ଖୋର୍ଦ୍ଧା: ଅଗ୍ନିକାଣ୍ଡରେ ଜଳିଗଲା ୩ ବଖରା ଘର ଓ ୨ ବଳଦ । ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୩ ବଖରା ଘର ସହ ଦୁଇଟି ବଳଦ । ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନା ସାଗରଗାଁ ପଞ୍ଚାୟତ ନୂଆସାହିରେ ବିଦ୍ୟୁତ ସଟସର୍କିଟ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି ।
ସୂଚନା ମୁତାବକ ଗ୍ରାମର ଦାଶରଥୀ ଦଳେଇଙ୍କ ଘରେ ସଟସର୍କିଟ ଯୋଗୁଁ ଲାଗି ଯାଇଥିଲା । ଖବର ପାଇ ବୋଲଗଡ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ବିଦ୍ୟୁତ ସଟସର୍କିଟ ଅଗ୍ନିକାଣ୍ଡ ଘଟିଥିଲା ବୋଲି ଦମକଳ ବାହିନୀ କହିଥିଲା। ନିଆଁ ଲାଗି ଦାଶରଥୀଙ୍କ ବହୁ କ୍ଷୟକ୍ଷତି ହୋଇଥିବା ଜଣାଡିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ