ଖୋର୍ଦ୍ଧା: ପୁଣି ତେଜିଲା ମଣ୍ଡି ସମସ୍ୟା । ପଲ୍ଲାତୋଟାପଡ଼ା ସେବା ସମବାୟ ସମିତିରେ ତାଲା ପକାଇବା ସହ କୁରାଢ଼ମଲ୍ଲ ପଞ୍ଚାୟତ ଅଫିସ ଆଗରେ ଧାରଣାରେ ବସିଲେ ଚାଷୀ । ଚାଷୀଙ୍କ ମୋବାଇଲକୁ ଟୋକେନ୍ ଆସିଥିବାବେଳେ ମଣ୍ଡି ଖୋଲି ନଥିବା ସମସ୍ୟା ନେଇ 13 ତାରିଖରେ ଜିଲ୍ଲାପାଳଙ୍କୁ ଦାବି ଜଣାଇଥିଲେ ଚାଷୀ ।
ତେବେ 17 ତାରିଖରେ ମଣ୍ଡି ଖୋଲିବା ନେଇ ପ୍ରତିଶୃତି ମିଳିଥିଲେ ମଧ୍ୟ ଆଜି ମଣ୍ଡି ନ ଖୋଲିବାରୁ ଶତାଧିକ ଚାଷୀ ଏକାଠି ହୋଇ ଆନ୍ଦୋଳନ କରିଛନ୍ତି । ଅନ୍ୟପଟେ କୁରାଢ଼ମଲ୍ଲ ପଞ୍ଚାୟତ ଅଫିସକୁ ନାମାଙ୍କନ ପତ୍ର ଦାଖଲ କରିବାକୁ ଆସୁଥିବା ପ୍ରାର୍ଥୀଙ୍କୁ ନାମାଙ୍କନ ପତ୍ର ଦାଖଲ କରେଇ ଦେଇ ନଥିଲେ ଚାଷୀ ।
ତେବେ ଆସନ୍ତାକାଲି ମଣ୍ଡି ଖୋଲିବ ବୋଲି ପ୍ରତିଶୃତି ପାଇବା ପରେ ଧାରଣାରୁ ହଟିଥିଲେ ଚାଷୀ । ପରେ ପରିସ୍ଥିତି ସ୍ବାଭାବିକ ହେବା ସହିତ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଥିଲା ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ