ETV Bharat / state

ଖୋର୍ଦ୍ଧାରେ ୧୭ ବର୍ଷରୁ କମ୍ ଫିଫା ଫୁଟବଲ ଟୁର୍ଣ୍ଣାମେଣ୍ଟ - ଫିଫା ଫୁଟବଲ ଟୁର୍ଣ୍ଣାମେଣ୍ଟ

ଖୋର୍ଦ୍ଧାରେ ୧୭ ବର୍ଷରୁ କମ୍ ଫିଫା ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଛି । ରାଜ୍ୟର ୩୦ ଜିଲ୍ଲାରେ ବିଦ୍ୟାଳୟ ସ୍ତରରେ ୧୭ ବର୍ଷରୁ କମ ବାଳକ ଓ ବାଳିକାଙ୍କ ମଧ୍ୟରେ ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟ ହେଉଛି । ଅଧିକ ପଢନ୍ତୁ

under 17 football tournament
ଖୋର୍ଦ୍ଧାରେ ୧୭ ବର୍ଷରୁ କମ୍ ଫିଫା ଫୁଟବଲ ଟୁର୍ଣ୍ଣାମେଣ୍ଟ
author img

By

Published : Oct 12, 2022, 11:34 AM IST

ଖୋର୍ଦ୍ଧା: ଅନ୍ତର୍ଜାତୀୟ ଫୁଟବଲ ଫେଡରେସନ ସଂଗଠନ ପକ୍ଷରୁ ଭାରତରେ 17 ବର୍ଷରୁ କମ୍ ମହିଳା ବିଶ୍ବକପ ଫୁଟବଲ ଆୟୋଜିତ ହେଉଛି। ଏହାକୁ ଅଧିକ ପ୍ରଚାର ଓ ପ୍ରସାର କରିବା ପାଇଁ ଓଡ଼ିଶାର ୩୦ ଜିଲ୍ଲାରେ ବିଦ୍ୟାଳୟ ସ୍ତରରେ ୧୭ ବର୍ଷରୁ କମ୍ ଫିଫା ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେଉଛି । ଏହି କ୍ରମରେ ଖୋର୍ଦ୍ଧା ଷ୍ଟାଡିୟମ ଠାରେ ମଙ୍ଗଳବାର ଏକ ଟୁର୍ଣ୍ଣାମେଣ୍ଟ ଉଦଘ‌ାଟିତ ହୋଇଯାଇଛି ।

ଖୋର୍ଦ୍ଧାରେ ୧୭ ବର୍ଷରୁ କମ୍ ଫିଫା ଫୁଟବଲ ଟୁର୍ଣ୍ଣାମେଣ୍ଟ

ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଭୁବନେଶ୍ବର ମହାନଗର ନିଗମର ଉଭୟ ବାଳକ ଓ ବାଳିକା ଦଳ ବାଣପୁରର ବାଳକ ଓ ବାଳିକା ଦଳଙ୍କୁ ପରାସ୍ତ କରି ବିଜୟ ହାସଲ କରିଛନ୍ତି । ସେହିପରି ଅନ୍ୟ ଏକ ମ୍ୟାଚରେ ଜଟଣୀର ଉଭୟ ବାଳକ ଓ ବାଳିକା ଦଳ ଚିଲିକାର ବାଳକ ଓ ବାଳିକା ଦଳକୁ ହରାଇ ବିଜୟୀ ହୋଇଛନ୍ତି । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ କରିଥିଲେ । ଜିଲ୍ଲା ଶିକ୍ଷାଧିକାରୀ ବିଶ୍ବନାଥ ତରାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସ୍ଥାନୀୟ ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର, ପୂର୍ବତନ କୁଳପତି ଡଃ. ନାରାୟଣ ରାଓ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଡଃ. ଅମୃତା ପ୍ରୀତିନନ୍ଦା, ସ୍ନିଗ୍ଧା ମିଶ୍ର, ବିଇଓ ଡଃ. ନିରଂଜନ ମହାନ୍ତି, ସନାତନ ଜାଲି, ନଳିନୀକାନ୍ତ ମହାନ୍ତି, ସଂଧ୍ୟାରାଣୀ ରାଉତ, ରଶ୍ମିବାଳା ପରିଡ଼ା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।

ବକ୍ସି ଜଗବନ୍ଧୁ ବିଦ୍ୟାଧର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସେକ୍ ଗୋହର ଅଲ୍ଲୀ, ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ପଠାଣି ଆଗ୍ରାସିଂହ, ସହ ଗୋଷ୍ଠୀ ଶିକ୍ଷାଧିକାରୀ ଭରତଚନ୍ଦ୍ର ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ଟୁର୍ଣ୍ଣାମେଣ୍ଟରେ ପ୍ରଶାସନ ପକ୍ଷରୁ ୧୩୮୦ଟି ଫୁଟବଲ ବିଭିନ୍ନ ଉଚ୍ଚବିଦ୍ୟାଳୟକୁ ପ୍ରଦାନ କରାଯାଇଥିଲା ।

ଏହା ବି ପଢନ୍ତୁ...FIFA U-17 Womens WC: ଷ୍ଟାଡିୟମକୁ ମିଳିଲାନି ଏଣ୍ଟ୍ରି, ସରକାରଙ୍କ ଉପରେ ବର୍ଷିଲେ ସୁର

ପ୍ରକାଶ ଥାଉକି, ମଙ୍ଗଳବାର ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ 17 ବର୍ଷରୁ କମ୍ ମହିଳା ଫୁଟବଲ ବିଶ୍ବକପ ଅନୁଷ୍ଠିତ ହୋଇଛି । ଏଧିରେ ପ୍ରଥମ ମ୍ୟାଚ ବ୍ରାଜିଲ ଓ ମରକ୍କୋ ଓ ଦ୍ବିତୀୟ ମ୍ୟାଚ ଭାରତ ଓ ଆମେରିକା ମଧ୍ୟରେ ଖେଳାଯାଇଥିଲା । ମରକ୍କୋକୁ 0-1ରେ ପରାସ୍ତ କରି ବିଜୟରୁ ଅଭିଯାନ ଆରମ୍ଭ କରିଛି ବ୍ରାଜିଲ । ଦ୍ବିତୀୟ ମୁକାବିଲାରେ ଘରୋଇ ଭାରତକୁ ଆମେରିକା ପରାସ୍ତ କରିଛି । ଆସନ୍ତା 14 ତାରିଖରେ ମରକ୍କୋକୁ ଭେଟିବ ଭାରତ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.