ଭୁବନେଶ୍ବର: ପୁଣି ଲୋକସେବା ଭବନରେ ଅଗ୍ନିକାଣ୍ଡ । ସଚିବାଳୟ ଏସସିଏସଟି ବିଭାଗରେ ନିଆଁ ଲାଗିଛି । ଅଗ୍ନିଶମ ବିଭାଗ ଦ୍ବାରା ନିଆଁ ଲିଭା କାର୍ଯ୍ୟ ଜାରି ରହିଛି । ଏସସିଏସଟି ବିଭାଗ ଛାତ ଉପରେ ଏସି କମ୍ପ୍ରେସରରେ ନିଆଁ ଲାଗିଛି । ଗତ ଅକ୍ଟୋବର 3 ତାରିଖରେ ମଧ୍ୟ ଲୋକସେବା ଭବନରେ ଅଗ୍ନିକାଣ୍ଡ ହୋଇଥିଲା । ଗୋଟିଏ ମାସରେ 2 ଥର ଲୋକସେବା ଭବନରେ ଏପରି ଅଗ୍ନିକାଣ୍ଡ ହୋଇଛି ।
ସୂଚନା ଅନୁସାରେ, ଲୋସସେବା ଭବନ ଏସ୍ସିଏସ୍ଟି ବିଭାଗ ଛାତ ଉପରେ ଏସି କମ୍ପ୍ରେସରରେ ନିଆଁ ଲାଗିଛି । ନିଆଁକୁ ନିୟନ୍ତ୍ରଣ କାରଯାଇଛି । ସର୍ଟ ସର୍କିଟରୁ ନିଆଁ ଲାଗିଛି ନା ଅନ୍ୟ କିଛି କାରଣ ଅଛି ତାହା ଜଣାପଡିନାହିଁ । ଗୋଟିଏ ମାସରେ 2 ଥର ଅଗ୍ନିକାଣ୍ଡ ପରେ ଲୋକସେବା ଭବନରେ ଲୋକଙ୍କ ସୁରକ୍ଷା ଉପରେ ପ୍ରଶ୍ନ ଉଠିଛି । ନିଆଁ ଲାଗିବା ଫଳରେ ଲୋକସେବା ଭବନରେ କଣ କ୍ଷତି ହୋଇଛି ତାହା ସ୍ପଷ୍ଟ ହୋଇନାହିଁ । ନିଆଁ ଲାଗିବା ସମୟରେ କେହି କର୍ମଚାରୀ ନଥିବା ଜଣାପଡ଼ିଛି । କିଛି ବଡ଼ କ୍ଷତି ହେବା ପୂର୍ବରୁ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଲୋକସେବା ଭବନ ସମ୍ବେଦନଶୀଳ ଅଞ୍ଚଳ ବାରମ୍ବାର ଏହିପରି ଅଗ୍ନିକାଣ୍ଡକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏ ଦିଗରେ ସତର୍କ ରହିବାର ଆବଶ୍ୟକତା ରହିଛି ।
ଏହା ବି ପଢନ୍ତୁ...Fire in Lok Seva Bhawan: ଲୋକସେବା ଭବନରେ ଅଗ୍ନିକାଣ୍ଡ, ଏସି ସର୍ଟ ସର୍କିଟରୁ ଲାଗିଥିଲା ନିଆଁ
ପ୍ରକାଶ ଥାଉ କି, ଚଳିତ ମାସରେ ଏହାକୁ ମିଶାଇ 2 ଥର ଲୋକସେବା ଭବନରେ ଅଗ୍ନିକାଣ୍ଡ ଲୋକସେବା ଭବନର ରାଜସ୍ୱ ବିଭାଗର କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ । ଏସି ସର୍ଟ ସର୍କିଟରୁ ଏହି ନିଆଁ ଲାଗିଥିଲା । ବିଧାନସଭା ଅଗ୍ନିଶମ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା । ପରବର୍ତ୍ତୀ ସମୟରେ କଳ୍ପନା ଓ ବରମୁଣ୍ଡା ଅଗ୍ନିଶମ ଟିମ୍ ମଧ୍ୟ ସେଠାରେ ପହଞ୍ଚିବା ବେଳକୁ ନିଆଁ ଆୟତ୍ତ ହୋଇଥିଲା ।
ରାଜସ୍ୱ ଏବଂ ବିପର୍ଯ୍ୟସ୍ତ ପରିଚାଳନା ବିଭାଗର ଗୋଟେ ରୁମରେ ନିଆଁ ଲାଗିଥିଲା । ତୁରନ୍ତ ଲୋକସେବା ଭବନ ୟୁନିଟକୁ ସୂଚନା ଦିଆଯିବା ପରେ ଟିମ୍ ସେଠାରେ ପହଞ୍ଚିଥିଲା । ଲୋକସେବା ଭବନ ସମ୍ବେଦନଶୀଳ ଅଞ୍ଚଳ ହୋଇଥିବାରୁ ପରବର୍ତ୍ତୀ ସମୟରେ ମଧ୍ୟ କଳ୍ପନା ଅଗ୍ନିଶମ ଟିମ୍ ମଧ୍ୟ ପହଞ୍ଚିଥିଲା । କିନ୍ତୁ ସେତେବେଳେକୁ ଲୋକସଭା ଭବନ ଅଗ୍ନିଶମ ଟିମ୍ ନିଆଁକୁ ନିୟନ୍ତ୍ରଣ କରି ସାରିଥିଲା ।
ଇଟିଭି ଭାରତ, ଭୁବନେଶ୍ବର