ଖୋର୍ଦ୍ଧା: କିପରି ବର୍ଷକର ଆହାର ଯୋଗାଡ଼ କରିବ ତାକୁ ନେଇ ଚାଷୀ ମୁଣ୍ଡରେ ପଡିଛି ଚଡକ । ଗୋଟିଏ ପରେ ଗୋଟିଏ ବିପର୍ଯ୍ୟୟ ଚାଷୀର ସୁନାର ଫସଲକୁ ଉଜାଡି ଦେଇଛି । ଚଳିତ ବାତ୍ୟା ପ୍ରଭାବରେ ଲଗାଣ ବର୍ଷା ଚାଷୀର ବର୍ଷକର ଅମଳକୁ କ୍ଷେତରେ ଗଜା କରିଦେଇଛି ।
ଏହା ବି ପଢନ୍ତୁ- ଜୱାଦ ଉଜାଡିଲା ସୁନାର ଫସଲ: ଋଣ ସୁଝିବା ନେଇ କ୍ଷେତରେ କାନ୍ଦୁଛି ଚାଷୀ
ବିଭିନ୍ନ ସମବାୟ ସମିତି, ବ୍ୟାଙ୍କ ଓ ହାତଉଧାରି କରି ଫସଲ କରିଥିବା ଚାଷୀ ଏବେ ସରକାରଙ୍କୁ ନେହୁରା ହେଉଛି । ସେହିପରି କୃଷି ବିଭାଗ ଅଧିକାରୀ ଚାଷୀର ଏହି ସମୟରେ କ୍ଷେତ ପରିଦର୍ଶନ କରୁନଥିବା ଅଭିଯୋଗ କରିଛନ୍ତି ଚାଷୀ । ସେପଟେ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଓ ଋଣଛାଡ କରିବାକୁ ଦାବି କରିଛି ନବନିର୍ମାଣ କୃଷକ ସଙ୍ଗଠନ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ