ଖୋର୍ଦ୍ଧା: ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥକୁ ଅବରୋଧ କଲେ ଚାଷୀ । ଚାଷୀଙ୍କ ରାସ୍ତାରୋକ ଯୋଗୁଁ ଏହି ରାସ୍ତାରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ବୋଲଗଡ ବ୍ଲକ ପିଚୁକୁଳି ସେବା ସମବାୟ ସମିତି ଅଧିନ ଚାଷୀମାନଙ୍କ ଟୋକେନ ରଦ୍ଦ ହୋଇଥିଲା । ଫଳରେ ମଣ୍ଡିରେ ଧାନ ବିକ୍ରି କରିନପାରିନଥିଲେ ଚାଷୀ ।
ଏଥିରେ ଅସନ୍ତୋଷ ପ୍ରକାଶ କରି ଚାଷୀମାନେ ଆନ୍ଦୋଳନ ପନ୍ଥା ଆପଣାଇଥିଲେ । ଚାଷୀମାନେ ଏକତ୍ରିତ ହୋଇ ମଙ୍ଗଳବାର ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥରେ ଧାନବସ୍ତା ରଖି ଅବରୋଧ କରିଥିଲେ । ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶହଶହ ଯାନବାହାନ ଅଟକି ରହିଥିଲା । ଧାନ ବିକ୍ରି ପାଇଁ ଟୋକେନକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ଦାବି କରିଛନ୍ତି ଚାଷୀ ।
ରାସ୍ତା ଅବରୋଧ ଖବର ପାଇବା ପରେ ଘଟଣାସ୍ଥଳରେ ବେଗୁନିଆ ଥାନା ପୋଲିସ ପହଞ୍ଚିଥିଲା । ପୋଲିସ ଉତ୍ୟକ୍ତ ଚାଷୀଙ୍କୁ ବୁଝାସୁଝା କରିବା ପରେ ଚାଷୀମାନେ ରାସ୍ତାରୋକରୁ ଓହରିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ