ଖୋର୍ଦ୍ଧା: ପୁଣି ଚିନ୍ତାରେ ଚାଷୀ । ଝାଳକୁ ରକ୍ତ କରି ସୁନାର ଫସଲ ଅମଳ କରିଥିବା ଚାଷୀ ନିଜ ଫସଲ ସରକାରୀ ମୂଲ୍ୟରେ ବିକ୍ରି କରି ପାରୁନି । ଏନେଇ ଜିଲ୍ଲାପାଳଙ୍କ ଦ୍ବାରସ୍ତ ହୋଇଛନ୍ତି ଅନ୍ନଦାତା ।
ସୂଚନା ଅନୁଯାୟୀ ଖୋର୍ଦ୍ଧା ବାଣପୁର ବ୍ଲକ ଗମ୍ଭାରୀମୁଣ୍ଡା ସେବା ସମବାୟ ସମିତିକୁ ଆବଶ୍ୟକ ମୁତାବକ ଟାର୍ଗେଟ ଆସୁନଥିବାରୁ ଚାଷୀମାନେ ଧାନ ବିକ୍ରି କରିବାରେ ସମସ୍ୟା ଉପୁଜୁଛି । ତୁରନ୍ତ ଏହାର ସମାଧାନ କରାନଗଲେ ଆଗାମୀ ଦିନରେ ଚାଷୀ ରାଜରାସ୍ତାରେ ଧାନ ବସ୍ତା ରଖି ଆନ୍ଦୋଳନ କରିବେ ବୋଲି କହିଛନ୍ତି । ସେପଟେ ଏହି ସମସ୍ୟାର ତୁରନ୍ତ ସାଧନ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ