ETV Bharat / state

ଟ୍ବିନସିଟିର କର୍ମଜୀବୀ ମହିଳା ସୁରକ୍ଷା ଚିନ୍ତା, ସହଯୋଗର ହାତ ବଢାଇଲା FICCI FLO

author img

By

Published : Apr 18, 2023, 10:00 PM IST

ଏଣିକି ଟ୍ବିନସିଟିରେ କର୍ମଜୀବୀ ମହିଳା ନିଜକୁ ମଣିବେ ନାହିଁ ଅସୁରକ୍ଷିତ । ନିର୍ଯାତନାର ଶିକାର ହେଲେ ଏଥର ଆଗେଇ ଆସିବ FICCI FLO ଅନୁଷ୍ଠାନ। ଅଧିକ ପଢନ୍ତୁ

Etv Bharat
Etv Bharat
ଟ୍ବିନସିଟିର କର୍ମଜୀବୀ ମହିଳା ସୁରକ୍ଷା ଚିନ୍ତା

ଭୁବନେଶ୍ବର: ମହିଳାଟିଏ ଆଉ କର୍ମସ୍ଥଳୀରେ ମଣିବ ନାହିଁ ଅସୁରକ୍ଷିତ। ଅସୁବିଧା ପଡିଲେ ନିଜକୁ ଭାବିବନି ସେ ଏକୁଟିଆ । କାରଣ କର୍ମଜୀବୀ ମହିଳାଙ୍କ ପାଇଁ ଲଢେଇର ନୂଆ ସାଥି ହେବ ଏକ ସାମାଜିକ ସଂସ୍ଥା । କାରଣ କର୍ମଜୀବୀ ମହିଳାଟିଏ ଅତ୍ୟାଚାର ବା ନିର୍ଯାତନାର ଶିକାର ହେଲେ ଏଥର ଆଗେଇ ଆସିବ FICCI FLO ଅନୁଷ୍ଠାନ। ଯାହାର ମହିଳା ନେତୃତ୍ଵ ବୃନ୍ଦ ପୋଲିସ ସହ ମିଶି ଏଦିଗରେ ନେବେ ଏକ ଆଇନଗତ ଓ ଆପୋଷ ଆଭ୍ୟନ୍ତରୀଣ କାର୍ଯାନୁଷ୍ଠାନ। ଏ ନେଇ କମିଶନରେଟ ପୋଲିସ ସହ MOU ବା ଚୁକ୍ତି ସ୍ବାକ୍ଷର କରିଛି FICCI FLO ଅନୁଷ୍ଠାନ ।

ପୂର୍ବରୁ କମିଶନରେଟ ପୋଲିସ କର୍ମଜୀବୀ ମହିଳାଙ୍କ ପାଇଁ ଜାରି ‌ରଖିଥିବା ରିଚ୍ ହର (Reach Her) କାର୍ଯ୍ୟକ୍ରମରେ ଯୋଡିହେବ ଏହି ଅନୁଷ୍ଠାନ। ଏମାନେ ବିଶେଷ କରି ଛୋଡ ବଡ଼ କମ୍ପାନୀ ବା ଅନୁଷ୍ଠାନରେ କାମ କରୁଥିବା ବା ଗୁଜୁରାଣ ମେଣ୍ଟାଇ ଚଳୁଥିବା ମହିଳାଙ୍କର ସୁରକ୍ଷା ପାଇଁ କବଚ ସାଜିବେ। ଯଦି କେହି ମହିଳାଟିକୁ ତାର‌ କର୍ମସ୍ଥଳୀରେ ବା ସହରରେ ରହଣି ସ୍ଥାନରେ ବା ଯିବାଆସିବା ବାଟରେ ହଇରାଣ ହରକତ କରେ ବା କୌଣସି ମାନସିକ ବା ଶାରିରୀକ ଚାପ ପକାଏ ତେବେ ସହାୟତା ପାଇଁ ଆଗେଇ ଆସିବ FICCI FLO ।

ଏହି ଫିକି ଫ୍ଲୋ ହେଉଛି କର୍ପୋରେଟ ଅନୁଷ୍ଠାନ ଯାହାକି ଫେଡେରେସନ ଅଫ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିର ମହିଳା ଭିତ୍ତିକ ସଂସ୍ଥା । ଯେଉଁଠି କର୍ପୋରେଟ ଜଗତର ନାମିଦାମି ମହିଳା ଏଣ୍ଟରପ୍ରେନ୍ୟୁର ବା ମହିଳା କର୍ମଚାରୀ ଯେଉଁମାନଙ୍କର କର୍ପୋରେଟ ଜଗତରେ ବେଶ କ୍ଷାତି ରହିଛ, ସେହି ମହିଳା ସ୍ବେଚ୍ଛାସେବୀମାନେ‌ ଏଠାରେ ସ୍ବେଚ୍ଛାକୃତ ଭାବେ ମହିଳାମାନଙ୍କ ବିକାଶ ଓ ସୁରକ୍ଷା ଓ ସଶକ୍ତିକରଣ ଦିଗରେ କାମ କରୁଛନ୍ତି । ଫଳରେ ସେମାନେ ମଧ୍ୟ ସେମାନଙ୍କର ନିଜ କମ୍ପାନୀ ହେବା ବା ଅନେକ କର୍ପୋରେଟ ସଂସ୍ଥାମାନଙ୍କ ସହ ବଡ କଣ୍ଟାକ୍ଟସଠାରୁ ବଡ଼ ବଡ଼ ପଦବୀରେ ଥିବା ସିଇଓ ଏଚଆର ବା ମାନେଜିଂ ବଡ଼ି ପର୍ଯ୍ୟନ୍ତ ପହଞ୍ଚ ରହିଥାଏ।

ଏହା ବି ପଢନ୍ତୁ- Sambalpur Violence: ସମ୍ବଲପୁର ଯାଉଥିବା ବିଜେପି ଟିମଙ୍କୁ ଅଟକ ରଖିଲା ପୋଲିସ

ଫଳରେ ଜଣେ ମହିଳାଟିଏ ଯେଉଁ ଅନୁଷ୍ଠାନର ହେଉ ବା ଯେତେବଡ ସଂସ୍ଥାର ବା ଯେତେ ଛୋଟ ବା ବଡ କର୍ମଚାରୀଟିଏ ହେଇଥାଉ ସେ କୌଣସି ପ୍ରକାର କର୍ମସ୍ଥଳୀରେ ଅତ୍ୟାଚାର ବା ହିଂସା ବା ନିର୍ଯାତନାର ଶିକାର‌ ହୁଏ ତେବେ ଏନେଇ ନିଜ କମ୍ପାନୀ ବା କମ୍ପାନୀର‌ କର୍ମଚାରୀ ବିରୋଧରେ ଅଭିଯୋଗ କରିବାକୁ ଭୟ କରୁଥିଲେ ବି ଏଥର ସେହି ମହିଳାମାନଙ୍କୁ ଏକ ସାହାସ ଯୋଗାଇବ ଏହି FICCI FLO ଅନୁଷ୍ଠାନ। ଏକ ଲଢୁଆ ସାଥୀ ବା ଆଇନଗତ ସମର୍ଥନ ଦେଇ ଅନୁଷ୍ଠାନ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।

ଏନେଇ ପୋଲିସ କମିଶନର କହିଛନ୍ତି, "ଏଥିପାଇଁ ଆମର ପୂର୍ବରୁ ଏକ କାର୍ଯ୍ୟକ୍ରମ ଚାଲିଥିଲା ରିଚ୍ ହର। ଯେଉଁଥିରେ ଅନେକ ଅନୁଷ୍ଠାନର ମହିଳା କର୍ମଚାରୀଙ୍କୁ ନେଇ ଏକ ହ୍ବାଟ୍ସଆପ ଗ୍ରୁପ୍ କରାଯାଇଥିଲା । ଯାହା ଦ୍ବାରା ଆମେ ଜାଣୁଥିଲି କିଏ କେଉଁଠି କିପରି କେଉଁ ପ୍ରକାର ଅସୁବିଧା ସାମ୍ନ କରୁଛି । ଏଦିଗରେ କମିସନରେଟ ମହିଳା ପୋଲିସ ସହଯୋଗ ସୁରକ୍ଷା ଯୋଗାଉଥିଲେ । ଏବେ ସେ କାମ ଆହୁରି କ୍ରିୟାଶୀଳ ହେବ ଫିକି ଫ୍ଲୋ ଜରିଆରେ। ଏନେଇ ଅଧିକ ସଚେତନତା କରାଯିବ। ଅନେକ ଅନୁଷ୍ଠାନ ବିଶାଖା ଗାଇଡଲାଇନକୁ ନିୟମ ପାଳନ କରୁନାହାନ୍ତି । ତେବେ FICCI FLO ଜରିଆରେ ଏସବୁ କଡାକଡି ହେବ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.