ETV Bharat / state

ମେଟ୍ରୋ ଟାଓ୍ବାର ଅଗ୍ନିକାଣ୍ଡର ଫିଟୁଛି ଗୁମର; ଟିକିଏ ଡେରିରେ ଯାଇଥାନ୍ତା ୨ ଜୀବନ - ଭୁବନେଶ୍ବର ଅଗ୍ନିକାଣ୍ଡ

ମେଟ୍ରୋ ଟାଓ୍ବାର ଅଗ୍ନିକାଣ୍ଡ ଘଟଣା । ଟିକିଏ ଡେରି ହୋଇଥିଲେ ଚାଲି ଯାଇଥାନ୍ତା ୨ ନାବାଳକଙ୍କ ଜୀବନ । ଅଧିକ ପଢନ୍ତୁ

ମେଟ୍ରୋ ଟାଓ୍ବାର ଅଗ୍ନିକାଣ୍ଡ
ମେଟ୍ରୋ ଟାଓ୍ବାର ଅଗ୍ନିକାଣ୍ଡ
author img

By ETV Bharat Odisha Team

Published : Sep 27, 2023, 2:12 PM IST

ମେଟ୍ରୋ ଟାଓ୍ବାର ଅଗ୍ନିକାଣ୍ଡ

ଭୁବନେଶ୍ୱର: ବାଣୀବିହାରରେ ମେଟ୍ରୋ ଟାଓ୍ବାର ଅଗ୍ନିକାଣ୍ଡ ଘଟଣା । ଅଗ୍ନିଶମ ବାହିନୀ ପହଞ୍ଚିବାରେ ଟିକିଏ ବିଳମ୍ବ ହୋଇଥିଲେ ଚାଲି ଯାଇଥାନ୍ତା ଦୁଇ ନିରୀହ ନାବାଳକଙ୍କ ଜୀବନ । କାରଣ ଅଫିସ ବାହାରୁ ତାଲା ପଡିଥିଲା ଓ ଭିତରେ ଦୁଇ ଜଣ ପିଲା ଫସି ରହିଥିଲେ । ନିଆଁ ଲିଭାଇବାକୁ ଆସି ଅଫିସ ସଟର ଟେକିବା ପରେ ଦୁଇ ନାବାଳକଙ୍କୁ ଉଦ୍ଧାର କରାଯାଇଥିଲା । ତେବେ ବଡ଼ କଥା ହେଲା, ସମ୍ପୃକ୍ତ ୨ ନାବାଳକଙ୍କୁ କୋଲକାତାରୁ ଚାଲାଣ କରାଯାଇ ଏଠାରେ କାମରେ ଲଗାଯାଇଥିଲା । ନାବାଳକଙ୍କୁ କିଏ ଓ କିପରି ଚାଲାଣ କରାଗଲା ତାକୁ ନେଇ ଏବେ ପ୍ରଶ୍ନ ଉଠିଛି । ଏଥିସହ ଘଟଣା ସାମ୍ନାକୁ ଆସିବା ପରେ ପୋଲିସ NHRCର ଗାଇଡଲାଇନ ଓ ଜୁଭେନାଇଲ ଜଷ୍ଟିସ ଆକ୍ଟ ଉଲ୍ଲଙ୍ଘନ କରିଥିବା ଶିଶୁ ସୁରକ୍ଷା କର୍ମୀ ବେଣୁଧର ସେନାପତି ଅଭିଯୋଗ କରିଛନ୍ତି ।

ମଙ୍ଗଳବାର ଭୋର ସମୟରେ ମେଟ୍ରୋ ଟାଓ୍ବାରର ପଞ୍ଚମ ମହଲାର ଏକ ଅଫିସ ଭିତରୁ ଅଣନିଃଶ୍ବାସୀ ଅବସ୍ଥାରେ ଦୁଇ ନାବାଳକଙ୍କୁ ଉଦ୍ଧାର କରାଯାଇଥିଲା । ଅଗ୍ନିଶମ ଟିମ୍ ପହଞ୍ଚିଲା ବେଳକୁ ଅଫିସର ବାହାରପଟୁ ସଟର ପଡ଼ିଥିଲା । ଭିତରେ ପଟେ ଦୁଇ ଜଣ ନାବାଳକ ଫସି ରହିଥିଲେ ଧୂଆଁ ଭିତରେ । ସଟର ଖୋଲି ନପାରି ଦୁହେଁ ଅଫିସ ଭିତରୁ ଏକ ଫାଙ୍କା ଜାଗା ଦେଖି ଜୀବନ ବଞ୍ଚାଇବାକୁ ସଂଗ୍ରାମ କରୁଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ । ଅଣନିଃଶ୍ବାସୀ ହୋଇପଡ଼ିଥିବା ଦୁଇ ନାବାଳକ ଉଦ୍ଧାର କରାଯିବା ପରେ ସହିଦ ନଗର‌ ପୋଲିସ ଜିମାରେ ଛାଡ଼ି ଦିଆଯାଇଥିଲା ।

ଏହାମଧ୍ୟ ପଢନ୍ତୁ: କିଛି ମାସ ପରେ ହୋଇଥାନ୍ତା ନିର୍ବନ୍ଧ, ସ୍ମାର୍ଟ ସିଟିର ଗାତ ନେଲା ଡାକ୍ତରଙ୍କ ଜୀବନ

ଏହି ଘଟଣା ସାମ୍ନାକୁ ଆସିବା ପରେ ନାବାଳକଙ୍କ ସୁରକ୍ଷା ଦିଗକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଶିଶୁ ସୁରକ୍ଷା କର୍ମୀ ବେଣୁଧର ସେନାପତି । ଦୁଇ ଜଣ ନାବାଳକଙ୍କୁ କିପରି ଚାଲାଣ କରି କୋଲକାତାରୁ ଏଠାରେ ଆଣି ରଖାଯାଇଥିଲା ? ସେମାନଙ୍କର ଯଦି କୌଣସି ଅଘଟଣ ହୋଇଥାନ୍ତା ଏଥିପାଇଁ ଦାୟୀ କିଏ ହୋଇଥାନ୍ତେ ବୋଲି ସେ ପ୍ରଶ୍ନ କରିଛନ୍ତି । ଏପରିକି ଏହି ଘଟଣା ସାମ୍ନାକୁ ଆସିବା ପରେ ପୋଲିସ NHRCର ଗାଇଡ ଲାଇନ ଓ ଜୁଭେନାଇଲ ଜଷ୍ଟିସ ଆକ୍ଟର ଉଲ୍ଲଙ୍ଘନ କରିଥିବା ସେ ଅଭିଯୋଗ କରିଛନ୍ତି । ଦୁଇ ନାବାଳକଙ୍କ କୌଣସି ସୂଚନା ନ ରଖି ତାଙ୍କୁ ଯେଉଁମାନେ କାମରେ ନିୟୋଜିତ କରିଥିଲେ ସେମାନଙ୍କୁ ପୁଣି ପୋଲିସ ହସ୍ତାନ୍ତର କରିଦେବାକୁ ନିନ୍ଦା କରିଛନ୍ତି ବେଣୁଧର ।

ଶିଶୁ ସୁରକ୍ଷା ଦିଗରେ ଏଭଳି ଅବହେଳା ଘଟଣା ସେ ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ସହ CDPO ଓ CWCର ନଜରକୁ ଆଣିଛନ୍ତି । ପୋଲିସର ଏପରି ଅବହେଳା ପାଇଁ ଅଭିଯୋଗ କରାଯିବ ବୋଲି ଶିଶୁ ସୁରକ୍ଷା କର୍ମୀ କହିଛନ୍ତି । ମେଟ୍ରୋ ଟାୱାରର ଅଫିସ ଭିତରେ ଯେଉଁଭଳି ନିଆଁ ଲାଗିଥିଲା, ଯଦି ଅଗ୍ନିଶମ ବାହିନୀ ପହଞ୍ଚିବାରେ ବିଳମ୍ବ ହୋଇଥାନ୍ତା ତେବେ ଦୁଇ ନିରୀହ ପିଲାଙ୍କ ଅବସ୍ଥା କେତେ ଭୟଙ୍କର ହୋଇଥାନ୍ତା ତାହା ଅନୁମାନ କରାଯାଇପାରେ । ହେଲେ ଯେଉଁ ଶିଶୁ ଚାଲାଣକାରୀ ଏପରି ଶିଶୁଙ୍କୁ କାମରେ ନିୟୋଜିତ କରୁଛନ୍ତି, ସେମାନଙ୍କୁ ଦଣ୍ଡିତ କରିବା ବଦଳରେ ସୁହାଇଲା ଭଳି କାର୍ଯ୍ୟ କରୁଛି କମିଶନରେଟ୍ ପୋଲିସ । ଏହାକୁ ନେଇ ପୋଲିସର ଭୂମିକା ଏବେ ସନ୍ଦେହ ଘେରକୁ ଆସିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.