ଖୋର୍ଦ୍ଧା: ଓଡିଶାରେ ବାରମାସରେ ତେର ପର୍ବ। ସେଥି ମଧ୍ୟରୁ ଗର୍ଭଣା ସଂକ୍ରାନ୍ତି ଅନ୍ୟତମ । ଗର୍ଭ କହିଲେ ଭୃଣକୁ ବୁଝାଯାଏ । ଏହି ସଂକ୍ରାନ୍ତିରେ ଧାନଗଛର ଗର୍ଭରେ ଧାନ କେଣ୍ଡା ବାହାରେ । ଏହି ଗର୍ଭଣା ଗଛର ଡାଳକୁ ପୂଜା କରି କ୍ଷେତରେ ପୋତିଲେ ଭଲ ଫସଲ ହୁଏ ବୋଲି ବିଶ୍ବାସ ରହିଛି । ବିଶେଷ କରି ଏହି ସଂକ୍ରାନ୍ତିକୁ କୃଷକ ମାନେ ନିଷ୍ଠାର ସହ ପାଳନ କରିଥାଆନ୍ତି।
କ୍ଷେତରେ କିଭଳି ଭଲ ଫସଲ ହେବ ଓ ରୋଗପୋକ ଦାଉରୁ କିପରି ଫସଲ ସୁରକ୍ଷିତ ରହିବ ସେନେଇ ବିଲ ହୁଡ଼ାରେ ଜାଉ ରାନ୍ଧି ମା ଲକ୍ଷ୍ମୀଙ୍କ ନିକଟରେ ଭୋଗ ଲଗାଇଥାଏ ଚାଷୀ । କାହିଁ କେଉଁ କାଳରୁ ଏହି ପରମ୍ପରା ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି । ବିଶେଷକରି ଏହି ସମୟରେ ଧାନ କେଣ୍ଡା ବାହାରିଥାଏ ଏବଂ ଏଥିରେ ରୋଗପୋକ ଲାଗିବାର ଯଥେଷ୍ଟ ସମ୍ଭାବନା ରହିଥିବାରୁ ବିଲ ହୁଡ଼ାରେ ଚୁଲି କରି ସେଥିରେ ଯାଉ ରାନ୍ଧିବାର ପରମ୍ପରା ରହିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ