ETV Bharat / state

ମଣ୍ଡିରୁ ଧାନ ଉଠାଇବା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଚାଷୀ

author img

By

Published : Mar 4, 2022, 8:29 PM IST

ଖୋର୍ଦ୍ଧା ଜିଲ୍ଲାରେ ଧାନ କିଣାରେ ଅବ୍ୟବସ୍ଥା ଲାଗିରହିଛି । ବାଘମାରି ସେବା ସମବାୟ ସମିତିର ଶତାଧିକ ଚାଷୀ ଟୋକନ ଅବଧି ବୃଦ୍ଧି ଏବଂ ଧାନ କିଣା ସ୍ୱାଭାବିକ କରିବା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ଅଧିକ ପଢନ୍ତୁ

ମଣ୍ଡିରୁ ଧାନ ଉଠାଇବା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଚାଷୀ
ମଣ୍ଡିରୁ ଧାନ ଉଠାଇବା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଚାଷୀ

ଖୋର୍ଦ୍ଧା: ଜିଲ୍ଲାରେ ଧାନ କିଣାରେ ଅବ୍ୟବସ୍ଥା ଲାଗିରହିଛି । ମିଲରଙ୍କ ମାନମାନୀ ପାଇଁ ମଣ୍ଡିରୁ ଧାନ ଉଠିପାରୁନଥିବା ଚାଷୀ ଅଭିଯୋଗ କରିଛନ୍ତି । ସେହିପରି ଆଜି(ଶୁକ୍ରବାର) ବାଘମାରି ସେବା ସମବାୟ ସମିତିର ଶତାଧିକ ଚାଷୀ ଟୋକନ ଅବଧି ବୃଦ୍ଧି ଏବଂ ଧାନ କିଣା ସ୍ୱାଭାବିକ କରିବା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ।

ସୂଚନା ଅନୁଯାୟୀ ସମିତିର 813 ପଞ୍ଜିକୃତ ଚାଷୀଙ୍କ ମଧ୍ୟରୁ 233 ଚାଷୀଙ୍କ ଧାନ ଉଠିଥିବା ବେଳେ ବଳକା ଚାଷୀଙ୍କ ଧାନ ଟୋକନ ଅବଧି ସରିଯାଇଥିବାରୁ 6 ହଜାରରୁ ଉର୍ଦ୍ଧ୍ଵ କ୍ୱିଣ୍ଟାଲ ଧାନ ମଣ୍ଡିରେ ପଡିରହିଥିବା ଅଭିଯୋଗ ଆଣିଛନ୍ତି ଚାଷୀ । ଜିଲ୍ଲା ଯୋଗାଣ ବିଭାଗର ଅପାରଗତା ଯୋଗୁଁ ମିଲରଙ୍କ ମାନମାନୀରେ ମଣ୍ଡି ଚାଲିଥିବା ଅଭିଯୋଗ ଆଣିଛନ୍ତି ଚାଷୀ । ସେପଟେ ତୁରନ୍ତ ମଣ୍ଡିରୁ ଧାନ ନଉଠିଲେ ରାଜରାସ୍ତା ଅବରୋଧ କରିବାକୁ ଚେତାବନୀ ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.