ETV Bharat / state

ଫିଫା ବିଶ୍ବକପ୍‌ କ୍ବାଲିଫାୟର: ପୁଣି ଭାଙ୍ଗିଲା ବିଶ୍ୱକପ ସ୍ୱପ୍ନ, ଭାରତକୁ ୩-୦ ଗୋଲରେ ହରାଇଲା କତାର - ଫିଫା ବିଶ୍ଵକପ୍‌ ୨୦୨୬

FIFA World Cup 2026 Qualifiers: ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଫିଫା ବିଶ୍ଵକପ୍‌ ୨୦୨୬ କ୍ବାଲିଫାୟର ମ୍ୟାଚ୍‌ରେ ଭାରତକୁ ୩-୦ ଗୋଲରେ ହରାଇଛି କତାର । ଅଧିକ ପଢ଼ନ୍ତୁ

ଭାରତକୁ ୩-୦ ଗୋଲରେ ହରାଇଲା କତାର
ଭାରତକୁ ୩-୦ ଗୋଲରେ ହରାଇଲା କତାର
author img

By ETV Bharat Odisha Team

Published : Nov 21, 2023, 10:32 PM IST

Updated : Nov 22, 2023, 6:03 AM IST

ଭୁବନେଶ୍ବର: ଫିଫା ବିଶ୍ବକପ୍‌ କ୍ବାଲିଫାୟର ମ୍ୟାଚ୍‌ରେ ଭାଙ୍ଗିଲା ଭାରତୀୟ ପ୍ରଶଂସକଙ୍କ ହୃଦୟ । ୩-୦ରେ ଭାରତକୁ ହରାଇଲା କତାର । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଭାରତ ଓ କତାର୍ ମଧ୍ୟରେ ଖେଳାଯାଇଥିବା ଫିଫା ବିଶ୍ଵକପ୍‌ ୨୦୨୬ କ୍ବାଲିଫାୟର ମ୍ୟାଚ୍‌ରେ ଭାରତକୁ ୩-୦ ଗୋଲରେ ହରାଇଛି କତାର । ପ୍ରଥମ ମ୍ୟାଚ୍‌ରେ କୁଏତକୁ ହରାଇଥିବା ଭାରତକୁ ମାତ ଦେଇ କତାର ଏବେ ଶୀର୍ଷ ସ୍ଥାନରେ ରହିଛି ।

କତାର୍‌ ମ୍ୟାଚ୍‌ ଆରମ୍ଭରୁ ହିଁ ଅକ୍ରମଣାତ୍ମକ ଢଙ୍ଗରେ ଖେଳି ଭାରତକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲା । କମ୍‌ବ୍ୟାକ କରିବାକୁ ଚେଷ୍ଟା କରିଥିଲେ ହେଁ ଗୋଟିଏ ବି ଗୋଲ ସ୍କୋର କରିବାରେ ସକ୍ଷମ ହୋଇନଥିଲେ ସୁନୀଲ ଛେତ୍ରୀ ଆଣ୍ଡ କୋ । ମ୍ୟାଚ୍‌ର ୪ର୍ଥ ମିନିଟରେ ହିଁ ଭାରତୀୟ ଟିମର ଡିଫେନ୍ସ ଫେଲ ମାରିଥିଲେ । ଏହାର ଫାଇଦା ଉଠାଇ କତାର ପକ୍ଷରୁ ମୁସ୍ତାଫା ମାଶାଲ ପ୍ରଥମ ଗୋଲ ସ୍କୋର କରି ନିଜ ଦଳକୁ ୧-୦ରେ ଆଗୁଆ କରାଇଥିଲେ । ଏହା ପରେ ମଧ୍ୟ ଆକ୍ରମଣାତ୍ମକ ଖେଳ ଜାରି ରଖିଥିଲା କତାର । କିନ୍ତୁ ହାଫ୍‌ ଟାଇମ ସୁଦ୍ଧା ଦ୍ୱିତୀୟ ଗୋଲ କରିବାକୁ ସୁଯୋଗ ଦେଇ ନଥିଲେ ମେନ୍‌ ଇନ୍‌ ବ୍ଲ୍ୟୁ । ହାଫ୍‌ ଟାଇମ ଶେଷ ସୁଦ୍ଧା କତାର ୧-୦ରେ ଆଗୁଆ ରହିଥିଲା ।

ଫିଫା ବିଶ୍ଵକପର କ୍ୱାଲିଫାୟର ମ୍ୟାଚ୍ ରେ ଭାରତକୁ ୩-୦ ଗୋଲ ରେ ହରେଇଛି କାତାର

ଏହା ମଧ୍ୟ ପଢ଼ନ୍ତୁ...ଫିଫା ବିଶ୍ବକପ୍‌ କ୍ବାଲିଫାୟର: ପ୍ରସ୍ତୁତ କଳିଙ୍ଗ ମୈଦାନ, ମଙ୍ଗଳବାର କତାରକୁ ଭେଟିବ ଟିମ୍‌ ଇଣ୍ଡିଆ

ଦ୍ବିତୀୟ ହାଫ୍‌ରେ କତାର ଆହୁରି ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରି ଭାରତୀୟ ଦଳକୁ ବ୍ୟାକ୍‌ଫୁଟ୍‌ରେ ରଖିବାରେ ସକ୍ଷମ ହୋଇଥିଲା । ୪୭ତମ ମିନିଟରେ ଅଲମୋଇଜ ଅଲୀ ଦଳ ପାଇଁ ଦ୍ବିତୀୟ ଗୋଲ୍‌ ସ୍କୋର କରିଥିଲେ । ୨-୦ରେ ଆଗୁଆ ରହିବା ସହିତ କତାର ମ୍ୟାଚ୍‌କୁ ନିଜ ନିୟନ୍ତ୍ରଣକୁ ନେଇଥିଲା । ଆଟାକ ପାଇଁ ଭାରତକୁ କୌଣସି ପ୍ରକାରର ସୁଯୋଗ ଦେଇନଥିଲେ କତାର ଡିଫେନ୍ସ । ୮୬ତମ ମିନିଟରେ କତାରକୁ ତୃତୀୟ ଗୋଲ୍‌ ମିଳିଥିଲା । ୟୁସୁଫ ଅବଦୁରିସାଗ ଏହି ଗୋଲ ସ୍କୋର କରି ଦଳକୁ ୩-୦ରେ ଆଗୁଆ କରିବା ସହ ବିଜୟ ଏକପ୍ରକାର ସୁନିଶ୍ଚିତ କରିଥିଲେ । ଶେଷ ଆଡ଼କୁ ଭାରତକୁ ଗୋଲ କରିବାର ଗୋଟିଏ ସୁଯୋଗ ମିଳିଥିଲେ ମଧ୍ୟ ଏଥିରେ ସଫଳ ହୋଇନଥିଲା ଘରୋଇ ଦଳ । ଫଳରେ କତାର ୩-୦ରେ ମ୍ୟାଚ୍‌କୁ ଜିତି ନେଇଛି । ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ରେ କତାର ୮-୦ରେ ଆଫଗାନିସ୍ତାନକୁ ହରାଇଥିଲା । ଏବେ ଦଳ କ୍ରମାଗତ ଦ୍ବିତୀୟ ବିଜୟ ହାସଲ କରି ଟେବୁଲ ଟପରେ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 22, 2023, 6:03 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.