ଖୋର୍ଦ୍ଧା: ସବୁବେଳେ ସୂକ୍ଷ୍ମ କଳାକୃତି କରି ଚର୍ଚ୍ଚା ସାଉଁଟିଥିବା ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଞ୍ଚଳର ଶିଳ୍ପୀ ଏଲ ଈଶ୍ୱର ରାଓ ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ବିଶ୍ୱ ଯୋଗ ଦିବସ ଉପଲକ୍ଷେ ସେ ପେନସିଲ ମୁନରେ ଏକ ସେଣ୍ଟିମିଟର ଉଚ୍ଚତାର କଳାକୃତି ନିର୍ମାଣ କରିଛନ୍ତି ।
ଏହି କଳାକୃତି ମାଧ୍ୟମରେ ସେ ସାରା ବିଶ୍ୱକୁ ଯୋଗ କରି ଓ ନିରୋଗ ରହିବା ପାଇଁ ବାର୍ତ୍ତା ଦେଇଛନ୍ତି । ଏହି ସୂକ୍ଷ୍ମ କଳାକୃତି ପାଇଁ ତାଙ୍କୁ ଛଅ ଘଣ୍ଟା ଲାଗିଥିବା କହିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ