ETV Bharat / state

ଭୁବନେଶ୍ୱର ଉପକଣ୍ଠ ଜଙ୍ଗଲରେ ନିଆଁ, ୬ଘଣ୍ଟା ପରେ ଆୟତ୍ତ କଲା ଅଗ୍ନିଶମ ବିଭାଗ

ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ନିକଟରେ ଥିବା ଅନ୍ଧାରୁଆ ଗାଁପାଖ ଜଙ୍ଗଲରେ ନିଆଁ । ୫ରୁ ୬ଘଣ୍ଟାର କସରତ ପରେ ନିଆଁକୁ ଆୟତ୍ତ କଲା ବନବିଭାଗ । ଅଧିକ ପଢନ୍ତୁ

ଭୁବନେଶ୍ୱର ଉପକଣ୍ଠ ଜଙ୍ଗଲରେ ନିଆଁ
ଭୁବନେଶ୍ୱର ଉପକଣ୍ଠ ଜଙ୍ଗଲରେ ନିଆଁ
author img

By

Published : Mar 6, 2023, 9:23 AM IST

Updated : Mar 6, 2023, 9:37 AM IST

ଭୁବନେଶ୍ୱର ଉପକଣ୍ଠ ଜଙ୍ଗଲରେ ନିଆଁ

ଭୁବନେଶ୍ବର: ଜଙ୍ଗଲରେ ନିଆଁ । ରାଜ୍ୟରେ ପାଖାପାଖି ଏକ ହଜାର ସ୍ଥାନରେ ଜଳୁଛି ଜଙ୍ଗଲ । ରାଜ୍ୟରେ ଅନେକ ସ୍ଥାନରେ ନିଆଁ ଲାଗିଥିବା ବେଳେ ଭୁବନେଶ୍ୱର ଉପକଣ୍ଠ ଜଙ୍ଗଲରେ ମଧ୍ୟ ନିଆଁ ଲାଗିଛି । ତେବେ ଖବରପାଇ ନିଆଁକୁ ଆୟତ୍ତ କରିଥିଲେ ଅଗ୍ନିଶମ କର୍ମଚାରୀ । ଚନ୍ଦକା ନିକଟରେ ଥିବା ଅନ୍ଧାରୁଆ ଗାଁ ନିକଟ ଜଙ୍ଗଲରେ ଅଗ୍ନିକାଣ୍ଡ ଘଟିଥିବା ନଜରକୁ ଆସିଥିଲା ।

ତେବେ ଭୁବନେଶ୍ଵର ଅଗ୍ନିଶମ ବିଭାଗର ଏକ ଟିମ ନିଆଁକୁ ଆୟତ୍ତ କରିଛନ୍ତି । ବର୍ତ୍ତମାନ ସମୟରେ ସଂପୂର୍ଣ୍ଣ ଭାବେ ନିଆଁ ଲିଭିଯାଇଛି । ଏଥିରେ କୌଣସି ମଣିଷ କିମ୍ବା ପଶୁଙ୍କର କୌଣସି କ୍ଷତି ହୋଇନାହିଁ । ନିଆଁକୁ ସଂପୂର୍ଣ୍ଣଭାବେ ଲିଭାଇବା ପାଇଁ ୫ ରୁ ୬ ଘଣ୍ଟା ସମୟ ଲାଗିଥିଲା । ପ୍ରାଥମିକ ଭାବରେ ମନୁଷ୍ୟକୃତ ନିଆଁ ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, ରାଜ୍ୟରେ ତାପମାତ୍ରା ଯେତିକି ବଢୁଛି ରାଜ୍ୟରେ ଜଙ୍ଗଲ ନିଆଁ ସେତିକି ବ୍ୟାପିବାରେ ଲାଗୁଛି । ଜଙ୍ଗଲ ନିଆଁ ଏବେ ସାରା ରାଜ୍ୟରେ ବ୍ୟାପିଛି । କେନ୍ଦୁଝର, ମୟୂରଭଞ୍ଜ ଭଳି ସ୍ଥାନମାନଙ୍କରେ ନିଆଁ ବ୍ୟାପୁଥିବା ବେଳେ ଏବେ ରାଜଧାନୀର ଉପକଣ୍ଠରେ ଥିବା ଜଙ୍ଗଲରେ ନିଆଁ ଦେଖିବାକୁ ମିଳିଛି । ଚଳିତ ବର୍ଷ ଜଙ୍ଗଲରେ ଅଧିକ ନିଆଁ ଲାଗିବା ଆଶଙ୍କା ଅଧିକା ରହିଛି ।

ଚଳିତ ବର୍ଷ ଜାନୁଆରୀ ମାସ ଚତୁର୍ଥ ସପ୍ତାହରୁ ହିଁ ଜଙ୍ଗଲରେ ନିଆଁ ଲାଗିବା ଆରମ୍ଭ ହୋଇଗଲାଣି । ଦୀର୍ଘ ଦିନ ହେଲା ବର୍ଷା ହୋଇନି । ପାଗ ଶୁଖିଲା ରହିଛି । ତାପମାତ୍ରା ବି ବୃଦ୍ଧି ହେଲାଣି । ଯଦି ନିକଟ ଭବିଷ୍ୟତରେ ବର୍ଷା ନ ହୁଏ, ତାହେଲେ ଏ ବର୍ଷ ମଧ୍ୟ ଅଧିକ ଜଙ୍ଗଲ ନିଆଁ ଘଟଣା ଦେଖିବାକୁ ମିଳିବ । ଏବେ ରାଜ୍ୟରେ ଦିନକୁ ପାଖାପାଖି ଏକ ହଜାରରୁ ଅଧିକ ସ୍ଥାନରେ ନିଆଁ ଲାଗିବାର ସୂଚନା ଆସୁଛି । ଆଗାମୀ ଦିନରେ ଆହୁରି ନିଆଁ ଲାଗିପାରେ। ଜଙ୍ଗଲ ନିଆଁ ଘଟଣା ଚିହ୍ନଟ କରିବା ନୁହେଁ, ନିଆଁ ଲିଭାଇବା ବନ ବିଭାଗ ପାଇଁ ଆହ୍ବାନ ରହିଛି । ଏନେଇ ବନ ବିଭାଗ ପକ୍ଷରୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । କେମିତି ଜଙ୍ଗଲ ନିଆଁକୁ ଆୟତ୍ତ କରାଯିବ ସେନେଇ ଷ୍ଟାଫ ଇକ୍ୟୁପମେଣ୍ଟସ, ଟେକ୍ନୋଲୋଜି ପ୍ରସ୍ତୁତ ରଖିଛି ବିଭାଗ ।

ପ୍ରକାଶଥାଉକି, ୨୦୨୧ ମସିହାରେ ଅଧିକ ଜଙ୍ଗଲରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା । ତାପରେ ପରେ ୨୦୨୨ ମସିହାରେ ପୂର୍ବ ବର୍ଷ ଠାରୁ ବହୁତ୍ କମ୍ ମାତ୍ରାରେ ଜଙ୍ଗଲରେ ନିଆଁ ଲାଗିବା ଦେଖିବାକୁ ମିଳିଥିଲା । ତେବେ ଚଳିତ ବର୍ଷ ଜଙ୍ଗଲରେ ନିଆଁ ଲାଗିବା ଘଟଣା ଅଧିକ ହୋଇପାରେ । ଚଳିତ ବର୍ଷ ଋତୁ ଚକ୍ରରେ ବିଭ୍ରାଟ ଓ ତାପମାତ୍ରାରେ ପରିବର୍ତ୍ତନ ଯୋଗୁଁ ଅଧିକା ଜଙ୍ଗଲରେ ନିଆଁ ଦେଖିବାକୁ ମିଳିପାରେ । ଅନ୍ୟପକ୍ଷରେ ନିଆଁକୁ ଆୟତ୍ତ କରିବା ପାଇଁ ବିଭାଗ ପକ୍ଷରୁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Mar 6, 2023, 9:37 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.