ETV Bharat / state

ଫିଫା ବିଶ୍ବକପ୍‌ କ୍ବାଲିଫାୟର: ପ୍ରସ୍ତୁତ କଳିଙ୍ଗ ମୈଦାନ, ମଙ୍ଗଳବାର କତାରକୁ ଭେଟିବ ଟିମ୍‌ ଇଣ୍ଡିଆ

author img

By ETV Bharat Odisha Team

Published : Nov 20, 2023, 8:40 PM IST

ଫିଫା ବିଶ୍ବକପ୍‌ ଯୋଗ୍ୟତା ପର୍ଯ୍ୟାୟ ଲଢ଼େଇରେ ମଙ୍ଗଳବାର ଶକ୍ତିଶାଳୀ କତାରକୁ ଭେଟିବ ଭାରତ । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ହାଇପ୍ରୋଫାଇଲ୍‌ ମ୍ୟାଚ୍‌ ପାଇଁ ଝାଳବୁହା ଅଭ୍ୟାସ କଲେ ଦୁଇ ଦେଶର ଖେଳାଳି । ଅଧିକ ପଢ଼ନ୍ତୁ

ମଙ୍ଗଳବାର କତାରକୁ ଭେଟିବ ଟିମ୍‌ ଇଣ୍ଡିଆ
ମଙ୍ଗଳବାର କତାରକୁ ଭେଟିବ ଟିମ୍‌ ଇଣ୍ଡିଆ

ମଙ୍ଗଳବାର କତାରକୁ ଭେଟିବ ଟିମ୍‌ ଇଣ୍ଡିଆ

ଭୁବନେଶ୍ବର: ଓଡ଼ିଶାରେ ଫିଫା ବିଶ୍ବକପ୍‌ କ୍ବାଲିଫାୟର ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଦୁଇ ଶକ୍ତିଶାଳୀ ଦଳ ଭାରତ ଏବଂ କତାର । ଆସନ୍ତାକାଲି (ମଙ୍ଗଳବାର) ସନ୍ଧ୍ୟା ୭ଟା ସମୟରେ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ମୈଦାନକୁ ଓହ୍ଲାଇବେ ଏହି ଦୁଇ ଦଳ । ଏହା ପୂର୍ବରୁ କଳିଙ୍ଗ ଷ୍ଟାଡିୟମରେ ଉଭୟ ଦଳ ଆଜି ଝାଳବୁହା ଅଭ୍ୟାସ କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଉଭୟ ଦଳର ମୁଖ୍ୟ କୋଚ୍‌ ଏବଂ ଖେଳାଳି ଅଭ୍ୟାସ ଭଲ ହୋଇଥିବା କଥା ଗଣମାଧମ ଆଗରେ କହିଛନ୍ତି ।

ଗ୍ରୁପ ପର୍ଯ୍ୟାୟ ପ୍ରଥମ ମ୍ୟାଚରେ ଭାରତ ୧-୦ ଗୋଲ୍‌ରେ କୁଏତକୁ ପରାସ୍ତ କରିଥିଲା । ତେଣୁ ଦ୍ବିତୀୟ ମ୍ୟାଚ୍‌ରେ କତାର ବିପକ୍ଷ ଲଢ଼େଇ ବେଶ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି । ଅନ୍ୟପଟେ ଫିଫା ବିଶ୍ବକପର ପୂର୍ବ ସଂସ୍କରଣ ଆୟୋଜନ ସହ ସେଥିରେ ଅଂଶଗ୍ରହଣ କରିଥିବା କତାର ବେଶ ଶକ୍ତିଶାଳୀ ଦଳ ହୋଇଥିବାରୁ ଉଭୟ ଟିମ୍ ମଧ୍ୟରେ କଡ଼ା ଫାଇଟ ହୋଇପାରେ । ଭାରତୀୟ ଦଳ ସହ ଗୋଟିଏ ଗ୍ରୁପରେ ରହିଛନ୍ତି କୁଏତ୍‌, କତାର ଏବଂ ଆଫଗାନିସ୍ତାନ ।

ଏହା ମଧ୍ୟ ପଢ଼ନ୍ତୁ...National Games 2023: ମହିଳା ଫୁଟବଲ ଦଳକୁ ସ୍ବର୍ଣ୍ଣିମ ସଫଳତା, ଓଡିଶାର ପଦକ ସଂଖ୍ୟା 42

ତେବେ ଆସନ୍ତାକାଲି ମ୍ୟାଚ୍‌ରେ ଉଭୟ ଭାରତ ଓ କତାର ନିଜ ନିଜର ସ୍ବତନ୍ତ୍ର ରଣକୌଶଳ ନେଇ ପଡ଼ିଆକୁ ଓହ୍ଲାଇବେ । ଭାରତୀୟ ଦଳ ପୂର୍ବରୁ ଭଲ ଖେଳ ପ୍ରଦର୍ଶନ କରିଆସିଛି । ତେଣୁ ଆସନ୍ତାକାଲି ମ୍ୟାଚ୍‌ ବେଶ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଭାରତୀୟ ଦଳର କୋଚ୍‌ ଇଗୋର ଷ୍ଟିମାକ । ସେପଟେ ଘରୋଇ ଟିମ୍‌ ସହ ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କତାରର ମୁଖ୍ୟ କୋଚ ମଧ୍ୟ କହିଛନ୍ତି । ଅନ୍ୟପଟେ ପ୍ରାକ୍ଟିସ ପାଇଁ ୪ଟି ଫିଲ୍ଡ ରହିଛି । କଳିଙ୍ଗ ଷ୍ଟାଡିୟମରେ ଉଭୟ ଦଳ ଆଜି ଝାଳବୁହା ଅଭ୍ୟାସ କରିଥିବା ଦେଖିବାକୁ ମିଳିଥିଲା ।

ଅନ୍ୟପଟେ ମ୍ୟାଚ୍ ପାଇଁ ଟିକେଟ୍‌ କାଉଣ୍ଟରରେ ଦର୍ଶକଙ୍କ ଲମ୍ବା ଲାଇନ୍‌ ଲାଗିଛି । ରାଜ୍ୟ ତଥା ରାଜ୍ୟ ବାହାରର ଦର୍ଶକ ଟିକେଟ୍‌ ପାଇଁ ଭିଡ଼ ଜମାଇଛନ୍ତି । ଫିଫା ବିଶ୍ବକପ ପାଇଁ ଭାରତ କ୍ବାଲିଫାୟର ମ୍ୟାଚ୍‌ ଖେଳୁଥିବାରୁ ଫୁଟବଲ ପ୍ରେମୀ ବେଶ୍‌ ଉତ୍ସାହିତ । ସେପଟେ ଏହି ହାଇପ୍ରୋଫାଇଲ୍‌ ମ୍ୟାଚ୍‌ ପାଇଁ ସଜେଇ ହୋଇଛି କଳିଙ୍ଗ ଷ୍ଟାଡିୟମ୍ । ଦର୍ଶକମାନେ ଯେପରି ଫୁଟବଲର ଭରପୁର ମଜା ନେବେ ସେଥିପାଇଁ ମଧ୍ୟ ସମସ୍ତ ପ୍ରସ୍ତୁତି ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.