ETV Bharat / state

ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଲା ମାଈ ହାତୀ ପ୍ରେମା - ମାଈ ହାତୀ ପ୍ରେମା

ଆଖି ବୁଜିଲା ମାଈ ହାତୀ ପ୍ରେମା । ନନ୍ଦନକାନନରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଆଜି ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଲା ମାଈ ହାତୀ 'ପ୍ରେମା'(Female Elephant Prema) । ଅଧିକ ପଢନ୍ତୁ

ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଲା ମାଈ ହାତୀ ପ୍ରେମା

author img

By

Published : Oct 28, 2022, 6:15 PM IST

ଭୁବନେଶ୍ବର: ଆଖି ବୁଜିଲା ମାଈ ହାତୀ 'ପ୍ରେମା' (Female Elephant Prema) । ନନ୍ଦନକାନନରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଆଜି ଚିକିତ୍ସାଧିନ ଅବସ୍ଥାରେ ବୟସ୍କା ହାତୀ ପ୍ରେମା ମୃତ୍ୟୁ ହୋଇଛି(Female Elephant Prema Dies at Nandankanan Zoological Park) । 68 ବର୍ଷ ବୟସ୍କା ମାଈ ହାତୀ 'ପ୍ରେମା' ଆର୍ଥ୍ରାଇଟିସ୍ ସହିତ ବାର୍ଦ୍ଧକ୍ୟ ଯୋଗୁଁ ଅନେକ ରୋଗରେ ପୀଡିତ ଥିଲା । ହାତୀ ପ୍ରେମାର ମୃତ୍ୟୁ ପରେ ଏବେ ନନ୍ଦନକାନନରେ (Nandankanan Zoological Park) ହାତୀ ସଂଖ୍ୟା ୩କୁ ହ୍ରାସ ପାଇଛି ।

ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଲା ମାଈ ହାତୀ ପ୍ରେମା

ଏହା ମଧ୍ୟ ପଢନ୍ତୁ: ନନ୍ଦନକାନନରେ ହାତୀ ପ୍ରେମା ଅସୁସ୍ଥ, ବଞ୍ଚାଇବାକୁ ଚାଲିଛି ପ୍ରୟାସ

ସୂଚନାଯୋଗ୍ୟ ଯେ,"ପ୍ରେମା ଗତ ଜୁଲାଇ ମାସରୁ ଅସୁସ୍ଥ ହୋଇଥିଲା । ତା ଆଗ ପାଖ ବାମ ଗୋଡକୁ ଚିକିତ୍ସା କରାଯାଉଥିଲା । ହାତୀ ପ୍ରେମା ଦୀର୍ଘ ଦିନ ଠାରୁ ଚଟାଣରେ ଶୋଇ ରହୁଥିଲା । ଗୋଡ ଲଗାଇ ଉଠିପାରୁ ନଥିଲା । ପ୍ରେମାକୁ ଉଠାଇ ଛିଡା କରିବା ଲାଗି ବିଶେଜ୍ଞଙ୍କ ସହାୟତା ଲୋଡା ଯାଇଥିଲା । କିନ୍ତୁ ସବୁ ପ୍ରୟାସ ବିଫଳ ହୋଇଥିଲା । ଓୟୁଏଟି(Odisha University of Agriculture & Technology) ପ୍ରାଣୀ ଚିକିତ୍ସା ଔଷଧ ବିଭାଗର ପ୍ରଫେସର ଓ ପ୍ରାଣୀ ବିଶେଷଜ୍ଞ ତତ୍ୱାବଧାନରେ ପ୍ରେମା ପେଟ ତଳେ ବେଲଟ ବାନ୍ଧି ହାଇଡ୍ରା ମେସିନ ସାହାଯ୍ୟରେ ତାକୁ ଚଟାଣରୁ ଉଠାଇବାକୁ ପ୍ରାୟାସ କରାଯାଉଥିଲା । ତେବେ ଚିକିତ୍ସାଧିନ ଅବସ୍ଥାରେ ଆଜି ମଧ୍ୟାହ୍ନରେ ହାତୀ ପ୍ରେମାର ମୃତ୍ୟୁ ହୋଇଛି (Female Elephant Prema Dies)। 68 ବର୍ଷ ବୟସରେ ପ୍ରେମାର ମୃତ୍ୟୁ ହୋଇଛି । ପ୍ରେମାକୁ 21 ବର୍ଷ ବୟସ ହୋଇଥିବା ଅବସ୍ଥାରେ ଭନ୍ଦାଲୁରୁରୁ ନନ୍ଦନକାନନକୁ ଅଣାଯାଇଥିଲା । ପ୍ରେମାର ମୃତ୍ୟୁ ଫଳରେ ନନ୍ଦନକାନନର ହାତୀ ସଂଖ୍ୟା 3 କୁ ହ୍ରାସ ପାଇଛି । ଏବେ କେବଳ ନନ୍ଦନକାନନ ରେ ବାସନ୍ତୀ, ହୀରା ଓ ମାମା ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଲା ଧଳା ବାଘୁଣୀ ବିଜୟା

ତେବେ ବର୍ତ୍ତମାନ ପ୍ରେମା ପରେ ବାସନ୍ତୀର ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟ ଅସୁସ୍ଥ ହେବରେ ଲାଗିଛି । ଅସୁସ୍ଥ ବାସନ୍ତୀ ହାତୀର ବୟସ 59 ବର୍ଷ ହୋଇଥିବା ନେଇ ସୂଚନା । ଆଜି ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କୁ ଖୁସି କରି ଆସୁଥିବା ପ୍ରେମାର ମୃତ୍ୟୁପରେ ନନ୍ଦନକାନନର କର୍ମଚାରୀମାନେ ଦୁଃଖ ପ୍ରକାଶ କରିଛନ୍ତି । ବର୍ତ୍ତମାନ ନନ୍ଦନକାନନରେ ପ୍ରେମାକୁ ଆଉ ଦେଖିବାକୁ ପାଇବେନି ପର୍ଯ୍ୟଟକ । ତେବେ ରାଜ୍ୟରେ ଲଗାତାର ଭାବେ ହେଉଥିବା ହାତୀ ମୃତ୍ୟୁ ବନ ବିଭାଗ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥିବା ବେଳେ ନନ୍ଦନକାନନରେ ପ୍ରେମାର ମୃତ୍ୟୁ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ାଇ ଦେଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.