ETV Bharat / state

ମିଳୁନି ଫସଲବୀମା, ଆମରଣ ଅନଶନରେ 57 ଚାଷୀ - ଖୋର୍ଦ୍ଧା ଚାଷୀଙ୍କ ଆମରଣ ଅନଶନ

ଖୋର୍ଦ୍ଧା ବୋଲଗଡ ବ୍ଳକ 57 ଚାଷୀଙ୍କୁ ତୁରନ୍ତ କ୍ଷୟକ୍ଷତି ଜନିତ ଶସ୍ୟବୀମା ସହାୟତା ରାଶି ଯୋଗାଇ ଦେବାକୁ ଚାଷୀମାନେ ଦାବି କରି ସମବାୟ ସମିତି ସାମନାରେ ଆମରଣ ଅନଶନରେ ବସିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
author img

By

Published : Sep 30, 2019, 5:08 PM IST

ଖୋର୍ଦ୍ଧା: ବର୍ଷେ ହେବ ଫସଲବୀମା ସହାୟତା ରାଶି ପାଇନାହାଁନ୍ତି 57 ଜଣ ଚାଷୀ । ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଳକ ଅସରଳା ଗାଁର ପ୍ରାଥମିକ କୃଷିସେବା ସମବାୟ ସମିତିରୁ ବିଗତ ବର୍ଷ ଖରିଫ ଧାନ ଚାଷ ପାଇଁ ଋଣ ଆଣିଥିଲେ ବହୁ ଚାଷୀ । ବାତ୍ୟା ଫନି ଯୋଗୁଁ ଫସଲ ନଷ୍ଟ ହୋଇଯାଇଛି । କିଛି ଚାଷୀ କ୍ଷତିପୂରଣ ପାଇଛନ୍ତି । କନ୍ତୁ ଯେଉଁ ଚାଷୀ ଏଥିରୁ ବଞ୍ଚିତ ଅଛନ୍ତି ସେମାନେ କ୍ଷତିପୂରଣ ଦାବି କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
ବାଙ୍କୋଇ ଦେଶ ପଞ୍ଚାୟତର ସହଜପୁର, ବାରବାଟୀ ଓ ବାରପାଟିଆ ଗ୍ରାମର 57 ଚାଷୀ କ୍ଷତିପୂରଣ ପାଇନାହାଁନ୍ତି । ସେମାନଙ୍କୁ ତୁରନ୍ତ କ୍ଷୟକ୍ଷତି ଜନିତ ଶସ୍ୟବୀମା ସହାୟତା ରାଶି ଯୋଗାଇ ଦେବାକୁ ଚାଷୀମାନେ ଦାବି କରି ସମବାୟ ସମିତି ସାମନାରେ ଆମରଣ ଅନଶନରେ ବସିଛନ୍ତି ।

ଚାଷୀମାନେ ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ସମସ୍ତଙ୍କୁ ବିଧାୟକ, ନେତା ସମସ୍ତଙ୍କୁ ଅଭିଯୋଗ କରିଛନ୍ତି । କିନ୍ତୁ ସବୁଥର ନିରାଶ ହୋଇ ଫେରିବା ପରେ ଆଜି ପୁଣି ଅସରଳା ସେବା ସମବାୟ ସମିତି ଆଗରେ ଆମରଣ ଅନଶନ କରିଥିବା ଦେଖିବାକୁ ମିଳିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ସେବା ସମବାୟ ସମିତି ସାମ୍ନାରେ ଚାଷୀଙ୍କ ଆମରଣ ଅନଶନ

Body:ଖୋର୍ଦ୍ଧା ଜିଲା ବୋଲଗଡ ବ୍ଳକ ଅସରଳା ପ୍ରାଥମିକ କୃଷିସେବା ସମବାୟ ସମିତିରୁ ବିଗତ ବର୍ଷ ଖରିଫ ଧାନ ଚାଷ ପାଇଁ ଋଣ ଆଣିଥିବା ବାଙ୍କୋଇ ଦେଶ ପଞ୍ଚାୟତର ସହଜପୁର , ବାରବାଟୀ ଓ ବାରପାଟିଆ ଗ୍ରାମର ୫୮ ଜଣ ଚାଷୀ ଫସଲ ଜନିତ ଶସ୍ୟବୀମା ସହାୟତା ରାଶି ପାଇନାହାନ୍ତି । ସେମାନଙ୍କୁ ତୁରନ୍ତ କ୍ଷୟକ୍ଷତି ଜନିତ ଶସ୍ୟବୀମା ସହାୟତା ରାଶି ଯୋଗାଇଦେବାକୁ ଚାଷୀ ମାନେ ଦାବି କରି ସମବାୟ ସମିତି ସାମ୍ନାରେ ଆମରଣ ଅନଶନରେ ବସିଛନ୍ତି । ଏ ଯାବତ ଉକ୍ତ ୫୮ ଜଣଚାଷୀଙ୍କୁ ବୀମା ସହାୟତା ରାଶି ମିଳିପାରୁ ନାହିଁ । ଚାଷୀମାନେ ଜିଲ୍ଲାପାଳ ଠାରୁ ଆରମ୍ଭ କରି ସମସ୍ତଙ୍କୁ ଅଭିଯୋଗ କରିଛନ୍ତି । କିନ୍ତୁ ଏଥରେ ନିରାଶ ହୋଇ ଆଜି ଅସରଳା ସେବା ସମବାୟ ସମିତି ଆଗରେ ଆମରଣ ଅନଶନ କରିଥିବା ଦେଖିବାକୁ ମିଳିଛି ।

Conclusion:ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.