ETV Bharat / state

ଗୋଷ୍ଠୀ ନେତୃତ୍ୱ ଭିତ୍ତିକ କାର୍ଯ୍ୟକ୍ରମ ହିଁ ଦୂର କରିବ ଅପପୁଷ୍ଟି: ରାଜ୍ୟ ମିଶନ ନିର୍ଦ୍ଦେଶକ - ଭୁବନେଶ୍ବର ନ୍ୟୁଜ

ଆଜି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଏକ ଅନ୍ତର୍ଜାତୀୟ ସ୍ତରୀୟ ଦିନିକିଆ କର୍ମଶାଳା ଅନୁଷ୍ଠିତ । ଅପପୁଷ୍ଟି ମୁକ୍ତ ଓଡିଶା ଗଠନ କରିବା ଉଦ୍ଦେଶ୍ୟରେ ଅଛନ୍ତି ରାଜ୍ୟ ସରକାର । ଅପପୁଷ୍ଟି ମୁକ୍ତ ଓଡିଶା ଗଠନ ପାଇଁ ଆବଶ୍ୟକୀୟ ପ୍ରଗତିଶୀଳ ନୀତି ଓ ବ୍ୟବସ୍ଥା ଆଦି ବିଷୟରେ ଆଲୋଚନା କରାଯାଇଛି ।

କର୍ମଶାଳା
author img

By

Published : Oct 18, 2019, 11:06 PM IST

Updated : Oct 19, 2019, 12:02 AM IST

ଭୁବନେଶ୍ବର: ପୁଷ୍ଟି ସମ୍ବେଦନଶୀଳ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରି ପୁଷ୍ଟି ଓ ସ୍ବାସ୍ଥ୍ୟ ସହିତ ଚାଷବାସର ସଂଯୋଗ ପ୍ରତିଷ୍ଠା କରି ଏକ ଅପପୁଷ୍ଟି ମୁକ୍ତ ଓଡିଶା ଗଠନ କରିବା ଉଦ୍ଦେଶ୍ୟରେ ଅଛନ୍ତି ରାଜ୍ୟ ସରକାର । ଏନେଇ ଆଜି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଥିଲା ।

ଅପପୁଷ୍ଟି ମୁକ୍ତ ଓଡିଶା ଗଠନ କରିବା ଉଦ୍ଦେଶ୍ୟରେ ଦିନିକିଆ କର୍ମଶାଳା

ଏହି କର୍ମଶାଳାରେ ଅପପୁଷ୍ଟି ମୁକ୍ତ ଓଡିଶା ଗଠନ ପାଇଁ ଆବଶ୍ୟକୀୟ ପ୍ରଗତିଶୀଳ ନୀତି ଓ ବ୍ୟବସ୍ଥା ଆଦି ବିଷୟରେ ଆଲୋଚନା କରିବା ପାଇଁ ରାଜ୍ୟ ସରକାରଙ୍କ ଅନେକ ଉଚ୍ଚପଦସ୍ଥ ଅଧିକାରୀ ଓ ବିଶେଷଜ୍ଞମାନେ ଯୋଗ ଦେଇଥିଲେ । ପୁଷ୍ଟି ସୁରକ୍ଷା ନିମନ୍ତେ ଚାଷବାସ ଓ ଜଙ୍ଗଲର ଗୁରୁତ୍ବପୂର୍ଣ୍ଣ ଭୂମିକା ଅଛି ଓ ଏଥିସହିତ ମହିଳା ସଶକ୍ତୀକରଣ ଦ୍ବାରା ବି ପୁଷ୍ଟି ସୁରକ୍ଷା କାର୍ଯ୍ୟକ୍ରମ ତ୍ବରାନ୍ବିତ ହୋଇଥାଏ ବୋଲି କର୍ମଶାଳାରେ ଆଲୋଚନା କରାଯାଇଥିଲା ।

ଏଥିସହ ବାଂଲାଦେଶ ଓ ଫିଲିପାଇନ୍ସ ସରକାରଙ୍କ ଅପପୁଷ୍ଟି ବିରୋଧୀ ଲଢେଇ ଓ ସଫଳତାର ଅଭିଜ୍ଞତାକୁ କର୍ମଶାଳାରେ ଯୋଗ ଦେଇଥିବା ଉଭୟ ଦେଶର ବରିଷ୍ଠ ସରକାରୀ ଅଧିକାରୀମାନେ ପ୍ରକାଶ କରିଥିଲେ । 'ସୌହାର୍ଦ୍ଦୋ’ କାର୍ଯ୍ୟକ୍ରମ ମାଧ୍ୟମରେ ବାଂଲାଦେଶ ସରକାର କିପରି ଲିଙ୍ଗଗତ ନିର୍ବିଶେଷରେ ଖାଦ୍ୟ ଓ ପୁଷ୍ଟିର ସୁରକ୍ଷା ହାସଲ କରିପାରିଛନ୍ତି ସେ ବିଷୟରେ ବାଂଲାଦେଶ ସରକାରଙ୍କ ପ୍ରତିନିଧି ପ୍ରକାଶ କରିଥିଲେ ।

ଏ.ପି.ପି.ଆଇ. (ଅଜିମ୍ ପ୍ରେମ୍‌ଜୀ ଫିଲାନ୍ଥ୍ରୋପିକ୍ ଇନିସିଏଟିଭ୍) ସହାୟତାରେ ‘ଲିଭିଙ୍ଗ୍ ଫାର୍ମସ୍’ ସ୍ବଚ୍ଛାସେବୀ ଅନୁଷ୍ଠାନ ଦ୍ବାରା ମହିଳା ମାନଙ୍କର ଖାଦ୍ୟ ବିବିଧତା ବୃଦ୍ଧି କରି ଅପପୁଷ୍ଟି ଦୂର କରିବା ନିମନ୍ତେ ୨୦୧୬ରେ ‘ଫାର୍ମ’ (ଫୁଡ଼୍ ଆଣ୍ଡ ଏଗ୍ରୋ-ଇକୋଲୋଜିକାଲ ଆପ୍ରୋଚେସ୍ ଟୁ ରିଡ୍ୟୁସ୍ ମାଲ୍ନ୍ୟୁଟ୍ରିସନ୍) ନାମକ ଯେଉଁ ତିନି ବର୍ଷୀୟା କାର୍ଯ୍ୟକ୍ରମ ଚାଲିଥିଲା ତାହାର ପରବର୍ତ୍ତୀ ପଦକ୍ଷେପ ସ୍ବରୂପ ଏହି କର୍ମଶାଳାଟି ଆୟୋଜନ କରାଯାଇଥିଲା । ସନ୍ତୁଳିତ ଆହାର ଖାଇବା ଓ ଖାଦ୍ୟ ବିବିଧତାକୁ ବୃଦ୍ଧି କରିବା ପାଇଁ ଓଡିଶାର ୨ଟି ଜିଲ୍ଲାର ଏକ ଲକ୍ଷ ଆଦିବାସୀ ଓ ଦଳିତ ପରିବାରଙ୍କ ସହିତ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଥିଲା । ଗୋଟେ ଆନ୍ତର୍ଜାତୀୟ ଅନୁଷ୍ଠାନ ଏହି ପ୍ରକଳ୍ପର ଫଳାଫଳ ଓ ପ୍ରଭାବ ଅଧ୍ୟୟନ କରି ରିପୋର୍ଟ ଦେଇଛନ୍ତି ଯେ, ପ୍ରକଳ୍ପ ଯୋଗୁ ମା’ ଓ ଶିଶୁ ମାନଙ୍କର ଖାଦ୍ୟ ବିବିଧତାରେ ବହୁତ ଭଲ ଅଭିବୃଦ୍ଧି ହୋଇଛି ।

ଏହି ଅଧ୍ୟୟନ ରିପୋର୍ଟ ଆଜି କର୍ମଶାଳାରେ ଓଡିଶା ସରକାରଙ୍କ ଅଧିକାରୀ ମାନଙ୍କ ସହିତ ଆଲୋଚନା କରାଗଲା । ପରବର୍ତ୍ତୀ ପଦେକ୍ଷେପ ସ୍ବରୂପ ଏହି କାର୍ଯ୍ୟକ୍ରମକୁ ଏ.ପି.ପି.ଆଇ ସହାୟତାରେ ଓଡିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ ଥିବା ‘ଓଡିଶା ଜୀବିକା ମିଶନ’ ନେତୃତ୍ବରେ ରାଜ୍ୟର ୧୦୭ ବ୍ଲକ୍‌ରେ ଆରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ‘ମୋ ଉପକାରୀ ବଗିଚା’ ନାମରେ ନାମିତ କରାଯାଇଛି । ଏହି କର୍ମଶାଳାରେ ‘ମୋ ଉପକାରୀ ବଗିଚା’ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରାଗଲା ।

ଚଳିତ ଖରିଫ୍ ଋତୁରେ ଏହି କାର୍ଯ୍ୟକ୍ରମ ସଫଳତାର ସହିତ ୧୫ଟି ଜିଲ୍ଲାରେ କାର୍ଯ୍ୟାନ୍ବୟନ ହୋଇଛି ଓ ଏହି ଜିଲ୍ଲା ମାନଙ୍କରେ ସ୍ବୟଂ ସହାୟକ ଦଳର ସଦସ୍ୟ ମାନେ ନିଜ ବାଡିରେ ବଗିଚା କରି ନିଜ ଖାଦ୍ୟ ବିବିଧତାକୁ ବୃଦ୍ଧି କରିବାରେ ସଫଳ ହୋଇଛନ୍ତି । ଏହି ଅବସରରେ ଯେଉଁ ଜିଲ୍ଲା ମାନେ 'ମୋ ଉପକାରୀ ବଗିଚା’ କାର୍ଯ୍ୟକ୍ରମକୁ ସଫଳତାର ସହିତ କାର୍ଯ୍ୟାନ୍ବୟନ କରିଛନ୍ତି, ସେମାନଙ୍କୁ ସମ୍ମାନିତ କରାଯାଇଥିଲା । ଶେଷରେ ଓଡିଶା ଜୀବିକା ମିଶନର ରାଜ୍ୟ ମିଶନ ନିର୍ଦ୍ଦେଶକ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ଅତିଥି ମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଗୋଷ୍ଠୀ ନେତୃତ୍ୱ ଭିତିକ କାର୍ଯ୍ୟକ୍ରମ ଦ୍ୱାରା ହିଁ ଦୂର ହୋଇପାରିବ ଅପପୁଷ୍ଟି : ରାଜ୍ୟ ମିଶନ ଡ଼ାଇରେକ୍ଟର

ପୁଷ୍ଟି ସମ୍ବେଦନଶୀଳ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରି ତଥା ପୁଷ୍ଟି ଓ ସ୍ୱାସ୍ଥ୍ୟ ସହିତ ଚାଷବାସର ସଂଯୋଗ ପ୍ରତିଷ୍ଠା କରି ଏକ ଅପପୁଷ୍ଟି ମୁକ୍ତ ଓଡ଼ିଶା ଗଠନ କରିବା ଉଦ୍ଦେଶ୍ୟରେ ଆଜି ରାଜ୍ୟ ସରକାର ଓ‘ଅଜିମ୍ ପ୍ରେମ୍ଜୀ ଫଲାନ୍ଥ୍ରୋପିକ ଦ୍ୱାରା
ଓଡ଼ିଶା ଜୀବିକା ମିଶନ୍ ଓ ରାଜ୍ୟ ସରକାରଙ୍କ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ମିଶି ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ କରାଯାଇଥିଲା । ଅପପୁଷ୍ଟି ମୁକ୍ତ ଓଡ଼ିଶା ଗଠନ ପାଇଁ ଆବଶ୍ୟକୀୟ ପ୍ରଗତିଶୀଳ ନୀତି ଓ ବ୍ୟବସ୍ଥା ଆଦି ବିଷୟରେ ଆଲୋଚନା କରିବା ପାଇଁ ଏହି କର୍ମଶାଳାରେ ଓଡ଼ିଶା ସରକାରଙ୍କର ଅନେକ ଉଚ୍ଚପଦସ୍ଥ ଅଧିକାରୀ ଓ ବିଶେଷଜ୍ଞମାନେ ଯୋଗ ଦେଇଥିଲେ । ପୁଷ୍ଟି ସୁରକ୍ଷା ନିମନ୍ତେ ଚାଷବାସ ଓ ଜଙ୍ଗଲର ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଛି ଓ ଏଥିସହିତ ମହିଳା ସଶକ୍ତୀକରଣ ଦ୍ୱାରା ବି ପୁଷ୍ଟି ସୁରକ୍ଷା କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହୋଇଥାଏ ବୋଲି କର୍ମଶାଳାରେ ଆଲୋଚନା କରାଯାଇଥିଲା । ବାଂଲାଦେଶ ଓ ଫିଲିପାଇନ୍ସ ସରକାରଙ୍କ ଅପପୁଷ୍ଟି ବିରୋଧୀ ଲଢ଼େଇ ଓ ସଫଳତାର ଅଭିଜ୍ଞତାକୁ କର୍ମଶାଳାରେ ଯୋଗ ଦେଇଥିବା ଉଭୟ ଦେଶର ବରିଷ୍ଠ ସରକାରୀ ଅଧିକାରୀମାନେ ପ୍ରକାଶ କରିଥିଲେ, ଯେଉଁଥିରୁ ଖୁବ୍ ଉପାଦେୟ ଶିକ୍ଷା ମିଳିଥିଲା । ସୌହାର୍ଦ୍ଦୋ’ କାର୍ଯ୍ୟକ୍ରମ ମାଧ୍ୟମରେ ବାଂଲାଦେଶ ସରକାର କିପରି ଲିଙ୍ଗଗତ ନିର୍ବିଶେଷରେ ଖାଦ୍ୟ ଓ ପୁଷ୍ଟିର ସୁରକ୍ଷା ହାସଲ କରିପାରିଛନ୍ତି, ସେ ବିଷୟରେ ବାଂଲାଦେଶ ସରକାରଙ୍କ ପ୍ରତିନିଧି ପ୍ରକାଶ କରିଥିଲେ । ଏହି କର୍ମଶାଳା ସରକାରଙ୍କ ଭିନ୍ନ ଭିନ୍ନ ବିଭାଗ ମଧ୍ୟରେ କଥାବାର୍ତା ଓ ଜ୍ଞାନର ଆଦାନ ପ୍ରଦାନ ପାଇଁ ଗୋଟେ ଅବସର ସୃଷ୍ଟି କରିଥିଲା । ଏହା ପୁଷ୍ଟି ସହିତ ସଂପୃକ୍ତ ଥିବା ବିଭାଗ ମାନଙ୍କୁ ଖାଦ୍ୟ ବିବିଧତା, ପୁଷ୍ଟି ଓ ସ୍ୱାସ୍ଥ୍ୟ ସୁରକ୍ଷା ବୃଦ୍ଧି କରିବା ପାଇଁ ଆବଶ୍ୟକୀୟ ରଣକୌଶଳ ଓ ଯୋଜନାରେ ଉନ୍ନତି ଆଣିବା ପାଇଁ ସାହାଯ୍ୟ କରିଥିଲା । ଏ.ପି.ପି.ଆଇ. (ଅଜିମ୍ ପ୍ରେମ୍ଜୀ ଫିଲାନ୍ଥ୍ରୋପିକ୍ ଇନିସିଏଟିଭ୍) ସହାୟତାରେ ‘ଲିଭିଙ୍ଗ୍ ଫାର୍ମସ୍’ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଦ୍ୱାରା ମହିଳା ମାନଙ୍କର ଖାଦ୍ୟ ବିବିଧତା ବୃଦ୍ଧି କରି ଅପପୁଷ୍ଟି ଦୂର କରିବା ନିମନ୍ତେ ୨୦୧୬ରେ ‘ଫାର୍ମ’ (ଫୁଡ଼୍ ଆଣ୍ଡ ଏଗ୍ରୋ-ଇକୋଲୋଜିକାଲ ଆପ୍ରୋଚେସ୍ ଟୁ ରିଡ୍ୟୁସ୍ ମାଲ୍ନ୍ୟୁଟ୍ରିସନ୍) ନାମକ ଯେଉଁ ତିନି ବର୍ଷୀୟା କାର୍ଯ୍ୟକ୍ରମ ଚାଲୁଥିଲା, ତାହାର ପରବର୍ତୀ ପଦକ୍ଷେପ ସ୍ୱରୁପ ଏହି କର୍ମଶାଳାଟି ଆୟୋଜନ କରାଯାଇଥିଲା । ଗୋଷ୍ଠୀ ସହିତ ସହଭାଗୀ କାର୍ଯ୍ୟକ୍ରମ ମାଧ୍ୟମରେ ସନ୍ତୁଳିତ ଆହାର ଖାଇବା ଓ ଖାଦ୍ୟ ବିବିଧତାକୁ ବୃଦ୍ଧି କରିବା ପାଇଁ ଓଡ଼ିଶ।।ର ୨ଟି ଜିଲ୍ଲାର ୧ ଲକ୍ଷ ଆଦିବାସୀ ଓ ଦଳିତ ପରିବାରଙ୍କ ସହିତ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଥିଲା । ଗୋଟେ ଆନ୍ତର୍ଜାତୀୟ ଅନୁଷ୍ଠାନ ଏହି ପ୍ରକଳ୍ପର ଫଳାଫଳ ଓ ପ୍ରଭାବ ଅଧ୍ୟୟନ କରି ରିପୋର୍ଟ ଦେଇଛନ୍ତି ଯେ, ପ୍ରକଳ୍ପ ଯୋଗୁ ମା’ ଓ ଶିଶୁ ମାନଙ୍କର ଖାଦ୍ୟ ବିବିଧତାରେ ବହୁତ ଭଲ ଅଭିବୃଦ୍ଧି ହୋଇଛି । ଏହି ଅଧ୍ୟୟନ ରିପୋର୍ଟ ଓଡ଼ିଶା ସରକାରଙ୍କ ଅଧିକାରୀ ମାନଙ୍କ ସହିତ ଆଲୋଚନା କରାଗଲା । ପରବର୍ତୀ ପଦେକ୍ଷେପ ସ୍ୱରୁପ ଏହି କାର୍ଯ୍ୟକ୍ରମକୁ ଏ.ପି.ପି.ଆଇ. ସହାୟତାରେ ଓଡ଼ିଶା ସରକାରଙ୍କ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ ଥିବା ‘ଓଡ଼ିଶା ଜୀବିକା ମିଶନ’ ନେତୃତ୍ୱରେ ସମଗ୍ର ଓଡ଼ିଶାର ୧୦୭ ବ୍ଲକ୍ରେ ଆରମ୍ଭ କରାଯାଇଛି ବୋଲି ମଧ୍ୟ ସୂଚନା ଦିଆଗଲା । ଏହି କାର୍ଯ୍ୟକ୍ରମକୁ ‘ମୋ ଉପକାରୀ ବଗିଚା’ ନାମରେ ନାମିତ କରାଯାଇଛି । ଏହି କର୍ମଶାଳାରେ ‘ମୋ ଉପକାରୀ ବଗିଚା’ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରାଗଲା । ଚଳିତ ଖରିଫ୍ ଋତୁରେ ଏହି କାର୍ଯ୍ୟକ୍ରମ ସଫଳତାର ସହିତ ୧୫ଟି ଜିଲ୍ଲାରେ କାର୍ଯ୍ୟାନ୍ୱୟନ ହୋଇଛି ଓ ଏହି ଜିଲ୍ଲା ମାନଙ୍କରେ ସ୍ୱୟଂ ସହାୟକ ଦଳର ସଦସ୍ୟ ମାନେ ନିଜ ବାଡ଼ିରେ ବଗିଚା କରି ନିଜ ଖାଦ୍ୟ ବିବିଧତାକୁ ବୃଦ୍ଧି କରିବାରେ ସଫଳ ହୋଇଛନ୍ତି । ଏଥିସହିତ ଓଡ଼ିଶା ସରକାରଙ୍କ ପଂଚାୟତି ରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ ଥିବା ‘ଓଡ଼ିଶା ଜୀବିକା ମିଶନ’, ଏ.ପି.ପି.ଆଇ., ସାଧନ ଏନ.ଜି.ଓ. ଲିଭିଙ୍ଗ୍ ଫାର୍ମସ, ହର୍ଷ ଟ୍ରଷ୍ଟ ଓ ପ୍ରଦାନର ମିଳିତ ସହଯୋଗରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଚାଷବାସ, ଜଙ୍ଗଲ ଓ ଛେଳି ଓ କୁକୁଡ଼ା ପାଳନ ଦ୍ୱାରା ପରିବାର ସ୍ତରରେ ଖାଦ୍ୟ ବିବିଧତା ବୃଦ୍ଧି କରି ସ୍ୱାସ୍ଥ୍ୟ ଓ ପୁଷ୍ଟିରେ ଉନ୍ନତି ଅଣାଯାଇପାରିବ ବୋଲି ଗୁରୁତ୍ୱ ଆରୋପ କରାଯାଇଥିଲା । ପୁଷ୍ଟି ସୁରକ୍ଷା କ୍ଷେତ୍ରରେ ପ୍ରଭାବଶାଳୀ କାର୍ଯ୍ୟ କରିଥିବା ଏହି କାର୍ଯ୍ୟକ୍ରମକୁ ନିକଟ ଅତୀତରେ ମାନ୍ୟବର ଉପରାଷ୍ଟ୍ରପତିଙ୍କ ଦ୍ୱାରା ଆଉଟ୍ଲୁକ୍ ପୋଷଣ ପୁରସ୍କାରରେ ପୁରସ୍କୃତ କରାଯାଇଛି । ଗୋଷ୍ଠୀର ପ୍ରମୂଖ ଭାଗିଦାରୀତା ଦ୍ୱାରା ହିଁ ଚାଷବାସ, ପଶୁ ପାଳନ ଆଦି ବିଷୟରେ ସ୍ଥାନୀୟ ଜ୍ଞାନକୁ ପ୍ରୋତ୍ସାହିତ କରିହେବ, ମହିଳା ମାନେ ଚାଷବାସର ନିଷ୍ପତି ନେବାରେ ଅଂଶଗ୍ରହଣ କରିବେ ଓ ଏହାର ଅଧିକ ଦୀର୍ଘସ୍ଥାୟୀ ହେବ ବୋଲି ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୂଖ ସଚିବ ଡ. ସୌରଭ ଗର୍ଗ ମତ ପ୍ରକାଶ କରିଥିଲେ । ସେ ଆହୁରି କହିଥିଲେ ଯେ, ଚାଷରେ ମାତ୍ରାଧିକ ରାସାୟନିକ ଦ୍ରବ୍ୟ, କୀଟନାଶକ, ତୃଣନାଶକ ଆଦି ବ୍ୟବହାର ଯୋଗୁ ମହିଳା ଓ ଶିଶୁ ମାନଙ୍କ ସ୍ୱାସ୍ଥ୍ୟ ଉପରେ ପଡ଼ୁଥିବା କୁପ୍ରଭାବକୁ ନେଇ ସରକାର ବହୁତ ମ୍ରାତ୍ରାରେ ଚିନ୍ତିତ । ରାଜ୍ୟ ସରକାର, କୃଷି ବୈଜ୍ଞାନିକ, ସ୍ୱେଚ୍ଛାସେବୀ ସଂଗଠନ ଓ କୃଷକ ସମାଜ ଆଦିଙ୍କ ସହିତ ମିଳିତ ହୋଇ ରାଜ୍ୟରେ ରାସାୟନିକ ଚାଷ ପଦ୍ଧତିକୁ କମ୍ କରି ପୁଷ୍ଟି ଭିତିକ ପରିବେଶମୂଖୀ ଚାଷ ବ୍ୟବସ୍ଥଚୁ ଅଗ୍ରାଧିକର ଦିଆଯିବ ବୋଲି ସେ ସୂଚନା ଦେଇଥିଲେ । ପରିବେଶମୂଖୀ ଚାଷ ବ୍ୟବସ୍ଥା ଦ୍ୱାରା ମାଟିର ସ୍ୱାସ୍ଥ୍ୟ ଭଲ ରହିବା ସହିତ, ପ୍ରାକୃତିକ ଓ ଜୈବିକ ଉପାୟରେ ରୋଗ ପୋକ ନିୟନ୍ତ୍ରଣ କରାଯାଇପାରିବ । ଏହା ଦ୍ୱାରା ଚାଷୀର ଜୀବନ ଜୀବିକା ଅଧିକ ସୁରକ୍ଷିତ ହେବା ସହିତ ଚାଷୀ ଲାଭବାନ ହୋଇପାରିବ ଓ ଲୋକମାନେ ବିଭିନ୍ନ ପ୍ରକାର ବିଷମୁକ୍ତ, ନିରାପଦ ପୁଷ୍ଟିଯୁକ୍ତ ଖାଦ୍ୟ ପାଇପାରିବେ । ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର ମାନ୍ୟବାର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା ତାଙ୍କ ଭାଷଣରେ କହିଥିଲେ ଯେ, ଜଙ୍ଗଲ ଆମକୁ ବିଭିନ୍ନ ପ୍ରକାର ପୁଷ୍ଟିଯୁକ୍ତ ଖାଦ୍ୟ ଯୋଗାଉଛି । ଓଡ଼ିଶାର ସୌଭାଗ୍ୟ ଯେ, ଆମ ପାଖରେ ଯଥେଷ୍ଟ ଜଙ୍ଗଲ ସଂପଦ ରହିଛି । ସରକାର ନିଷ୍ଠାପର ଭାବେ ଜଙ୍ଗଲ ଓ ପ୍ରାକୃତିକ ଜୈବ ବିବିଧତାର ସଂରକ୍ଷଣ କରି ସ୍ଥାନୀୟ ଖାଦ୍ୟ ବ୍ୟବସ୍ଥାକୁ ଲୋକପ୍ରିୟ କରିବା ପାଇଁ ବଦ୍ଧ ପରିକର । କର୍ମଶାଳା ଆରମ୍ଭରେ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୂଖ ସଚିବ ଶ୍ରୀ ଦେଓରଞ୍ଜନ ସିଂହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ପ୍ରମୂଖ ସଚିବ ଶ୍ରୀମତୀ ଅନୁ ଗର୍ଗ ମଧ୍ୟ ପୁଷ୍ଟି ସୁରକ୍ଷା ପାଇଁ ସରକାରଙ୍କ ସଂକଳ୍ପ ବିଷୟରେ ପ୍ରକାଶ କରିଥିଲେ । ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ, ମହିଳା ଓ ଶିଶୁ କଲ୍ୟାଣ ବିଭାଗ, ମିଶନ୍ ଶକ୍ତି ବିଭାଗ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ଅଜିମ୍ ପ୍ରେମ୍ଜୀ ଫିଲାନ୍ଥ୍ରୋପିକ୍ ଇନିସିଏଟିଭ୍ ଓ ପୁଷ୍ଟି ସୁରକ୍ଷା ଉପରେ କାର୍ଯ୍ୟରତ ଥିବା ରାଜ୍ୟ ଓ ଦେଶର ସଂଗଠନ ମାନଙ୍କରୁ ପ୍ରାୟ ୨୦୦ରୁ ଅଧିକ ଲୋକମାନେ ଏହି କର୍ମଶାଳାରେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଯେଉଁ ଜିଲ୍ଲା ମାନେ ମୋ ଉପକାରୀ ବଗିଚା’ କାର୍ଯ୍ୟକ୍ରମକୁ ସଫଳତାର ସହିତ କାର୍ଯ୍ୟାନ୍ୱୟନ କରିଛନ୍ତି, ସେମାନଙ୍କୁ ମାନ୍ୟବର ମନ୍ତ୍ରୀଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା । ଶେଷରେ ଓଡ଼ିଶା ଜୀବିକା ମିଶନର ରାଜ୍ୟ ମିଶନ ନିର୍ଦ୍ଦେଶକ ଶ୍ରୀଯୁକ୍ତ ସ୍ମୃତି ରଂଜନ ପ୍ରଧାନ ଅତିଥି ମାନଙ୍କୁଧନ୍ୟବାଦ ପ୍ରଦାନ କରିଥିଲେ।

ବାଇଟ ସ୍ମୁତି ରଂଜନ
State mission directorBody:ଗୋଷ୍ଠୀ ନେତୃତ୍ୱ ଭିତିକ କାର୍ଯ୍ୟକ୍ରମ ଦ୍ୱାରା ହିଁ ଦୂର ହୋଇପାରିବ ଅପପୁଷ୍ଟି : ରାଜ୍ୟ ମିଶନ ଡ଼ାଇରେକ୍ଟର

State mission directorConclusion:
Last Updated : Oct 19, 2019, 12:02 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.