ETV Bharat / state

ବାପ-ପୁଅଙ୍କୁ ମାଡ଼ମରା ଘଟଣା: 3 ଦିନିଆ ରିମାଣ୍ଡରେ 3 ଅଭିଯୁକ୍ତ - manab bad Association

ଦିନକୁ ଦିନ ମାନବବାଦ ସଙ୍ଗଠନ ନାଁରେ ଅଭିଯୋଗର ଫର୍ଦ୍ଦ ବଢିବାରେ ଲାଗିଛି । ଆଉ ଏହି ଘଟଣାରେ କିଛି ସଦସ୍ୟଙ୍କ ଦ୍ବାରା ନିର୍ଯାତନାର ଶିକାର ହୋଇଥିବା କଡବ ଗାଁର ବାପାପୁଅ ମାଗୁଣୀ ଓ ଆନନ୍ଦଙ୍କ ଘଟଣାରେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇଛି ଖୋର୍ଦ୍ଧା ପୋଲିସ । ଅଧିକ ପଢନ୍ତୁ...

ବାପ ପୁଅଙ୍କୁ ମାଡ଼ମରା ଘଟଣା: ତିନି ଅଭିଯୁକ୍ତଙ୍କୁ 3ଦିନିଆ ରିମାଣ୍ଡରେ ନେଲା ଖୋର୍ଦ୍ଧା ପୋଲିସ

author img

By

Published : Sep 2, 2021, 7:02 AM IST

ଖୋର୍ଦ୍ଧା: ମାନବବାଦ ସଙ୍ଗଠନର କିଛି ସଦସ୍ୟଙ୍କ ଦ୍ବାରା ନିର୍ଯାତନାର ଶିକାର ହୋଇଥିବା କଡବ ଗାଁର ବାପାପୁଅ ମାଗୁଣୀ ଓ ଆନନ୍ଦଙ୍କ ଭିଡିଓ କିଛିଦିନ ତଳେ ଭାଇରାଲ ହୋଇଥିଲା । ଆଉ ଏନେଇ ମାଗୁଣି ବେଗୁନିଆ ଥାନାରେ ୭ଜଣଙ୍କ ନାମରେ ଥାନାରେ ଅଭିଯୋଗ କରିଥିଲେ ।

ବାପ ପୁଅଙ୍କୁ ମାଡ଼ମରା ଘଟଣା: ତିନି ଅଭିଯୁକ୍ତଙ୍କୁ 3ଦିନିଆ ରିମାଣ୍ଡରେ ନେଲା ଖୋର୍ଦ୍ଧା ପୋଲିସ

ଆଉ ଏହି ଅଭିଯୋଗ କ୍ରମେ ପୂର୍ବରୁ ସତ୍ୟବ୍ରତ ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇଥିବା ୬ଜଣଙ୍କ ନାମ ମାଗୁଣିଙ୍କୁ ଆକ୍ରମଣ ଘଟଣାରେ ଅନ୍ତର୍ଭୁକ୍ତ ଲାଗି ପୋଲିସ ଗତକାଲି କୋର୍ଟକୁ ଅନୁରୋଧ କରିଥିବା ନେଇ ଏସପି ରାଜକିଶୋର ଦୋରା ସୂଚନା ଦେଇଛନ୍ତି ।

ସେପଟେ ଏଥିସହିତ ସ୍ବପ୍ନେଶ୍ବର ନାୟକ, ବୈକୁଣ୍ଠ ନାୟକ ଓ କରଡ଼ଗାଡ଼ିଆ ଗ୍ରାମର ଟୁଲୁଙ୍କୁ ରିମାଣ୍ଡରେ ନେବାକୁ ପୋଲିସ ଆବେଦନ କରିଥିଲା । 3 ଦିନପାଇଁ ରିମାଣ୍ଡରେ ଏମାନଙ୍କୁ ନେବାପାଇଁ ପୋଲିସ ମାଗିଥିବା ବେଳେ ବୁଧବାର କୋର୍ଟ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି । ତେବେ ପୋଲିସ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଏହି ଘଟଣାରେ ଅନ୍ୟ କେଉଁ ମାନେ ଏହି ଘଟଣାରେ ସମ୍ପୃକ୍ତ ଅଛନ୍ତି ତାହାର ପଚରାଉଚରା ଜାରି ରହିବ ବୋଲି ସୂଚନା ଦେଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.