ETV Bharat / state

ଧାନ ନ କିଣିବାରୁ ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଧାରଣା - ସେବା ସମବାୟ ସମିତି କାର୍ଯ୍ୟାଳୟ

ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ବଡ଼କୁଳ ସେବା ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଚାଷୀ ଧାରଣାରେ ବସିଛନ୍ତି । ଯଦି ଚାଷୀଙ୍କ ଠାରୁ ଧାନ କିଣା ନହୁଏ ତେବେ ଆଗାମୀ ଦିନରେ ଚାଷୀମାନେ ଆତ୍ମାହୂତି ଦେବେ ବୋଲି ଚେତାବନୀ ଦେଇଛନ୍ତି । ଅଧିକ ପଢନ୍ତୁ...

ଧାନ ନ କିଣିବାରୁ ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଧାରଣା

author img

By

Published : Mar 2, 2020, 10:44 PM IST

ଖୋର୍ଦ୍ଧା: ଜିଲ୍ଲା ଚିଲିକା ବ୍ଲକ ବଡ଼କୁଳ ସେବା ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଚାଷୀ ଧାରଣାରେ ବସିଛନ୍ତି । ଦୀର୍ଘ ଦିନ ହେଲା ସରକାରଙ୍କ ବିଜ୍ଞାପନ ବାହାରି ସାରିଲାଣି । ହେଲେ ବଡ଼କୁଳ ଗ୍ରାମପଞ୍ଚାୟତ ଓ ଡୁଙ୍ଗମାଳ ଗ୍ରାମପଞ୍ଚାୟତର ଚାଷୀମାନଙ୍କ ଅମଳ ଧାନକୁ ବଡ଼କୁଳ ସମବାୟ ସମିତି ଧାନ କିଣୁନଥିବାରୁ ଚାଷୀମାନେ ହତାଶ ହୋଇ ସୋମବାର ଦିନ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ।

ଧାନ ନ କିଣିବାରୁ ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଧାରଣା

ଯଦି ଆଗାମୀ ଦିନରେ ଚାଷୀ ମାନଙ୍କ ଧାନ ସରକାର ନକିଣନ୍ତି ତେବେ ସେମାନେ ରାଜରାସ୍ତା ଅବରୋଧ କରିବା ସହ ଆତ୍ମାହୂତି ଦେବେ ବୋଲି କହିଛନ୍ତି । ଘଟଣାସ୍ଥଳରେ ନାଭାଲ ଫାଣ୍ଡି ଅଧିକାରୀ ଓ ଚିଲିକା ଅତିରିକ୍ତ ତହସିଲଦାର ପହଞ୍ଚି ଚାଷୀଙ୍କୁ ବୁଝାସୁଝା କରିବା ପରେ ଚାଷୀ ମାନେ ଧାରଣାରୁ ଓହରିଥିଲେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.