ଖୋର୍ଦ୍ଧା: କୋଭିଡ କଟକଣା ଉଲ୍ଲଙ୍ଘନ ଅଭିଯୋଗରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ନାଁରେ ବୋଲଗଡ ଥାନାରେ ଏତଲା ଦିଆଯାଇଛି । ଏତଲାରେ ଉଲ୍ଲେଖ ରହିଛି ଯେ, ସାଂସଦ ଶନିବାର ପାଟପୁର ଶାସନ ପଞ୍ଚାୟତର ଏକ ମିଶ୍ରଣ କାର୍ଯ୍ୟକ୍ରମରେ ସାଂସଦ କୋଭିଡ କଟକଣାକୁ ଉଲ୍ଲଙ୍ଘନ କରି କର୍ମୀଙ୍କ ସହ ମିଳାମିଶା କରଛନ୍ତି।
ସାମାଜିକ ଦୂରତା ପାଳନ ନ କରିବା ସହ ମାସ୍କ ନ ପିନ୍ଧି ଦଳୀୟକର୍ମୀ ସଭାରେ ଉପସ୍ଥିତ ରହିଥିଲେ। ତେଣୁ ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଏତଲା ଦେଇଛନ୍ତି ଅଭିଯୋଗକାରୀ ରାଇମୋହନ ପଟ୍ଟନାୟକ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ