗ୍ନିକାଣ୍ଡ ଘଟିଲା ସେନେଇ ପୋଲିସ ତଦନ୍ତ କରୁଛି ।

କେବେଠୁ ଏଠାରେ ବାଣ ବ୍ୟବସାୟ ହେଉଥିଲା ସନେଇ ମଧ୍ୟ ଅଧିକ ତଥ୍ୟ ସଂଗ୍ରହ କରୁଛି ପୋଲିସ । ଅନ୍ୟପଟେ ବିସ୍ଫୋରଣ ଘଟିଥିବା ସରକାରୀ କ୍ବାଟର କାହା ନାଁରେ ଅଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ପାରିନାହିଁ । ତେବେ ସରକାରୀ କ୍ବାଟରରେ ବାଣ ପ୍ରସ୍ତୁତ କରାଯାଉଥିଲେ ମଧ୍ୟ କମିଶନରେଟ ପୋଲିସ ପାଖରେ ଏନେଇ କୌଣସି ଖବର ନଥିଲା ।

ଏହା ମଧ୍ୟ ପଢନ୍ତୁ-ପୂର୍ବତନ ବିଧାୟକ ସନାତନ ମହାକୁଡଙ୍କ ଘରେ ଆଇଟି ରେଡ୍

ଗତ ମାସରେ ସହୀଦନଗର ଥାନା ଭିଏସଏସ ନଗରର ଗୋଜବାୟାଣୀ ବସ୍ତିରେ ବାଣ ବିସ୍ଫୋରଣ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ଏଥିରେ ଜଣେ ଯୁବକ ଆହତ ହୋଇ ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଥିଲେ। ମୃତକ ଶିବାନନ୍ଦ ତାଡ଼ କିଛି ବର୍ଷ ହେବ ଉକ୍ତ ବସ୍ତିରେ ରହି ବେଆଇନ ଭାବେ ବାଣ ପ୍ରସ୍ତୁତ କରି ବିକ୍ରି କରୁଥିଲେ । ଏପ୍ରିଲ 3 ତାରିଖରେ ସେ ବାଣ ପ୍ରସ୍ତୁତ କରୁଥିବା ବେଳେ ହଠାତ୍‌ ବିସ୍ଫୋରଣ ହୋଇଥିଲା । ଫଳରେ ଶିବାନନ୍ଦ ଘର ବାହାରକୁ ଛିଟିକି ପଡ଼ିଥିବା ବେଳେ ଘରର ଆଜବେଷ୍ଟସ ଉଡିଯାଇଥିଲା । ବାଣ ବିସ୍ଫୋରଣର ପ୍ରଚଣ୍ଡ ଶବ୍ଦ ଶୁଣିବା ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ ।

ଗତ ମାର୍ଚ୍ଚ ମାସରେ ଟାଙ୍ଗୀ ଥାନା ଅନ୍ତର୍ଗତ ଭୁଷଣ୍ଡପୁରରେ ବାଣ ବିସ୍ଫୋରଣ ହୋଇଥିଲା । ଏଥିରେ 5 ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଗୁରୁତର ହୋଇଥିଲେ । ବାଣ ତିଆରି ଚାଲିଥିବା ଘରେ ହଠାତ ବିସ୍ଫୋରଣ ହୋଇଥିଲା । ଫଳରେ ବାଣ ଗୁଡିକ ବିସ୍ଫୋରଣ ହେବାରୁ ଘରେ ନିଆଁ ଲାଗିଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : May 11, 2023, 1:40 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.