ETV Bharat / state

ଖୋଲୁନି ମଣ୍ଡି, ସପ୍ତାହ ହେବ ଖୋଲା ଆକାଶ ତଳେ ପଡି ରହିଛି ଚାଷୀଙ୍କ ଧାନ - ବାଲିଅନ୍ତା ବ୍ଲକରେ ସପ୍ତାହ ଧରି ଖୋଲୁନି ମଣ୍ଡି

ଏକ ସପ୍ତାହ ହେବ ଖୋଲୁନି ମଣ୍ଡି । ଖୋଲା ଆକାଶ ତଳେ ପଡ଼ି ରହିଛି ଧାନ । ବାଲିପାଟଣା ବ୍ଲକ ପରେ ବାଲିଅନ୍ତା ବ୍ଲକ ପ୍ରତାପରୁଦ୍ରପୁର ଓ କାକରୁଦ୍ରପୁର ସେବା ସମବାୟ ସମିତି ଅଧିନରେ ଥିବା ତେରଶହ ଚାଷୀଙ୍କ ମଣ୍ଡି ଖୋଲି ନଥିବାରୁ ସମସ୍ୟା । ଅଧିକ ପଢନ୍ତୁ

balianta block for a week farmers paddy lying in open sky
ଖୋଲୁନି ମଣ୍ଡି ସପ୍ତାହ ହେବ ଖୋଲା ଆକାଶ ତଳେ ପଡି ରହିଛି ଚାଷୀଙ୍କ ଧାନ
author img

By

Published : Jan 20, 2022, 7:03 AM IST

ନିଆଳି: ଏକ ସପ୍ତାହ ହେବ ଖୋଲୁନି ମଣ୍ଡି । ଖୋଲା ଆକାଶ ତଳେ ପଡ଼ି ରହିଛି ଧାନ । ବାଲିପାଟଣା ବ୍ଲକ ପରେ ବାଲିଅନ୍ତା ବ୍ଲକ ପ୍ରତାପରୁଦ୍ରପୁର ଓ କାକରୁଦ୍ରପୁର ସେବା ସମବାୟ ସମିତି ଅଧିନରେ ଥିବା ତେରଶହ ଚାଷୀଙ୍କ ମଣ୍ଡି ଖୋଲି ନଥିବାରୁ ସମସ୍ୟା ।

ତେବେ ମିଲର୍ସ ଏଫଏକ୍ୟୁ ଧାନର ମାନ ଦେଖାଇ ଫେରାଇ ଦେଉଛି ଚାଷୀଙ୍କ ଧାନ । ସେହିପରି ଏକ ସପ୍ତାହ ହେବ ବର୍ଷର ଦାନାପାଣି ଖୋଲା ଆକାଶ ପଡ଼ି ରହିଛି। ସେବା ସମବାୟ ସମିତି ଚାଷୀଙ୍କ ଠାରୁ ଧାନ କିଣୁ ନାହାଁନ୍ତି ।

ଖୋଲୁନି ମଣ୍ଡି ସପ୍ତାହ ହେବ ଖୋଲା ଆକାଶ ତଳେ ପଡି ରହିଛି ଚାଷୀଙ୍କ ଧାନ

ଅନ୍ୟପଟେ ବାତ୍ୟା ଜଓ୍ବାଦ ପ୍ରଭାବରେ ବହୁତ ଚାଷ ଜମିରେ ଧାନ ଫସଲ ନଷ୍ଟ ହୋଇଯାଇଛି । ଆଉ ଯେତିକି ବର୍ଷା ଦାଉରୁ ଅମଳ କରି ମଣ୍ତିକୁ ଆଣିଛି ତାହା ବିକ୍ରି କରିପାରୁନି ଚାଷୀ । ମିଲର୍ସ ଏହି ଧାନକୁ ନେଉ ନଥିବା ଅଭିଯୋଗ ଆଣିଛନ୍ତି ଚାଷୀ । କେବଳ ଗ୍ରେଡ ଏବଂ ଏଫଏକ୍ୟୁ ଧାନ କିଣିବୁ ବୋଲି ମିଲର ଜିଦ୍ କରିଛନ୍ତି ।

ଅନ୍ୟପଟେ ମିଲର୍ସ କ୍ୟାମେରା ସମ୍ମୁଖରେ କିଛି କହୁନଥିବା ବେଳେ ଧାନ ଅନୁପାତରେ ଚାଉଳ ଏଫସିଆଇ ମାଗୁଛି ଏଣୁ ଏସବୁ ଧାନ କିଣିଲେ ଧାନ ଅନୁପାତରେ ଚାଉଳ ହେବ ନାହିଁ ବୋଲି କ୍ୟାମେରା ପଛରେ କହୁଛନ୍ତି ମିଲର୍ସ। ସରକାର ଓ ମିଲରଙ୍କ ଫନ୍ଦିରେ ବଳି ପଡୁଛନ୍ତି ହଜାର ହଜାର ଧାନ ଚାଷୀ।

ଫଳରେ ସମସ୍ୟା ସମାଧାନ ହୋଇପାରୁ ନାହିଁ । ଧାନ ଚାଷୀ ବିକି ପାରୁନାହିଁ ନିଜର କଷ୍ଟ ଉପାର୍ଜିତ ଧନ । ସରକାର ଏହାକୁ ଧ୍ୟାନ ଦେବା ସହ ସମସ୍ୟାର ସମାଧାନ ଲାଗି ତୁରନ୍ତ ପଦକ୍ଷେପ ନେବାକୁ ଚାଷୀ ନିବେଦନ କରିଛନ୍ତି ।

ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.